କୂଳ ଲଙ୍ଘିଲା ଗୋବରୀ, ନଦୀ ସ୍ରୋତରେ ଲୀନ ହେଲା ଜଳେଶ୍ୱରପୁର ମହାନ୍ତି ସାହି ଗ୍ରାମ୍ୟରାସ୍ତା

ରାଜ୍ୟ
Spread the love

ମାହାଙ୍ଗା : ସରକାର ଜନସାଧାରଣଙ୍କ ହିତ ସାଧନ ନିମନ୍ତେ ବିଭିନ୍ନ ସରକାରୀ ଯୋଜନା ମାଧ୍ୟମରେ ଲକ୍ଷ ଲକ୍ଷ ଟଙ୍କା ବ୍ୟୟ ଅଟକଳ ରେ ରାସ୍ତା ଘାଟ ଓ ନଦୀ ବନ୍ଧ ଗୁଡିକୁ ନିର୍ମାଣ କରି ସେଗୁଡିକୁ ସୁଦୃଢ଼ୀ କରଣ କରୁଛନ୍ତି l ମାତ୍ର କେତେକ ସ୍ଥାନ ରେ ଏହି ସରକାରୀ ଯୋଜନା ପହଂଚି ପାରୁନାହିଁ l ଫଳରେ ନଦୀବନ୍ଧ ଗୁଡିକ ଭାଙ୍ଗି ନଦୀ ଶଯ୍ୟା ରେ ଲୀନ ହେବାକୁ ବସିଛି l ଏହିଭଳି ଏକ ଘଟଣା ଦେଖିବାକୁ ମିଳିଛି ମାହାଙ୍ଗା ବ୍ଲକ ଅନ୍ତର୍ଗତ ଜଳେଶ୍ୱରପୁର ପଂଚାୟତ ଅଧୀନ 4 ନମ୍ବର ୱାର୍ଡ ର ଜଳେଶ୍ୱରପୁର ମହାନ୍ତି ସାହି ଗୋବରୀ ନଦୀବନ୍ଧ ଉପରେ l ଗତ ଲଘୁଚାପ ଲଗାଣ ବର୍ଷା ରେ ଏହି ନଦୀ ବନ୍ଧ ଟି ଧୋଇ ହୋଇ ରାସ୍ତା ର ଉପରି ଭାଗ ରୁ ଫାଟ ସୃଷ୍ଟି ହେବାରୁ ତାହା ଧୀରେ ଧୀରେ ନଦୀ ଗର୍ଭ କୁ ଚାଲିଯାଇଛି l ସ୍ଥାନୀୟ ବିଧାୟକ ଙ୍କ ଦୃଷ୍ଟି ଗୋଚର ହେବାରୁ ସେ ଏହାର ଅସ୍ଥାୟୀ ପ୍ରତିକାର ନିମନ୍ତେ ନିର୍ଦେଶ ଦେଇଥିଲେ l ଯାହା ଫଳରେ ଡ୍ରେନେଜ ବିଭାଗ ପକ୍ଷରୁ କାଠ ବଲ୍ହା ଓ ଡଷ୍ଟ ଗୁଣ୍ଡ ବ୍ୟବହାର କରି ରାସ୍ତା ନିର୍ମାଣ କରାଯାଇଥିଲା l ମାତ୍ର କାର୍ଯ୍ୟ ସରିବାର କିଛି ଦିନ ପରେ ନଦୀ ବନ୍ଧ ଟି ନଦୀ ମଧ୍ୟ କୁ ସମ୍ପୂର୍ଣ ଭାବେ ଭୁଶୁଡି ଯିବା ଦ୍ୱାରା ସ୍ଥାନୀୟ ଗ୍ରାମବlସି ନାହିଁ ନ ଥିବା ଅସୁବିଧା ର ସମ୍ମୁଖୀନ ହେଉଛନ୍ତି l

ଏହି ନଦୀ ବନ୍ଧ ରାସ୍ତା ଟି ଗ୍ରାମବାସୀ ଙ୍କର ଏକମାତ୍ର ଗମନା ଗମନ ରାସ୍ତା ହୋଇଥିବା ରୁ ଏହି ରାସ୍ତା ଉପରେ ନିର୍ଭର କରୁଥିବା ପ୍ରାୟ ଶହେ ରୁ ଉର୍ଦ୍ଧ ଲୋକ ବାହ୍ୟ ଜଗତ ରୁ ବିଛିନ୍ନ ହୋଇ ଭୟଭୀତ ଅବସ୍ଥା ରେ ରହିଛନ୍ତି l ଫଳରେ ଗ୍ରାମର କୋମଳମତି ଛାତ୍ର ଛାତ୍ରୀ ମାନେ ସ୍କୁଲ ଓ କଲେଜ କୁ ଯାଅ ଆସ କରିପାରୁନାହାନ୍ତି l ଆମ୍ବୁଲାନ୍ସ ଟିଏ ମଧ୍ୟ ଗ୍ରାମ ମଧ୍ୟ କୁ ପ୍ରବେଶ କରିପାରୁନାହିଁ l ଅଗ୍ନିକାଣ୍ଡ ହେଲେ ଅଗ୍ନିକ ଗାଡି ଟିଏ ମଧ୍ୟ ଗ୍ରାମ ମଧ୍ୟ କୁ ଯାଇପାରିବ ନାହିଁ l ଏହି ରାସ୍ତା ର ଆର ପାଖରେ ଶହ ଶହ ହେକ୍ଟର ଚାଷ ଜମି ରେ ଧାନ ଚାଷ କରାଯlଇଛି l ଏହି ନଦୀ ବନ୍ଧ ଟି ଏହି ଚାଷ ଜମି ଗୁଡିକୁ ସୁରକ୍ଷିତ ରଖିବା ନିମନ୍ତେ ଏକ ସୁରକ୍ଷା ପ୍ରାଚୀର ଭଳି ରହିଥିଲା l ମାତ୍ର ଏହା ଭାଙ୍ଗି ଯିବା ଫଳରେ ଶହ ଶହ ଏକର ଧାନ କ୍ଷେତ କ୍ଷତି ଗ୍ରସ୍ତ ହେବାର ଯଥେଷ୍ଟ ସମ୍ଭାବନା ରହିଛି l ତେଣୁ ଏହାର ସ୍ଥାୟୀ ପ୍ରତିକାର ନିମନ୍ତେ ଗ୍ରାମ ବସି ଙ୍କ ସମେତ ଜଳେଶ୍ୱରପୁର ଅଂଚଳ ବସି ମାନେ ସ୍ଥାନୀୟ ବିଧାୟକ ଙ୍କ ନିକଟରେ ଦୃଢ଼ ଦବି କରିଛନ୍ତି l ଏ ସମ୍ପର୍କ ରେ ବିଭାଗୀୟ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଈଶାନ ମହାନ୍ତି ଙ୍କ ସହ ଯୋଗାଯୋଗ କରିବାରୁ,
ଏ ସମ୍ପର୍କ ରେ ମୁଁ ଅବଗତ ