ଦୁର୍ଘଟଣାରେ ସାମ୍ବାଦିକାଙ୍କ ସମେତ ଦୁଇ ମୃତ

ପୁରୀ ରାଜ୍ୟ
Spread the love

ପିପିଲି, ୬/୧ : ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥର ପିପିଲି ଥାନା ଅନ୍ତର୍ଗତ ମଙ୍ଗଳପୁର ନିକଟ ଜମାଲପୁର ଗ୍ରାମ୍ୟଛକ ନିକଟରେ ରାସ୍ତାରେ ଯାଉଥିବା ଏକ ସ୍କୁଟି ଉପରେ ଏକ ଘରୋଇ ଯାତ୍ରୀବାହୀ ବସ୍‌ ଚଢିଯାଇଛି। ଏଥିରେ ସାମ୍ବାଦିକାଙ୍କ ସମେତ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ମୃତ ସାମ୍ବାଦିକା ହେଲେ ଶିଲା ପଟ୍ଟନାୟକ, ଅନ୍ୟ ଜଣଙ୍କର ପରିଚୟ ମିଳିପାରିନାହିଁ।ରାସ୍ତାରେ ବାଲି ଗଦା ହୋଇଥିବାରୁ ସ୍କୁଟିଟି ସ୍ଲିପ୍‌ କରିବା ପରେ ଦୁଇ ଜଣ ରାସ୍ତାକୁ ଛିଟିକି ପଡିଥିଲେ । ଫୁଳରେ ଦ୍ରୁତ ଗତିରେ ଆସୁଥିବା ବସଟି ଦୁଇ ଜଣଙ୍କ ଉପରେ ଚଢିଯାଇଥିଲା । ଫଳରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣଙ୍କୁ ମଙ୍ଗଳପୁର ମେଡିକାଲରେ ଡାକ୍ତର ମୃତ ଘୋଷଣା କରିଥିଲେ। ଦୁର୍ଘଟଣା ପରେ ଘଟଣାସ୍ଥଳରେ ଟ୍ରାଫିକ ସମସ୍ୟା ଉପୁଜିଥିବାବେଳେ ପିପିଲି ପୁଲିସ ପହଞ୍ଚି ଟ୍ରାଫିକ ପରିସ୍ଥିତି ସମ୍ଭାଳିବା ସହ ଦୁର୍ଘଟଣା ଗ୍ରସ୍ତ ଦୁଇଟି ଯାକ ଗାଡିକୁ ଜବତ କରି ତଦନ୍ତ ଚଳାଇଛି।

Leave a Reply

Your email address will not be published. Required fields are marked *