କଟକ, ୧୪/୧୧: କଟକ ବୟାଳିଶ ମୌଜା ଅନ୍ତର୍ଗତ ଦଧିବାମନପୁର ନିକଟସ୍ଥ ଲବକୁଶ ବିଦ୍ୟାମନ୍ଦିର ପରିସରରେ ପବିତ୍ର ଶିଶୁ ଦିବସ ଅବସରରେ ଏକ ଆକର୍ଷଣୀୟ ମୀନାବଜାର ଆୟୋଜିତ ହୋଇଯାଇଛି।
ଏହି ଅବସରରେ ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନର ସମ୍ପାଦକ ଶ୍ରୀଯୁକ୍ତ ନାରାୟଣ ଚନ୍ଦ୍ର ମହାନ୍ତି, ଭାରତ ସରକାରଙ୍କ ଶ୍ରମ ମନ୍ତ୍ରଣାଳୟର ଅବସରପ୍ରାପ୍ତ ନିର୍ଦ୍ଦେଶକ ଶ୍ରୀଯୁକ୍ତ ପ୍ରଦୀପ ମହାନ୍ତି ଏବଂ ରୋଟାରୀ କ୍ଲବ୍ର ସଭାପତି ଓ ସମ୍ପାଦକଙ୍କ ସମେତ ଅନ୍ୟାନ୍ୟ ସଦସ୍ୟମାନେ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ।
ଏହି ମୀନାବଜାରରେ ସର୍ବମୋଟ ୩୦ ପ୍ରକାରର ସୁସ୍ୱାଦୁ ଖାଦ୍ୟସାମଗ୍ରୀର ଷ୍ଟଲ୍ ଖୋଲାଯାଇ ବିକ୍ରୟ କରାଯାଇଥିଲା। କୁନିକୁନି ଛାତ୍ରଛାତ୍ରୀମାନେ ବେଶ୍ ଉତ୍ସାହ ଓ ଆନନ୍ଦର ସହ ଏହି କାର୍ଯ୍ୟକ୍ରମରେ ଭାଗ ନେବା ସହ କିଣାବିକାର ମଜା ଉଠାଇଥିଲେ।
ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ସଭାପତି ଶ୍ରୀଯୁକ୍ତ ମଣିରାଜ ସାହୁ, ସମ୍ପାଦିକା ଶ୍ରୀମତୀ ମୋନାଲିସା ସାହୁ, ପ୍ରଧାନ ଆଚାର୍ଯ୍ୟା ଶ୍ରୀମତୀ ପ୍ରତିଭା ପଣ୍ଡା ଏବଂ ସହକର୍ମୀ ଗୁରୁଜୀ ଓ ଗୁରୁମାମାନଙ୍କ ମଧ୍ୟରେ ସବିତା ଦାଶ, ନିବେଦିତା ପାଢ଼ୀ, ଅଲିଭା କର, ମଧୁସ୍ମିତା ଦାସ, ସିପ୍ରା ଜେନା, ସ୍ମୃତି ପ୍ରଜ୍ଞା ତ୍ରିପାଠୀ, ଇପ୍ସିତା ରାଉତ ଓ ନିରଞ୍ଜନ ନାୟକ ଉପସ୍ଥିତ ରହି ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିବା ସହ କାର୍ଯ୍ୟକ୍ରମର ସଫଳ ଆୟୋଜନରେ ପୂର୍ଣ୍ଣ ସହଯୋଗ କରିଥିଲେ। ଏଭଳି ଆୟୋଜନ ଦ୍ୱାରା ପିଲାମାନଙ୍କ ମଧ୍ୟରେ ବ୍ୟବହାରିକ ଜ୍ଞାନ ଓ ସୃଜନଶୀଳତାର ବିକାଶ ହୋଇପାରିବ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ।
