ଧଉଳି ନାବାଳିକା ଗଣଦୁଷ୍କର୍ମ ମାମଲାରେ: କ୍ରାଇମ୍ ସିନ୍ ରିକ୍ରିଏସନ୍‌ କଲା ପୁଲିସ୍‌

ଅପରାଧ ଭୁବନେଶ୍ୱର ରାଜ୍ୟ
Spread the love

ଭୁବନେଶ୍ଵର, ୧୯/୧୨: ଧଉଳି ନାବାଳିକା ଗଣଦୁଷ୍କର୍ମ ମାମଲାରେ ମୁଖ୍ୟ ଅଭିଯୁକ୍ତ ଗିରଫ ହୋଇଛି । ମୁଖ୍ୟ ଅଭିଯୁକ୍ତ ସତ୍ୟ ପ୍ରକାଶ ହାତୀ ଓରଫ ଜୋକର ହାତୀକୁ ନେଇ ପୁଲିସ୍‌ ଆଜି କ୍ରାଇମ୍ ସିନ୍ ରିକ୍ରିଏସନ୍ କରିଛି। ଗତକାଲି ସ୍ପେଶାଲ ସ୍କ୍ୱାର୍ଡ ଓ ଧଉଳି ଥାନା ପୁଲିସ ଜୋକର ହାପି ହାତୀକୁ ଗଞ୍ଜାମରୁ ଗିରଫ କରିଥିଲା। ପୂର୍ବରୁ ଏହି ଘଟଣାରେ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା ପୁଲିସ ।ଧଉଳି ଗଣଦୁଷ୍କର୍ମ ମାମଲାକୁ ରେଡଫ୍ଲାର୍ଗ ଅନ୍ତର୍ଭୁକ୍ତ କରାଯାଇଛି । ଗତ ୧୦ ତାରିଖ ଦିନ ତିନି ଜଣ ଅଭିଯୁକ୍ତ ଏଭଳି ନାରକୀୟ କାଣ୍ଡ ଘଟାଇଥିଲେ । ଏହି ଜୋକର ହାପି ଯାହାର ମାଷ୍ଟରମାଇଣ୍ଡ ଥିଲା । ମୁଖ୍ୟ ଅଭିଯୁକ୍ତ ଜୋକର ହାପି ନାଁରେ ୨୦ରୁ ଅଧିକ ଅପରାଧିକ ମାମଲା ରହିଛି । ପୁରୁଷ ବନ୍ଧୁଙ୍କ ସହ ଧଉଳି ବୁଲିବାକୁ ଆସିଥିବା ବେଳେ ଦୟା ନଦୀ ପଠାରେ ଯୁବତୀଙ୍କୁ ୫ ଜଣ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା ।

Leave a Reply

Your email address will not be published. Required fields are marked *