୫୦ ଲକ୍ଷ ଟଙ୍କାର ବ୍ରାଉନସୁଗର ଜବତ ସହ ୩ ଗିରଫ

ଅପରାଧ ଭୁବନେଶ୍ୱର ରାଜ୍ୟ
Spread the love

ଭୂବନେଶ୍ଵର, ୧୮/୧୧: ରାଜଧାନୀ ଭୁବନେଶ୍ଵରରୁ ୪୭୫ ଗ୍ରାମ ବ୍ରାଉନସୁଗର ଜବତ ହୋଇଛି। ଏହି ଘଟଣାରେ ଅବକାରୀ ବିଭାଗ ଗୋଟିଏ ମୋଟରସାଇକେଲ ଜବତ କରିବା ସହିତ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ହାସିମ ଖାନ, ରବି ବାରିକ ଏବଂ ସୁଶାନ୍ତ କୁମାର ପରିଡ଼ା। ଜବତ ବ୍ରାଉନସୁଗର ମୂଲ୍ୟ ଆନୁମାନିକ ୫୦ ଲକ୍ଷ ଟଙ୍କା ହେବ ବୋଲି କୁହାଯାଇଛି। ଅଭିଯୁକ୍ତମାନେ ଏକ ବାଇକରେ ଏହାକୁ ଚାଲାଣ କରୁଥିବା ନେଇ ଅବକାରୀ ବିଭାଗକୁ ସୂଚନା ମିଳିଥିଲା। ତାହାକୁ ଆଧାର କରି ଅବକାରୀ ପୁଲିସ ଅଭିଯୁକ୍ତମାନଙ୍କୁ ଅଟକ ରଖି ଯାଞ୍ଚ କରିବା ସମୟରେ ବ୍ରାଉନସୁଗର ଜବତ ହୋଇଥିଲା। ଏ ନେଇ ଭୁବନେଶ୍ଵର କଳ୍ପନାସ୍ଥିତ ଜିଲା ଅବକାରୀ କାର୍ଯ୍ୟାଳୟଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି।

Leave a Reply

Your email address will not be published. Required fields are marked *