ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ମାଲକାନଗିରି ରାଜ୍ୟ
Spread the love

କାଲିମେଳା,୭/୧: ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ, ପାପୁଲୁରୁ, କାଲିମେଳା ବ୍ଲକ, ମାଲକାନଗିରିରେ ହୋଇଯାଇଛି। ଯେଉଁଥିରେ ଜିଲା ତରଫରୁ ବିଧାୟକ ମାଲକାନଗିରି ନରସିଂହ ମାଡ଼କାମୀ, ବିଧାୟକ ଚିତ୍ରକୋଣ୍ଡା ପ୍ରତିନିଧି, ଉପାଧ୍ୟକ୍ଷ ମାଲକାନଗିରି ନିରଞ୍ଜନ ହାଲଦାର, ଜିଲା ମୁଖ୍ୟ ପ୍ରକଳ୍ପ ଉନ୍ନୟନ ଅଧିକାରୀ ନରେଶ ଶବର, ଜିଲା ଶିକ୍ଷା ଅଧିକାରୀ ଚିତ୍ତରଞ୍ଜନ ପାଣିଗ୍ରାହୀ, ଅତିରିକ୍ତ ଜିଲା ଶିକ୍ଷା ଅଧିକାରୀ ମଞ୍ଜୁଲତା ଭୋଇ, ଅତିରିକ୍ତ ଜିଲା ଶିକ୍ଷା ଅଧିକାରୀ ଭାଗୀରଥି ବେହେରା, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଚିତ୍ରକୋଣ୍ଡା ପ୍ରୀତା କୁମାର, ଗୋଷ୍ଠୀ ଶିକ୍ଷା ଅଧିକାରୀ କାଲିମେଳା ରମେଶ ବାରୋଇ, ଗୋଷ୍ଠୀ ଶିକ୍ଷା ଅଧିକାରୀ ଚିତ୍ରକୋଣ୍ଡା ଗାୟତ୍ରୀ ଦେବୀ, ବରିଷ୍ଠ ଯନ୍ତ୍ରୀ ସରୋଜ କୁମାର ସାମନ୍ତରାୟ, ସରପଞ୍ଚ ନରସିଂହ ନାୟକ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି, ପ୍ରଧାନ ଶିକ୍ଷକ, ଅଧିକାରୀ ଗଣ, ଅଞ୍ଚଳର ଛାତ୍ରୀଛାତ୍ର, ଶିକ୍ଷକ ଶିକ୍ଷୟିତ୍ରୀ, ଅଭିଭାବକ ଓ ସ୍ଥାନୀୟ ଜନସାଧାରଣ ଉପସ୍ଥିତ ଥିଲେ।ପଞ୍ଚାୟତସ୍ତରରେ ପ୍ରଥମ ପର୍ଯ୍ୟାୟରେ ୧୧୮ଟି ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ରାଜ୍ୟରେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ସ୍ଥାପନା ହେଇଥିବା ବେଳେ ମାଲକାନଗିରି ଜିଲା କାଲିମେଳା ବ୍ଲକ ଅନ୍ତର୍ଗତ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ପାପୁଲୁରଠାରେ ଏହି ବିଦ୍ୟାଳୟ ଭିତ୍ତିପ୍ରସ୍ତର ସ୍ଥାପନା ହୋଇଛି। ଏହି ଶୁଭ ଅବସରରେ ଜିଲା ଶିକ୍ଷା ଅଧିକାରୀ ମାଲକାନଗିରି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତରଫରୁ ରାଜ୍ୟ ସରକାରଙ୍କୁ ଗୁଣାତ୍ମକ ଶିକ୍ଷା ସଫଳ ପ୍ରଚେଷ୍ଟା ପାଇଁ ଧନ୍ୟବାଦ ଅର୍ପଣ କହିଛନ୍ତି। ମାନ୍ୟବର ବିଧାୟକ ଏହା ଏକ ଯୁଗାନ୍ତକାରୀ ପଦକ୍ଷେପ ସହ ଯେଉଁଠି ଅପହଞ୍ଚ ଅଞ୍ଚଳରେ ଶିକ୍ଷା ବଢ଼ିଲେ ଅନ୍ୟାନ୍ୟ ସୁବିଧା ବଢ଼ିବ ବୋଲି ଆଶା ପୋଷଣ କରିଛନ୍ତି।

Leave a Reply

Your email address will not be published. Required fields are marked *