02c2f381 Bc1a 4d5d Bd18 E58b6104d158

ଶିଶୁଅନନ୍ତ ଆଶ୍ରମରେ ସାଧୁସନ୍ଥଙ୍କ ମିଳନ !

ରାଜ୍ୟ
Spread the love

ଝଙ୍କଡ :  ଅରିଲୋସ୍ଥିତ ପ୍ରସିଦ୍ଧ ଶିଶୁ ଅନନ୍ତ ଆଶ୍ରମ ପରିସରରେ ପୂଜ୍ୟ ପୂଜକ ପଦ୍ମଶ୍ରୀ ବାବା ବଳିଆଙ୍କ ଆହ୍ୱାନରେ ପୂଜ୍ୟ ବାବାଙ୍କ ଶିଷ୍ୟ ଡ଼ଃ ଚିଦାନନ୍ଦ ବ୍ରହ୍ମଚାରି ଓ ଡ଼ଃ ଅରୁଣ କୁମାର ପାଣି ଙ୍କ ଅନୁରୋଧରେ ରାଜ୍ୟର ବିଭିନ୍ନ ସ୍ଥାନରୁ ସାଧୁସନ୍ଥ ମାନଙ୍କୁ ଆମନ୍ତ୍ରଣ କରାଯାଇ ” ସନ୍ଥ ତୀର୍ଥ ପୂଜନ ଉତ୍ସବ ” ଅନୁଷ୍ଠିତ ହୋଇଯାଇଛି | ଆଶ୍ରମର ବାବାଜୀ ମନୋଜ ଦାସଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ପୂଜ୍ୟ ବାବା ନିଜର ଉଦ୍ଦେଶ୍ୟ ଜ୍ଞାପନ କରି କହିଲେ ଯେ ପ୍ରବଚନ, ଯଜ୍ଞ ଅପେକ୍ଷା ଦେଶ ଓ ଧର୍ମର ସୁରକ୍ଷା ସନ୍ଥ ଙ୍କ ପ୍ରଥମ କର୍ତ୍ତବ୍ୟ ହେବା ଉଚିତ |

ଅନ୍ୟ ସନ୍ଥମାନଙ୍କ ମଧ୍ୟରେ ଛତିଆ ବଟର ସନମଣିମା ଜଗନ୍ନାଥ ଦାସମହାରାଜ, ବିଜ୍ଞାନୀ ଗୁରୁ ଶ୍ରୀସନ୍ଥ , ବାବା ବିଶ୍ୱାନନ୍ଦ ଦାସ , ରାଷ୍ଟ୍ରୀୟ ଶ୍ରୀଜଗନ୍ନାଥ ସଂସ୍କୃତି ପ୍ରଚାରକ ସତ୍ୟାନନ୍ଦଦାସ ମହାରାଜ, ଦିବାକର ଦାସମହାରାଜ,ନଳିନୀ ଜୀ ମହାରାଜ, ବାବା ବିଜୟାନନ୍ଦ ପୁରୀ , ବାବା ଲଷ୍ମୀଧର ଦାସ, ଶ୍ରୀଶଙ୍କରାଚାର୍ଯ୍ୟ ଙ୍କ ପ୍ରତିନିଧି ପଣ୍ଡିତ ମାତୃପ୍ରସାଦ ମିଶ୍ର, ଧ୍ୟାନକୁଦ ପୀଠର ପିଠାଧୀଶ ସ୍ୱାମୀ ଅରକ୍ଷିତ ଦାସମହାରାଜ , ସ୍ୱାମୀ ଅସୀମାନନ୍ଦ ସରସ୍ବତୀ, ସନ୍ଥ ଦ୍ବିପକ ଦାସ, ସ୍ୱାମୀ ବ୍ରହ୍ମନନ୍ଦ ସରସ୍ବତୀ ପ୍ରମୁଖ ଙ୍କ ସହ ପ୍ରାୟ ଶତାଧିକ ସାଧୁସନ୍ଥ ଏହି କାର୍ଯ୍ୟକ୍ରମ ରେ ଯୋଗଦାନ କରି ତଥ୍ୟ ଭିତ୍ତିକ ବକ୍ତବ୍ୟରେ ମାର୍ଗଦର୍ଶନ କରିଥିଲେ |

କାର୍ଯ୍ୟକ୍ରମ ପ୍ରାରମ୍ଭ ରେ ଭବ୍ୟ କୀର୍ତ୍ତନ ଶୋଭାଯାତ୍ରା ରେ ସନ୍ଥ ମାନଙ୍କୁ ସ୍ୱାଗତ ସହ ମଞ୍ଚ କୁ ଆମନ୍ତ୍ରଣ କରାଯାଇ ପତିହରା ମା ମାନଙ୍କ ଦ୍ୱାରା ଉପଢୌକନ, ଚନ୍ଦନ ଅକ୍ଷତ ପୁଷ୍ପମାଲ୍ୟ ଏବଂ ତାମ୍ର ପାତ୍ର ରେ ତୁଳସୀ ବୃକ୍ଷ ପ୍ରଦାନ କରାଯାଇ ପୂଜାର୍ଚନା କରାଯାଇଥିଲା | ଆଶ୍ରମ ର ସନ୍ୟାସ ଶ୍ରୀବାସ ଦାସ, ପ୍ରଣବାନନ୍ଦ ଦାସ ଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନ ରେ ସେବକ ଗୋପାଳ ଦାସ, ସଞ୍ଜୟ ଦାସ, ତପନ ଦାସ, ପ୍ରସାଦ ଦାସ , କାଳିଆ ନନା, ପଣ୍ଡିତ ପ୍ରତାପ ଦାଶ , ରାମାୟଣୀ ପଣ୍ଡିତ ଅଭୟ ଦାଶ ଙ୍କ ସହଯୋଗ ରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା  |

Leave a Reply

Your email address will not be published. Required fields are marked *