ଅଖିଳ ଭାରତୀୟ ଗ୍ରାହକ କଲ୍ୟାଣ ପରିଷଦ ରାଜ୍ୟ ଉପସଭାପତିଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

ରାଜ୍ୟ
Spread the love

ଜଗତସିଂହପୁର :  ଅଖିଳ ଭାରତୀୟ ଗ୍ରାହକ କଲ୍ୟାଣ ପରିଷଦ ର ରାଜ୍ୟ ଉପସଭାପତି ଭାବେ ସମାଜସେବୀ ଶରତ କୁମାର ଦାଶ ଙ୍କୁ ନିଯୁକ୍ତି ମିଳି ଥିବାରୁ ପରିଷଦର କର୍ମକର୍ତ୍ତା ମାନଙ୍କ ତରଫରୁ ଗତ ମଙ୍ଗଳବାର ଅପରାହ୍ନରେ ତିର୍ତ୍ତୋଲ ଆନନ୍ଦ ମଣ୍ଡପ ସଭା ଗୃହରେ ଏକ ସ୍ୱାଗତ ସମ୍ବର୍ଦ୍ଦନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି  | ଶିକ୍ଷକ ନେତା ତଥା ବ୍ୟାସ ଫାଉଣ୍ଡେସନ ର ସଭାପତି ଡଃ. ସିଦ୍ଧେଶ୍ବର ପଣ୍ଡା ନିମନ୍ତ୍ରିତ ଅତିଥିମାନଙ୍କୁ ମଞ୍ଚକୁ ଆମନ୍ତ୍ରଣ କରିବାପରେ ଶାରଳା ସଂସ୍କୃତି ଗବେଷକ ରମାକାନ୍ତ ରାଉଳ ଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସମ୍ବର୍ଦ୍ଦନା ସଭାରେ ମୁଖ୍ୟ ଅତିଥିଭାବେAICWC ଜାତୀୟ ମୁଖପାତ୍ର ତଥା ରାଜ୍ୟ ସମ୍ପାଦକ ଡଃ.ସୁନାକର ବେହେରା ଯୋଗଦେଇ ଖାଉଟି ମାନେ ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତେ ବିଭିନ୍ନ ଅଭାବ ଅସୁବିଧା ଓ ସମସ୍ୟା ସମ୍ପର୍କରେ ସଚେତନତା କରିବାର ଆବଶ୍ୟକତା ରହିଛି ଓ ଫିଲିଙ୍ଗ ଷ୍ଟେସନ ଗାଡ଼ିରେ ତେଲ ପକାଇବା ଠାରୁ ଆରମ୍ଭ କରି ଶିକ୍ଷା, ସ୍ୱାସ୍ଥ୍ୟ, ବିଜୁଳି ଓ ପାଣି ଆଦି କିଣିବା ସମୟରେ ଗ୍ରାହକ ମାନେ ଠକାମୀ ଓ ଶୋଷଣର ଶିକାର ହେଉଥିବାରୁ ଆମ ଜିଲ୍ଲା ତଥା ରାଜ୍ୟ ପରିଷଦ ତରଫରୁ ବିଭିନ୍ନ ସ୍ଥାନ ଓ ସମୟରେ ସଚେତନତାର ବାର୍ତ୍ତା ପ୍ରଚାର କରି ଆସୁଅଛି  | ଶ୍ରୀଯୁକ୍ତ ଦାଶ ଙ୍କୁ ରାଜ୍ୟ ଉପସଭାପତି ଭାବେ ନିଯୁକ୍ତ କରାଯାଇ ଥିବାରୁ ଏହି କାର୍ଯ୍ୟକ୍ରମ ଅଧିକ ସୁଦୂର ପ୍ରସାରି ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ  | AICWC ର ମହିଳା ଶାଖାର ସଭାପତି ତଥା ବ୍ୟାସ ଫାଉଣ୍ଡେସନ ର ଅଧକ୍ଷା ଶ୍ରୀମତୀ ସ୍ନେହମୟୀ ଆଚାର୍ଯ୍ୟ, DCBC ମେମ୍ବର ଦେବେନ୍ଦ୍ର ମଲ୍ଲିକ, ଓ AICWC ର କୋଷାଧକ୍ଷ ଯଶୋବନ୍ତ ରାଉତ ପ୍ରମୁଖ ଯୋଗଦେଇ ଖାଉଟି ସଚେତନତା ସମ୍ପର୍କରେ ତଥ୍ୟ ଭିତ୍ତିକ ଆଲୋଚନା କରିବା ସହିତ ନବନିଯୁକ୍ତ ରାଜ୍ୟ ଉପ- ସଭାପତିଙ୍କ ଯୋଗଦାନ କୁ ସୁଭେତ୍ସା ଜଣାଇଥିଲେ | ପରିଶେଷରେ ତିର୍ତ୍ତୋଲ ପ୍ରେସ କ୍ଳବ ର କାର୍ଯ୍ୟକାରୀ ସଭାପତି ଶ୍ରୀକାନ୍ତ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ | ଏହି ସମସ୍ତ କାର୍ଯ୍ୟକ୍ରମ କୁ ସାମ୍ବାଦିକ ରଞ୍ଜନ କୁମାର ମଲ୍ଲିକ, ଭାଗବତ ପ୍ରସାଦ,ଶରତ ଚନ୍ଦ୍ର ଦାସ, ପ୍ରଶଂଜିତ ଦାସ, ବାବାଜୀ ଦାସ, ରଶ୍ମି ରଞ୍ଜନ ଦାଶ,ଦୀପରାଜ ସିଂହ ପ୍ରମୁଖ ପରିଚାଳନା କରିବା କ୍ଷେତ୍ରରେ ସକ୍ରିୟ ସହଯୋଗ କରିଥିବାର ଦେଖିବାକୁ ମିଳିଥିଲା  |

Leave a Reply

Your email address will not be published. Required fields are marked *