ସମାଜସେବୀ ତଥା ପୂର୍ବତନ ନାଏବ ସରପଞ୍ଚ ହାଡ଼ିବନ୍ଧୁ ସାହୁଙ୍କ ଏକାଦଶାହରେ ଶ୍ରଦ୍ଧାଞ୍ଜଳି ସଭା

ରାଜ୍ୟ
Spread the love

ମାହାଙ୍ଗା, ୧୪/୧୧ (ଆ.ପ୍ର): ଶ୍ୟାମସୁନ୍ଦର ବଜାର କମିଟି ବାଲିଚନ୍ଦ୍ରପୁରର ଉପସଭାପତି, କୁସୁପୁର ପଞ୍ଚାୟତର ପୂର୍ବତନ ନାଏବ ସରପଞ୍ଚ, ଜଣାଶୁଣା ସମାଜସେବୀ ତଥା ସାହିତ୍ୟ-ସଂସ୍କୃତି ସଂଗଠକ ହାଡ଼ିବନ୍ଧୁ ସାହୁଙ୍କ ଏକାଦଶାହ ତିଥିରେ ଏକ ଶ୍ରଦ୍ଧାଞ୍ଜଳି ସଭା ବାଗସରପୁରଠାରେ ଅନୁଷ୍ଠିତ ହୋଇଯାଇଛି।

ସାହିତ୍ୟିକ ଡକ୍ଟର ଅଖିଳେଶ ପଦ ମହାନ୍ତିଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସ୍ମୃତିସଭାରେ ବହୁ ବିଶିଷ୍ଟ ବ୍ୟକ୍ତିମାନେ ଯୋଗଦେଇଥିଲେ। ‘ଆଗାମୀ ଶତାବ୍ଦୀ’ ପତ୍ରିକାର ସମ୍ପାଦକ ତଥା କଂଗ୍ରେସ ନେତା ମାସୁଦ ଅଲ୍ଲୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସମାଜ ପ୍ରତି ସ୍ୱର୍ଗତ ସାହୁଙ୍କ ଅବଦାନ ଅବିସ୍ମରଣୀୟ ବୋଲି କହିଥିଲେ। ମାହାଙ୍ଗା ବଡ଼ଚଣା ସାହିତ୍ୟ ସଂସ୍କୃତି ପରିଷଦର ଅଧ୍ୟକ୍ଷ ସାମ୍ବାଦିକ ଭକ୍ତ ଚରଣ ସାହୁ ସଭାରେ ମୁଖ୍ୟବକ୍ତା ଭାବେ ଯୋଗଦେଇ କହିଲେ ଯେ, ଜଣେ ନିଃସ୍ୱାର୍ଥପର ଜନସେବକ ଭାବେ ହାଡ଼ିବନ୍ଧୁ ସ୍ଥାନୀୟ ଅଞ୍ଚଳରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ।

ଏହି ଶ୍ରଦ୍ଧାଞ୍ଜଳି ସଭାରେ ପଣ୍ଡିତ ପ୍ରଭାତ କୁମାର କର, ମାହାଙ୍ଗା ପଞ୍ଚାୟତ ସମିତିର ପୂର୍ବତନ ଅଧ୍ୟକ୍ଷ ରାଜକିଶୋର ଜେନା, ବ୍ଲକ କଂଗ୍ରେସ କମିଟି ସଭାପତି ଦୀପକ ମହାନ୍ତି, ବାଲିଚନ୍ଦ୍ରପୁର ବଜାର କମିଟି ସଭାପତି ସାମ୍ବାଦିକ ପ୍ରଦୀପ୍ତ କୁମାର ପୃଷ୍ଟି, ଜିଲ୍ଲା ପରିଷଦ ସଭ୍ୟ ଜଗବନ୍ଧୁ ସେଠୀ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଦିବଂଗତ ପୁରୁଷ ହାଡ଼ିବନ୍ଧୁ ସାହୁଙ୍କ ଜୀବନାଦର୍ଶ ଉପରେ ଚର୍ଚ୍ଚା କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଶ୍ୟାମସୁନ୍ଦର ବଜାର କମିଟି ସମ୍ପାଦକ ସାମ୍ବାଦିକ ପ୍ରବାସ ଦାଶ, ବରିଷ୍ଠ ନାଗରିକ ମକରେନ୍ଦ୍ର ସାହୁ, ସାମ୍ବାଦିକ ଏକାଦଶୀ ସେଠୀ, ସମାଜସେବୀ ନଳିନୀ ନାୟକ, କୁସୁପୁର ସେବା ସମବାୟ ସମିତି ସଭାପତି ପ୍ରଶାନ୍ତ କୁମାର ରାଉତରାୟ, ସାମ୍ବାଦିକ ଅମରେନ୍ଦ୍ର ସିଂ, ଅଧ୍ୟାପକ ଅନୁପ କୁମାର ସେନାପତି, ବ୍ରଜବନ୍ଧୁ ପଲେଇ, କେଶବ ଚନ୍ଦ୍ର ବାରିକ ଏବଂ ହରିହର ଜେନା ପ୍ରମୁଖ ସ୍ୱର୍ଗତ ସାହୁଙ୍କ ସ୍ମୃତିଚାରଣ କରିବା ସହିତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ସଭା ପ୍ରାରମ୍ଭରେ ସମାଜସେବୀ ରଣଜିତ ସାହୁ ପବିତ୍ର ଭାଗବତ ପାଠ କରି ଅମର ଆତ୍ମାର ସଦ୍‌ଗତି କାମନା କରିଥିଲେ। ଏହି କାର୍ଯ୍ୟକ୍ରମକୁ ହାଡ଼ିବନ୍ଧୁଙ୍କ ସୁପୁତ୍ର କେଶବ ଚନ୍ଦ୍ର ସାହୁ, ପ୍ରଫୁଲ୍ଲ କୁମାର ସାହୁ, ସନାତନ ସାହୁ, ଧନେଶ୍ୱର ସାହୁ ଏବଂ ଭାଇ କଳ୍ପତରୁ ସାହୁ ଓ ଗୁରୁଚରଣ ସାହୁ ସୁଚାରୁ ରୂପେ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *