ସ୍ବର୍ଗତ ଲଳିତ ରଞ୍ଜନ ପତିଙ୍କର ଶ୍ରଦ୍ଧାଞ୍ଜଳି ସଭା ।

ରାଜ୍ୟ
Spread the love

କଟକ,୧୪।୧୧: କଟକ ସଦର ବ୍ଲକ୍ ଅନ୍ତର୍ଗତ ବୟାଳିଶମୌଜା ସ୍ଥିତ ଏରଞ୍ଚ ଗ୍ରାମର ବାସିନ୍ଦା ସ୍ବର୍ଗତ ଲଳିତ ରଞ୍ଜନ ପତିଙ୍କର ଶ୍ରଦ୍ଧାଞ୍ଜଳି ସଭା ସହପାଠୀ ଇଂ.ଅଶୋକ କୁମାର ବିଶ୍ବାଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଅଛି । ଏଥିରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ଟ୍ରେଡ୍ ୟୁନୀୟନ୍ ଲିଡର ତଥା ରାଜନେତା ଜନାର୍ଦ୍ଧନ ପତି,ମୁଖ୍ୟବକ୍ତା ବରିଷ୍ଠ ଜଙ୍ଗଲ ବିଭାଗ ଅଧିକାରୀ ଅନାଦି ଚରଣ ଦାସ, ମନମୋହନ ପତି,ବେଣ୍ଟକାର ସରପଞ୍ଚ ଶିବ ଶଙ୍କର ମଲ୍ଲିକ,ସମିତି ସଭ୍ୟ ବିନୋଦ ବିହାରି ବେହେରା, ବିଜୟ କୁମାର ରାଉତରାୟ, ଭାଇ ହର୍ଷବର୍ଦ୍ଧନ ପତି, ଗ୍ରାମ ମୁଖ୍ୟ ବୈଷ୍ଣବ ଚରଣ ପତି, ସ୍ଵାଧୀନ ଶେଖର ଷଡଙ୍ଗୀ, ତିର୍ଥ ରଞ୍ଜନ ମହାନ୍ତି, ହେମନ୍ତ କୁମାର ମହାପାତ୍ର, କବି ଅଶୋକ ପତି, ବିଶ୍ବମ୍ବର ଦାସ, ଆଦି ବହୁବ୍ୟକ୍ତି ସ୍ବର୍ଗତ ଆତ୍ମାର ସଦଗତି ପାଇଁ ପ୍ରାର୍ଥନା କରିବା ସହିତ ସ୍ମୃତି ଚାରଣ କରିଥିଲେ। ବରିଷ୍ଠ ଶିକ୍ଷକ ଅଭୟ କୁମାର ଦାସ ଧନ୍ୟବାଦ ଅର୍ପଣ କରି ସଭାସଙ୍ଗ ଘୋଷଣା କରିଥିଲେ।

Leave a Reply

Your email address will not be published. Required fields are marked *