ଝଙ୍କଡ଼ : ତିର୍ତ୍ତୋଲବ୍ଲକ, କନକପୁର ପଞ୍ଚାୟତ ଅଧିନ କନକପୁରଶାସନ ଗ୍ରାମର ସୁକାନ୍ତି ବାରିକ ନାମକ ଜଣେ ସତୁରିବର୍ଷ ବୟସ୍କା ମହିଳା ଦୀର୍ଘବର୍ଷଧରି ରୋଗାକ୍ରାନ୍ତ ଅବସ୍ଥାରେ ପଡ଼ିରହିଛି l ତାଙ୍କର ବାଁ ଗୋଡ଼ର ପାଦ ପାଖରେ ଘାଆ ହୋଇ ଆଦୌ ଶୁଖୁନି l ଗତ ବୁଧବାରଦିନ ତାର ଝିଅ ଜ୍ୱାଇଁ ଖବରପାଇ, ତାଙ୍କୁ ଜଗତସିଂହପୁର ସଦର ମେଡିକାଲ କୁ ଚିକିତ୍ସା ପାଇଁ ନେଇଥିଲେ l ମାତ୍ର ଉଚ୍ଚତର ଚିକିତ୍ସା ପାଇଁ ରୋଗୀକୁ କଟକ ବଡ଼ମେଡିକାଲ କୁ ନେଇଯିବାକୁ ପରାମର୍ଶ ଦେଇଥିଲେ l ମାତ୍ର ଝିଅ ଜ୍ୱାଇଁ ଅତ୍ୟନ୍ତ ଗରିବହୋଇଥିବାରୁ ତାଙ୍କୁ କଟକ ନନେଇ ତାଙ୍କନିଜଘରେ ଛାଡ଼ିଦେଇ ଚାଲିଗଲେ l
ସୁକାନ୍ତିଙ୍କ ସ୍ୱାମୀ ଝରି ବାରିକ କିଛିବର୍ଷ ପୂର୍ବରୁ ମୃତ୍ୟୁବରଣ କରିଥିଲେ l ଯାହା ଫଳରେ, ସ୍ୱାମୀ ଙ୍କ ଅକାଳବିୟୋଗରେ ସୁକାନ୍ତି ଙ୍କ ଭବିଷ୍ୟତ ଅନ୍ଧକାରମୟ ହୋଇଉଠିଥିଲା l ଗୋଟିଏ ବଖରାଘରେ, ଖଟଉପରେ ପଡ଼ିରହିଥିବା ବେଳେ ପଡୋଶୀ ଓ ସମ୍ପର୍କୀୟ ମାନେ କେବଳ ଖାଇବା ପିଇବା ଖବର ବୁଝୁଛନ୍ତି ସିନା ହେଲେ ତାଙ୍କର ଚିକିତ୍ସା ନିମନ୍ତେ କେହି ଦାୟିତ୍ୱ ନେଉନାହାନ୍ତି l ଏପରି ଦୁରବସ୍ଥା ରେ ଜୀବନବଞ୍ଚାଇବା ପାଇଁ, କୌଣସି ସ୍ୱେଚ୍ଛାସେବୀ ଅନୁଷ୍ଠାନ ର ସାହାଯ୍ୟ ଭିକ୍ଷାକରିଛନ୍ତି, ମୃତ୍ୟୁ ସହିତ ସଂଗ୍ରାମ କରୁଥିବା ସୁକାନ୍ତି ବାରିକ l ଯଦି କୌଣସି ସ୍ୱେଚ୍ଛାସେବୀ ସଙ୍ଗଠନ ବା ସରକାର ଙ୍କ ତରଫରୁ ଏହି ଅସହାୟା ମହିଳା ଙ୍କୁ ଚିକିତ୍ସା କରାଇ ତାଙ୍କୁ ଆରୋଗ୍ୟକରିପାରନ୍ତେ ତେବେ ହୁଏତ ଆଉକିଛିଦିନ ଭଲରେ ବଞ୍ଚିଯାଇପାରନ୍ତେ l
