ଗୋପାଳପୁର କଲେଜରେ ସ୍ଥାପନ ହେବ ଫ୍ରାଟେରନିଟି ପାର୍କ

ବ୍ରହ୍ମପୁର ରାଜ୍ୟ
Spread the love

ଗୋପାଳପୁର ୧୩/୧୨: ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ସ୍ଥିତ ହୋଟେଲ ସି ସାଇଡ ବ୍ରିଜ ପରିସରରେ ଚାଲିଥିବା ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀର ଦ୍ଵିତୀୟ ଦିବସରେ ଗୋପାଳପୁର କଲେଜରେ ଫ୍ରାଟେରନିଟି ପାର୍କ ସ୍ଥାପନ ପାଇଁ ସଂଗଠନ ପକ୍ଷରୁ ଘୋଷଣା କରାଯାଇଛି । ଆଜି ପୂର୍ବାହ୍ନରେ ମୈତ୍ରୀ ସଂଗଠନର ସଭାପତି ତଥା ଲୋକ ସେବକ ମଣ୍ଡଳ ଉପ ସଭାପତି ଦୀପକ ମାଲବ୍ୟଙ୍କ ତତ୍ତ୍ୱାବଧାନରେ ବିଭିନ୍ନ ରାଜ୍ୟରୁ ଆସିଥିବା ପ୍ରତିନିଧିମାନେ ଶିବିର ସ୍ଥଳରୁ ପଦଯାତ୍ରାରେ ବାହାରି ଗୋପାଳପୁର କଲେଜରେ ପହଞ୍ଚିଥିଲେ । କଲେଜର ଏନ୍‌ସିସି କ୍ୟାଡେଟ୍ ଓ ସ୍କାଉଟ ଗାଇଡ୍ ପକ୍ଷରୁ ପ୍ରତିନିଧିଙ୍କୁ ସ୍ବାଗତ କରାଯାଇଥିଲା । ସେଠାରେ ସମସ୍ତ ପ୍ରତିନିଧି ନିଜ ରାଜ୍ୟରୁ ଆଣିଥିବା ମାଟିକୁ ସଙ୍ଗଠନ ପକ୍ଷରୁ ନିର୍ମିତ ଏକତା ସ୍ତମ୍ବରେ ପକାଇଥିଲେ । କଲେଜରେ ଥିବା ବଗିଚାରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତି ନିକଟରେ ନୂତନ ଭାବେ ଏହି ଏକତା ସ୍ତମ୍ବ ନିର୍ମାଣ କରାଯାଇଛି ।କଲେଜ ପରିସରରେ ସଙ୍ଗଠନ ପକ୍ଷରୁ ଏକ ଫ୍ରାଟେରନିଟି ପାର୍କ ସ୍ଥାପନ ପାଇଁ ଆଜି ସଭାପତି ଶ୍ରୀ ଦୀପକ ମାଲବ୍ୟ ଘୋଷଣା କରିଥିଲେ । ସେହି ପାର୍କ ରେ ପ୍ରତିନିଧି ମାନେ ଆଣିଥିବା ଚାରାରୋପଣ କରାଯାଇଥିଲା । ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ସମ୍ପାଦକ ରାଜେନ୍ଦ୍ର କୁମାର ଜେନା, ପଞ୍ଜାବର ପୂର୍ବତନ ଡିଜି ଡ. ଡିଆର ଭାଟି, ଲୋକସେବକ ମଣ୍ଡଳର ସଦସ୍ୟ, ସଦସ୍ୟା ପ୍ରମୁଖ ଉପସ୍ଥିତ ଥିଲେ । କଲେଜ ଅଧ୍ୟକ୍ଷ ଡ. ରାମଚନ୍ଦ୍ର ପଣ୍ଡାଙ୍କ ସମେତ ଅପରାଜିତା ପାଣ୍ଡେ, ଯୋଗେନ୍ଦ୍ର ସାହୁ, ଆକାଶ କୁମାର ସିଂ, ସରିତା ପାତ୍ର, ଡ ପ୍ରଦିପ କୁମାର ପଟ୍ଟନାୟକ, ଡ ମାନସ ରଞ୍ଜନ ମିଶ୍ର, ଡ ରାମଚନ୍ଦ୍ର ଜେନା, ଡ ଶଙ୍କର ମାଝୀ, ହରିକୃଷ୍ଣ କୋଠିଆ, ଡ ରମେଶ ପ୍ରଧାନ, ଅଶୋକ ସାମନ୍ତ, ପଲବ କୁମାର ଦାସ ପ୍ରମୁଖ ସହଯୋଗ କରିଥିଲେ । ଏହାପରେ ପ୍ରତିନିଧି ମାନେ ଶିବିର ସ୍ଥଳକୁ ଫେରି ଦକ୍ଷିଣ ଏସିଆର ବିଭିନ୍ନ ସମସ୍ୟାକୁ ନେଇ ମଞ୍ଚରେ ଆଲୋଚନା କରିଥିଲେ ।

Leave a Reply

Your email address will not be published. Required fields are marked *