ମାଲକାନଗିରି, ୧୩/୧୨: ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅଭାବନୀୟ ଘଟଣା ଘଟିଛି। ସ୍କୁଲ ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ। ଏ ନେଇ ବିଦ୍ୟାଳୟ କର୍ତ୍ତୁପକ୍ଷ ଥାନାରେ ଏତଲା ଦେଇଛନ୍ତି । ସ୍କୁଲ ଛାତ୍ରଛାତ୍ରୀଙ୍କ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତି ପାଇଁ ବୋରଓ୍ବେଲରୁ ପାଣି ନିଆଯିବା ବେଳେ ଫେଣ ସୃଷ୍ଟି ହେବା ସହ ଅଜବ ଗନ୍ଧ ବାହାରିଥିଲା। ଏହାପରେ ପିଲାଙ୍କୁ ପାଣି ବ୍ୟବହାର କରିବାକୁ ବାରଣ କରାଯାଇଥିଲା। ଏବଂ ସ୍କୁଲ ପରିଚାଳନା କମିଟିର ନିଷ୍ପତ୍ତି କ୍ରମେ ମାଥିଲି ଥାନାରେ ଏତଲା ଦିଆଯାଇଛି । ପୁଲିସ୍ ଉପସ୍ଥିତିରେ ଜଳଯୋଗାଣ ବିଭାଗର ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ପରୀକ୍ଷା ପାଇଁ ବୋରୱେଲ ପାଣିର ନମୁନା ସଂଗ୍ରହ କରିଥିଲେ । ପାଣି ଟାଙ୍କି ଏବଂ ବୋରଓ୍ବେଲକୁ ସିଲ କରାଯାଇଛି ।
