୪୨ ମୌଜା ଟେଣ୍ଟ ସପ୍ଲାୟର୍ସ, ଲାଇଟ୍ ସାଉଣ୍ଡ ଓ ଫ୍ଲାୱାର ଡେକୋରେସନ ଆସୋସିଏସନର ବୈଠକ: ନୂତନ କର୍ମକର୍ତ୍ତା ଚୟନ, ସ୍ଥିର ହେବ ସର୍ବନିମ୍ନ ଦର

ରାଜ୍ୟ
Spread the love

କଟକ ସଦର  : ୪୨ ମୌଜା ଟେଣ୍ଟ ସପ୍ଲାୟର୍ସ, ଲାଇଟ୍ ସାଉଣ୍ଡ ଓ ଫ୍ଲାୱାର ଡେକୋରେସନ ଆସୋସିଏସନର ଦ୍ୱିତୀୟ ସାଧାରଣ ବୈଠକ ବେଣ୍ଟକାରସ୍ଥିତ ମା’ ଦୁର୍ଗା ଓ ଘଣ୍ଟେଶ୍ୱର ମହାଦେବ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି। ବରିଷ୍ଠ ସଭ୍ୟ ନିବାସ ଦେବତାଙ୍କ ସଭାପତିତ୍ୱରେ ଆୟୋଜିତ ଏହି ବୈଠକକୁ ସନ୍ତୋଷ କୁମାର ପତି ପରିଚାଳନା କରିଥିଲେ।

ବୈଠକ ପ୍ରାରମ୍ଭରେ ଡେକୋରେସନ ବ୍ୟବସାୟ ସହ ଜଡ଼ିତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସମସ୍ୟା ଉପରେ ବିସ୍ତୃତ ଆଲୋଚନା ହୋଇଥିଲା। ବର୍ତ୍ତମାନ ବଜାରରେ ଇଲେକ୍ଟ୍ରି ସରଞ୍ଜାମ, ସାଜସଜ୍ଜା କପଡ଼ା, ଫୁଲ ଓ ବେଲୁନ ଆଦି ସାମଗ୍ରୀର ଦର ଆକାଶଛୁଆଁ ହୋଇଥିବା ବେଳେ ପରିବହନ ଖର୍ଚ୍ଚ ଏବଂ କାରିଗର ତଥା ଶ୍ରମିକଙ୍କ ଦୈନିକ ମଜୁରି ମଧ୍ୟ ଯଥେଷ୍ଟ ବୃଦ୍ଧି ପାଇଛି। ଏସବୁ ସତ୍ତ୍ୱେ ଅନେକ ସମୟରେ କାର୍ଯ୍ୟ ଶେଷ ହେବା ପରେ ଗ୍ରାହକଙ୍କଠାରୁ ବ୍ୟବସାୟୀମାନେ ଉପଯୁକ୍ତ ପ୍ରାପ୍ୟ ପାଇବାରୁ ବଞ୍ଚିତ ହେଉଛନ୍ତି। ଏହି ପରିପ୍ରେକ୍ଷୀରେ ବ୍ୟବସାୟୀମାନେ ପରସ୍ପର ମଧ୍ୟରେ ଅସୁସ୍ଥ ପ୍ରତିଦ୍ୱନ୍ଦ୍ୱିତା ନକରି ସୁସମ୍ପର୍କ ବଜାୟ ରଖିବା ସହ ଉଚିତ ମୂଲ୍ୟ ଧାର୍ଯ୍ୟ କରିବାକୁ ନିଷ୍ପତ୍ତି ହୋଇଛି। ଆସନ୍ତା ମାସ ସୁଦ୍ଧା ଏକ ନିର୍ଦ୍ଧାରିତ ଦର ତାଲିକା ପ୍ରସ୍ତୁତ କରାଯାଇ ସମସ୍ତ ମାଲିକଙ୍କୁ ଜଣାଇ ଦିଆଯିବ ଏବଂ ସେହି ଅନୁସାରେ ସମଗ୍ର ୪୨ ମୌଜା ଅଞ୍ଚଳରେ କାର୍ଯ୍ୟ କରାଯିବ ବୋଲି ସର୍ବସମ୍ମତିକ୍ରମେ ସ୍ଥିର କରାଯାଇଛି।

ଏହି ଅବସରରେ ସଂଘର ନୂତନ କର୍ମକର୍ତ୍ତା ମନୋନୟନ କରାଯାଇଥିଲା। ସନ୍ତୋଷ କୁମାର ପତି ସଭାପତି, ପ୍ରମୋଦ କୁମାର ସେନାପତି ଉପସଭାପତି, ସନ୍ଦୀପ କୁମାର ଦାସ ସମ୍ପାଦକ, ସୁଶାନ୍ତ କୁମାର ସ୍ୱାଇଁ ଓ ସୁବ୍ରତ କୁମାର ବାରିକ ସହ-ସମ୍ପାଦକ, ସର୍ବେଶ୍ୱର ନାୟକ କୋଷାଧ୍ୟକ୍ଷ ତଥା ଅକ୍ଷୟ କୁମାର ଦାସ ଓ ଭାଗିରଥି ସାହୁ ସଂଯୋଜକ ଭାବେ ନିର୍ବାଚିତ ହୋଇଛନ୍ତି। ସେହିପରି ନିବାସ ଦେବତା, ଅଶୋକ କୁମାର ମହାନ୍ତି, ବାବାଜୀ ଦେବତା, ସ୍ୱପ୍ନେଶ୍ୱର ବେହେରା, ଲୋକନାଥ ସୁବୁଦ୍ଧି, ଭୀମ ଭୋଇ ଏବଂ ବିରଞ୍ଚି କୁମାର ପ୍ରଧାନଙ୍କୁ ଉପଦେଷ୍ଟା ଭାବେ ଚୟନ କରାଯାଇଛି।

ଉକ୍ତ ସଭାରେ ସୁଜିତ କୁମାର ବେହେରା, ଏସ୍. କେ. ସ୍ୱାଇଁ, ଗାନ୍ଧୀଗୁରୁ ଦାସ, ବିରଞ୍ଚି ନାରାୟଣ ପଣ୍ଡା, ମନୋଜ କୁମାର ବେହେରା, ପୂର୍ଣ୍ଣ ଚନ୍ଦ୍ର ଦେବତା, କାର୍ତ୍ତିକ ସାହୁ, ମନୋରଞ୍ଜନ ମହାନ୍ତି, ପପୁ ଭୋଇ, ଅଶ୍ୱିନୀ କୁମାର ମହାରଣା, ଶେଷଦେବ ମାଝୀ, ସଂଜୀବ ବେଉରା, ସୁଜିତ ମହାପାତ୍ର, ଅଂଶୁମାନ ଭୂୟାଁ, ସଞ୍ଜୟ ମହାପାତ୍ର, ସୋମନାଥ ସୁବୁଦ୍ଧି, ଜିତନ ସ୍ୱାଇଁ, କିଶୋର ଚନ୍ଦ୍ର ମହାନ୍ତି, କାବୁଲା ଭୋଇ, ପ୍ରିୟ ପ୍ରକାଶ ଦୀକ୍ଷିତ, ପ୍ରକାଶ ପଣ୍ଡା ଏବଂ ଓମ୍ ପ୍ରକାଶ ସାହୁଙ୍କ ସମେତ ବହୁ ବ୍ୟବସାୟୀ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *