ଭାଗବତ ଜନ୍ମ ଅବସରରେ ଝିଙ୍କିରିଆ ଗ୍ରାମବାସୀଙ୍କ ମହତ ପଦକ୍ଷେପ: ବୃଦ୍ଧାଶ୍ରମରେ ଅନ୍ନପ୍ରସାଦ ବିତରଣ

ରାଜ୍ୟ
Spread the love

କଟକ  :  ପବିତ୍ର ଭାଗବତ ଜନ୍ମ ଉତ୍ସବ ଅବସରରେ ଝିଙ୍କିରିଆ ଗ୍ରାମ ଉନ୍ନୟନ କମିଟି ପକ୍ଷରୁ ଏକ ନିଆରା ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ପୁଣ୍ୟ ତିଥିରେ ଗ୍ରାମର ଆରାଧ୍ୟ ଦେବତା ଶ୍ରୀ ଶ୍ରୀ ରଣେଷଣ୍ଢ ମନ୍ଦିର ପ୍ରାଙ୍ଗଣରେ ପ୍ରସ୍ତୁତ ପବିତ୍ର ଅନ୍ନପ୍ରସାଦକୁ ସ୍ଥାନୀୟ ବୃଦ୍ଧାଶ୍ରମର ଅନ୍ତେବାସୀଙ୍କ ମଧ୍ୟରେ ଶ୍ରଦ୍ଧାର ସହ ବିତରଣ କରାଯାଇଛି।

ଏହି ମହତ୍ ସେବା କାର୍ଯ୍ୟରେ ବିଶିଷ୍ଟ ସମାଜସେବୀ ଚିନ୍ମୟ ଦେବତା, ଯୁଷ୍ମନ୍ତ ନନ୍ଦ ଏବଂ ନରହରି ଦେବତା ପ୍ରମୁଖ ଆଗଧାଡ଼ିରେ ରହି କାର୍ଯ୍ୟକ୍ରମର ନେତୃତ୍ୱ ନେଇଥିଲେ। ଗ୍ରାମ ଉନ୍ନୟନ କମିଟିର ବହୁ ସଦସ୍ୟ ତଥା ଝିଙ୍କିରିଆ ଗ୍ରାମବାସୀମାନେ ଏକତ୍ରିତ ହୋଇ ବୃଦ୍ଧାଶ୍ରମରେ ପହଞ୍ଚି ଅସହାୟ ବୟୋଜ୍ୟେଷ୍ଠମାନଙ୍କୁ ଭକ୍ତିଭାବ ସହ ପ୍ରସାଦ ସେବନ କରାଇଥିଲେ। ଭାଗବତ ଜନ୍ମ ଉତ୍ସବକୁ କେବଳ ପୂଜାର୍ଚ୍ଚନାରେ ସୀମିତ ନରଖି ବୃଦ୍ଧାଶ୍ରମର ବୃଦ୍ଧବୃଦ୍ଧାଙ୍କ ସହ ଆନନ୍ଦ ବାଣ୍ଟିବା ଏବଂ ମାନବ ସେବାର ଏଭଳି ପ୍ରୟାସକୁ ବିଭିନ୍ନ ମହଲରେ ଉଚ୍ଚ ପ୍ରଶଂସା କରାଯାଇଛି।

Leave a Reply

Your email address will not be published. Required fields are marked *