ଭୁବନେଶ୍ୱର: ଟ୍ରିବୁନାଲ ପାଖରେ ଯୁଗ୍ମ ବୈଷୟିକ କମିଟି ଦ୍ୱାରା ପ୍ରସ୍ତୁତ ମହାନଦୀରେ ଉପଲବ୍ଧ ଜଳ ରାଶିର ତଥ୍ୟ ବିଭ୍ରାନ୍ତିକର ଓ ଏହା ଓଡିଶା ସ୍ୱାର୍ଥର ପରିପନ୍ଥୀ ବୋଲି ଅଭିଯୋଗ କରି ମହାନଦୀ ବଞ୍ଚାଓ ଆନ୍ଦୋଳନ ପକ୍ଷରୁ ଶୁକ୍ରବାର ବିକ୍ଷୋଭ ପ୍ରଦର୍ଶନ କରିବା ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିବାକୁ ଯୋଜନା କରାଯାଇଥିଲା। ତେବେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଯାଇ ଦାବିପତ୍ର ପ୍ରଦାନ ପୂର୍ବରୁ ପୁଲିସ ବିକ୍ଷୋଭରତ ସଦସ୍ୟଙ୍କୁ ଉଠାଇନେଇଥିଲେ।
ମହାନଦୀ ବଞ୍ଚାଓ ଆନ୍ଦୋଳନର କର୍ମକର୍ତ୍ତାଙ୍କ କହିଛନ୍ତି, ମଇ ୭ ତାରିଖରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଆାଲୋଚନା କରିବାକୁ ଅନୁମତି ଲୋଡ଼ାଯାଇଥିଲା । ମଇ ୨୦ ତାରିଖ ସୁଦ୍ଧା ଆଲୋଚନା ପାଇଁ ନିବେଦନ କରାଯାଇଥିଲା l ମାତ୍ର ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରୁ କୌଣସି ସନ୍ଦେଶ ନମିଳିବାରୁ ଆଜି ମହାନଦୀ ବଞ୍ଚାଓ ଆନ୍ଦୋଳନର କର୍ମୀମାନେ ମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ ଯାଇ ତାଙ୍କୁ ଭେଟିବା ପାଇଁ ପ୍ରୟାସ କରିଥିଲେ l ପୂର୍ବାହ୍ଣ ୯ଟା ୩୦ ମିନିଟ ସମୟରେ ଆନ୍ଦୋଳନକlରୀମାନେ ଲୋକ ଭବନ ସମ୍ମୁଖରେ ଥିବା ମଧୁବାବୁଙ୍କ ପ୍ରତିମୂର୍ତ୍ତି ପାଖରେ ଏକତ୍ରିତ ହେବା ପରେ ମୁଖରାମନ୍ତ୍ରୀଙ୍କ ବାସଭବନ ଯିବା ବେଳେ ପୁଲିସ ସେମାନଂକୁ ଉଠାଇ ନେଇ କ୍ୟାପିଟାଲ ଥାନାରେ ଅଟକାଇ ରଖିଥିଲା l
ମହାନଦୀ ବଞ୍ଚାଓ ଆନ୍ଦୋଳନର ଆବାହକ ଶ୍ରୀ ସୁଦର୍ଶନ ଦାସ କହିଛନ୍ତି, ମହାନଦୀ ଜଳ ବିବାଦ ଏକ ଅତି ସ୍ପର୍ଶ କାତର ପ୍ରସଙ୍ଗ ଏବଂ ଏହା ସହିତ ଓଡ଼ିଶାର ସ୍ୱାର୍ଥ ଜଡିତ। ଏଭଳି ପ୍ରସଙ୍ଗକୁ ନେଇ ମୁଖ୍ୟମନ୍ତ୍ରୀ ଙ୍କ ସହିତ ଏକ ଆଲୋଚନା ପାଇଁ ନିବେଦନ ଯଦି ପୁଲିସ ଗିରଫଦାରୀରେ ପରିଣତ ହୁଏ ତେବେ ତାହା ଦୁର୍ଭାଗ୍ୟଜନକ ।
ଆଜିର ବିକ୍ଷୋଭ କାର୍ଯ୍ୟକ୍ରମରେ ମହାନଦୀ ବଞ୍ଚାଓ ଆନ୍ଦୋଳନର ଆବାହକ ସୁଦର୍ଶନ ଦାସଙ୍କ ସମେତ ମନୋଜ ଜେନା, ଗିରିଜା ଶଙ୍କର ଦାସ, ଜ୍ୟୋତି ରଞ୍ଜନ ମହାପାତ୍ର, ପ୍ରଦୀପ୍ତ ନାୟକ, ବାସୁଦେବ ଭଟ୍ଟ, ପ୍ରଦୀପ ପ୍ରଧାନ, ପ୍ରସନ୍ନ ବିଶୋଇ, ସରିତା ସାମଲ, ପ୍ରଭାସିନୀ ରାଉତ, ଆଦର୍ଶ ଦାସ, ସମୀର ରଞ୍ଜନ ରାଉତରାୟ, ଅଭୟ କୁମାର ମିଶ୍ର, ଡ଼ ଶୁଭ୍ରାଂଶୁ ରାୟ, ହରିବନ୍ଧୁ ଶତପଥି, ବିଜ୍ଞାନ ଭୂୟାଁ , ମନୋଜ ବାରିକ, ନିଗମ ପଣ୍ଡା, ବୈକୁଣ୍ଠ ସ୍ୱାଇଁ, ରେହେମନ ଖାଁ, ରିଙ୍କି ସାହୁ, ଆଲୋକ ମହାପାତ୍ର, ବିଶ୍ୱଜିତ ପଣ୍ଡା, ଦିଶା ଆଜାଦ ପ୍ରମୁଖ ନେତୃତ୍ୱ ନେଇଥିଲେ l
