Suryabanshi

ବିଦା ହେବେ ସଠିକ ଭାବେ କାମ କରୁନଥିବା ଅଧ୍ୟାପକ ଅଧ୍ୟାପିକା: ଉଚ୍ଚ ଶିକ୍ଷା ମନ୍ତ୍ରୀ

ରାଜ୍ୟ
Spread the love

ଭୁବନେଶ୍ଵର: ବିଦା ହେବେ କଲେଜରେ ସଠିକ ଭାବେ କାମ କରୁନଥିବା ଅଧ୍ୟାପକ ଅଧ୍ୟାପିକା । ଏକାଡେମିକ କଥା ବୁଝୁନଥିବେ, ଯାହାର କାର୍ଯ୍ୟଦକ୍ଷତା ନଥିବ ଓ ଦୁର୍ନୀତି ରେ ଲିପ୍ତ ଥିବେ। ଏଭଳି ଅଧ୍ୟାପକ ଅଧ୍ୟାପିକାଙ୍କୁ ବିଦା କରିବ ଉଚ୍ଚ ଶିକ୍ଷା ବିଭାଗ। ସୂଚନା ଦେଲେ ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ।

ରମାଦେବୀ ବିଶ୍ଵ ବିଦ୍ୟାଳୟରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ଏହା କହିଛନ୍ତି ମନ୍ତ୍ରୀ। କଲେଜର ଅଧ୍ୟକ୍ଷ ଦେବେ ରିପୋର୍ଟ। ଅଧ୍ୟକ୍ଷ ନଥିଲେ ଦାୟିତ୍ଵରେ ଥିବା ଅଧ୍ୟାପକ ପ୍ରଦାନ କରିବେ ରିପୋର୍ଟ। ମାର୍ଚ୍ଚ ୩୧ ସୁଦ୍ଧା କଲେଜ ଅଧ୍ୟାପକ ଅଧ୍ୟାପିକାଙ୍କ ଆସେସମେଣ୍ଟ ରିପୋର୍ଟ ପ୍ରଦାନ ପାଇଁ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ବୋଲି କହିଛନ୍ତି ମନ୍ତ୍ରୀ। ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ସ୍ବରୂପ ପ୍ରିମ୍ୟାଚୁର ବା ବାଧ୍ୟତାମୂଳକ ଅବସର ପାଇଁ କଡା ତାଗିଦ କରିଛି ଉଚ୍ଚଶିକ୍ଷା ବିଭାଗ।

Leave a Reply

Your email address will not be published. Required fields are marked *