50c15241 C76a 4da4 Ba09 56866196e511

ବାଲୁଙ୍କେଶ୍ୱର ନୋଡାଲ ବିଦ୍ୟାପୀଠ, ୨୦୦୧ ବ୍ୟାଚ ବନ୍ଧୁମିଳନ ଉଦଯାପିତ

ରାଜ୍ୟ
Spread the love

କଟକ ସଦର :  ୪୨ମୋୖଜ଼ା ବାଲୁଙ୍କେଶ୍ୱର ନୋଡାଲ ବିଦ୍ୟାପୀଠର ପୂର୍ବତନ ଛାତ୍ରଛାତ୍ରୀ ୨୦୦୧ ମସିହା ବ୍ୟାଚ ସମସ୍ତେ ମିଶି ବନ୍ଧୁମିଳନ ବହୁତ ଆଡମ୍ବର ସହିତ ପାଳନ କରିଛନ୍ତି  । ଏଥିରେ ପ୍ରାୟ ୭୦ ଜଣ ସହପାଠୀଗଣ ଭିନ୍ନଭିନ୍ନ ସ୍ଥାନରେ କାର୍ଯ୍ୟରତ ଏବଂ ବୈବାହିକ ଜୀବନ ବିତାଉଥିବା ସତ୍ୱେ ବନ୍ଧୁ ମିଳନ ପାଇଁ ଯୋଗ ଦେଇଥିଲେ । ପୂର୍ବତନ ଛାତ୍ରମାନଙ୍କ ମଧ୍ୟରେ ମିର୍ଜା ସରାଫତ ବେଗ ବନ୍ଧୁ ମିଳନ ସମାରୋହରେ ସମସ୍ତଙ୍କ ପରିଚୟ ପରିଚାଳନା କରିଥିଲେ । କୁନି ଝିଅ ଅଲଭିଆ ପ୍ରିୟଦର୍ଶିନୀ ନାଚ ପରିବେଷଣ କରି ମନ ମୁଗଧ କରିଥିଲେ । ସମସ୍ତେ ନିଜର ଅନୁଭୂତି ଏବଂ ଅଭୁଲା ସ୍ମୃତିକୁ ଗୋଟି ଗୋଟି ରାମ୍ପ ସୋ କରି ଷ୍ଟେଜ ଉପରେ ବର୍ଣନା କରି ବହୁତ ଭାବପ୍ରବଣ ହୋଇ ଆନନ୍ଦ ପ୍ରକାଶ କରିଥିଲେ,କୁନି କୁନି ଛୁଆମାନଙ୍କୁ ନେଇ ମ୍ୟୁଜିକ ଚେୟାର ଏବଂ ଅନ୍ୟାନ୍ୟ ଖେଳର ଭରପୁର ଆନନ୍ଦ ନେଇଥିଲେ ।

ଅନ୍ତିମରେ ସମସ୍ତେ ୨୪ ବର୍ଷ ପରେ ବନ୍ଧୁ ମିଳନକୁ ବହୁତ ପ୍ରଶଂସା କରି ଆସନ୍ତା ୨୫ବର୍ଷ ସିଲଭର ଜୁବଲୀ କିପରି ପାଳନ କରାଯିବ ତାହା ଆଲୋଚନା କଲେ | ସମସ୍ତେ ବନ୍ଧୁ ମିଶି ଆୟୋଜକ ମିର୍ଜା ସରାଫତ ବେଗ,କାବୁଲି ବେହେରା, ପ୍ରକାଶ ମୁଦୁଲି, ସନ୍ତୋଷ ସାହୂ,ସସ୍ମିତା ପତି,ସୁଶ୍ରୀ ସଂଗୀତା ତ୍ରିପାଠୀ ଅଶିତ ବିଶ୍ୱାଳ,ଶିବରାମ ଦାଶ ସତ୍ୟଜିତ ମହାପାତ୍ର, ଶକ୍ତିଦତ୍ତ ମହାରଣା ପ୍ରମୁଖଙ୍କୁ ଧନ୍ୟବାଦ ଜଣାଇଥିଲେ । ଶେଷରେ ବରିଷ୍ଟ ସାମ୍ବାଦିକ ଚନ୍ଦନ ମହାନ୍ତି, ଦିନବନ୍ଧୁ ସାମଲ ଉପସ୍ଥିତ ଥିଲେl ସର୍ବଶେଷରେ ଦେଶର ବୀର ସୈନ୍ୟମାନଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ଏବଂ ଆମ ଦେଶରେ କିପରି ଅଖଣ୍ଡତା,ଶାନ୍ତି, ସୁଖ ବଜାୟ ରହିବ ତାହା ଭଗବାନଙ୍କ ପାଖରେ ପ୍ରାଥନା ଜଣାଇଥିଲେ ।

