ଝଙ୍କଡ଼ : ପ୍ରସିଦ୍ଧ ଝଙ୍କଡ଼ ସାରଳାପୀଠ, କନକପୁର ଉପସ୍ୱାସ୍ଥ୍ୟକେନ୍ଦ୍ର ରେ ଆଜକୁ ମାସେହେବ ଡାକ୍ତର ଙ୍କ ଦେଖାମିଳୁନି l ଫାର୍ମାସିଷ୍ଟ ମଧ୍ୟ ନାହାଁନ୍ତି l ଅଧିକାଂଶ ସମୟରେ ବିଚରା ସ୍ୱାସ୍ଥ୍ୟକର୍ମୀ ରୋଗୀମାନଙ୍କୁ ପ୍ରେସକ୍ୟୁସନ ଦେଉଥିବାରୁ ବାଧ୍ୟହୋଇ ରୋଗୀ ମାନେ ସ୍ୱାସ୍ଥ୍ୟସେବିକା ଙ୍କ ଠାରୁ ଔଷଧପତ୍ର ନେଇ ଫେରିଯାଉଛନ୍ତି l
ପୂର୍ବରୁ ନିରନ୍ତର ସ୍ୱାସ୍ଥ୍ୟସେବା ଯୋଗାଇଆସୁଥିବା ଜଣେ ଉତ୍ତମ ଫାର୍ମାସିଷ୍ଟ ଙ୍କ ଉପରେ ମିଥ୍ୟାଆରୋପ ଲଗାଇ ଏଠାରୁ ବଦଳିକରାଯିବା ପରଠାରୁ ସବୁବେଳେ ରୋଗୀମାନଙ୍କ ଗହଳଚହଳ ଆଉ ଦେଖିବାକୁ ମିଳୁନାହିଁ l ସେହିପରି ଆଉଜଣେ ଭଲ ଡ୍ରେସର ଙ୍କୁ ମଧ୍ୟ ବଦଳି କରାଯିବା ପରେ, କନକପୁର ମେଡିକାଲ ରେ ଅଚଳାବସ୍ଥା ଦେଖାଯାଇଛି l
ପୂର୍ବରୁ ପ୍ରତିଦିନ ଏଠାକୁ ପାଖଆଖ ଦଶବାରଟି ପଞ୍ଚାୟତ ର ଶହଶହ ରୋଗୀ ଚିକିତ୍ସା ପାଇଁ ଆସୁଥିବା ବେଳେ, ଏବେର ରେଜିଷ୍ଟର ଦେଖିଲେ ଜଣାଯିବ ଯେ ରୋଗୀଙ୍କ ସଂଖ୍ୟା କେତେ ଅହେତୁକ ପରିମାଣରେ ହ୍ରାସପାଇଛି l ବିଶେଷକରି ପ୍ରସିଦ୍ଧ ଝଙ୍କଡ଼ ସାରଳାପୀଠ କୁ ପରିଦର୍ଶନ ରେ ଆସୁଥିବା ସହସ୍ରାଧିକ ତୀର୍ଥଯାତ୍ରୀ ଓ ପର୍ଯଟକ ମାନେ ମଧ୍ୟ ଆଶୁଚିକିତ୍ସା ପାଇବାରୁ ବଞ୍ଚିତ ହେବାକୁ ପଡୁଛି l
ତେବେ ଏସବୁ ସମସ୍ୟାର ଆଶୁସମାଧାନ ପାଇଁ, ଜଗତସିଂହପୁର ଜିଲ୍ଲା ସ୍ୱାସ୍ଥ୍ୟବିଭାଗ ର ମୁଖ୍ୟ ସି ଡି ଏମ ତୁରନ୍ତ ଦୃଷ୍ଟିଦେବା ସହିତ ବାସ୍ତବସ୍ଥିତି ଅନୁଧ୍ୟାନ କରି ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ସାଧାରଣ ରେ ଦାବୀହେଉଛି l ସ୍ୱାସ୍ଥ୍ୟସେବା ଭଳି ଏକ ଗୁରୁତ୍ୱପୂର୍ଣ୍ଣ ସେବାକାର୍ଯ୍ୟ ରେ ଏହି ଚରମ ଅବହେଳା କୁ ସ୍ଥାନୀୟଅଞ୍ଚଳର ଅଧିବାସୀ ମାନେ ତୀବ୍ରନିନ୍ଦା କରିଅଛନ୍ତି
