କିସ୍‌ରେ ଛାତ୍ର ମୃତ୍ୟୁ ନେଇ ସାଂଘାତିକ ଅଭିଯୋଗ ଆଣିଲେ ପରିବାର

କେନ୍ଦୁଝର ଭୁବନେଶ୍ୱର ରାଜ୍ୟ
Spread the love

କେନ୍ଦୁଝର, ୧୩/୧୨: ଭୁବନେଶ୍ଵର କିସ୍‌ରେ ଆଦିବାସୀ ଛାତ୍ରର ମୃତ୍ୟୁ ନେଇ କେନ୍ଦୁଝର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଉତ୍ତେଜନା ପ୍ରକାଶ ପାଇଛି । ମୃତଦେହ ରଖି ପରିବାର ଲୋକେ ଏଵଂ ଗ୍ରାମବାସୀମାନେ ଧାରଣା ଦେଇଛନ୍ତି। ମୃତକ କେନ୍ଦୁଝର ଟାଉନ ଥାନା ଟିକର ଗୁମୁରାର ରଘୁନାଥ ମୁଣ୍ଡାଙ୍କ ପୁଅ ଶିବ ମୁଣ୍ଡା ବୋଲି ଜଣାପଡିଛି। ଛାତ୍ର ଜଣଙ୍କ କିସ ରେ ନବମ ଶ୍ରେଣୀରେ ପାଠ ପଢୁଥିଲେ। ପରିବାର ପକ୍ଷରୁ ହତ୍ୟା ଅଭିଯୋଗ ଆଣି କେନ୍ଦୁଝର ଟାଉନ ଥାନାରେ ଅଭିଯୋଗ କରିଛନ୍ତି। ମୃତକଙ୍କ ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ ଶୁକ୍ରବାର ସକାଳେ କିସ୍‌ କର୍ତ୍ତୃପକ୍ଷ ଫୋନ କରି କହିଲେ କି ତମ ଛୁଆ ବାଥରୁମରେ ପଡିଯିବାରୁ ତାର ଗୋଡ ଭାଙ୍ଗି ହସ୍ପିଟାଲରେ ଭର୍ତ୍ତି ହୋଇଛି।ଏହାଶୁଣି ମୃତକଙ୍କ ବାପା ସଙ୍ଗେ ସଙ୍ଗେ କେନ୍ଦୁଝରରୁ ଭୁବନେଶ୍ୱର ଯାଇ ପହଞ୍ଚିବା ପରେ ହସ୍ପିଟାଲରେ ତାର ମୃତଦେହ ଧରାଇ ନେଇଯିବାକୁ କହିଥିଲେ। ଏପରିକି ମେଡ଼ିକାଲ ଟ୍ରିଟ୍‌ମେଣ୍ଟ୍ କାଗଜ ପତ୍ର ମଧ୍ୟ ଦେଲେ ନାହିଁ। ପରେ ଦେଖିବା ବେଳକୁ ତାର ବେକ ଏଵଂ ହାତରେ ରଶି ଦାଗ ରହିଛି। କିନ୍ତୁ ଯାହାର କୌଣସି ରିପୋର୍ଟ ମିଳିନାହିଁ। ଏହି ଘଟଣାରେ ବିଦ୍ୟାଳୟ ପ୍ରଶାସନଙ୍କ ଅବହେଳା କିମ୍ବା ଅନ୍ୟ କୌଣସି ଅନ୍ୟ କାରଣ ଥିବାର ସନ୍ଦେହ କରାଯାଉଛି। ଏହା ଆମ ପରିବାର ପାଇଁ ଅପୂରଣୀୟ କ୍ଷତି। ତେଣୁ ଘଟଣାରେ ଅଧିକ ତଦନ୍ତ କରି ଆମକୁ ନ୍ୟାୟ ପ୍ରଦାନ କରାଯାଉ। ୧ କୋଟି ଟଙ୍କା କ୍ଷତିପୂରଣ ସହ ଦୋଷୀକୁ ଦଣ୍ଡ ଦାବୀ ନେଇ ମହିଳା ଏଵଂ ପୁରୁଷ ମାନେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ବସିଥିବା ବେଳ ପୋଲିସ ବୁଝାସୁଝା କରି ମୃତ ଦେହର ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିିକିତ୍ସାଳୟକୁ ପଠାଯାଇଛି ।

Leave a Reply

Your email address will not be published. Required fields are marked *