ଏହି ବନ୍ଧୁ ମିଳନରେ  ସଞ୍ଜୟ ମହାରଣା, କାବୁଲି ବେହେରା, ସତ୍ୟଶେଖର ପରିଡା, ସନ୍ତୋଷ ସାହୂ, ଫିରୋଜ ମହାପାତ୍ର, ମଞ୍ଜରିକା ପତି, ସସ୍ମିତା ପତି, ସେକ ଫିରୋଜ, ନିକୁଲୁ ମିଶ୍ର, ସ୍ମିତା ରାଉଳ , ପ୍ରଭାତ କୁମାର ଦାସ, ଅଶିତ ବିଶ୍ୱାଳ, ଶକ୍ତିଦତ୍ତ ମହାରଣା, ସୁଶ୍ରୀ ସଂଗୀତା ତ୍ରିପାଠୀ, ଶେଫାଳି ପତି, ମନୋଜ କୁମାର ପତି, ଲୋକନାଥ ମୁଦୁଲି, ସମୀର ସାହାଣୀ, ଶିବରାମ ଦାଶ, ଭଗବାନ ସାହୂ, ସନ୍ତୋଷ ମଲ୍ଲିକ, ପ୍ରଫୁଲ୍ଲ କୁମାର ଦାଶ, ମିର୍ଜା ସିରାଜ ବେଗ, ସତ୍ୟଜିତ ମହାପାତ୍ର, ପ୍ରତିମା ବେହେରା, ଆଶିଷ ସ୍ୱାଇଁ, ପ୍ରକାଶ ମୁଦୁଲି, ତାପସ ପରିଡା, ବିକ୍ରମ ମୁଦୁଲି, ବିପିନ ବିହାରୀ ଜେନା, ଦୁଖିଶ୍ୟାମ ସ୍ୱାଇଁ, ସୌମ୍ୟ ରଞ୍ଜନ ସ୍ୱାଇଁ, ମିର୍ଜା କରାମତ ହୋସେନ ବେଗ, ଚିତ୍ତରଞ୍ଜନ ସ୍ୱାଇଁ, ସହଦେଵ ମାଝୀ, ଲିଜ଼ା ସ୍ୱାଇଁ, ରମେଶ ସାମଲ, ଶଙ୍କରସଣ ମାଝୀ, ରତିକାନ୍ତ ସାମଲ,ସୁଶାନ୍ତ ପରିଡା, ସହଦେଵ ମାଝୀ, ବିଘ୍ନେଶ୍ୱର ମାଝୀ, ରାଜଲକ୍ଷ୍ମୀ ସେଠି, ରଞ୍ଜୁଵାଲା ମୁଦୁଲି, ଅନୟ ମହାପାତ୍ର, ମିର୍ଜା ସରାଫତ ବେଗ, ସରୋଜିନୀ ପ୍ରଧାନ, ରଶ୍ମିତା ମୁଦୁଲି, ପବିତ୍ର ରାଉତ ପ୍ରମୁଖ ଯୋଗଦେଇଥିଲେ ।

Leave a Reply

Your email address will not be published. Required fields are marked *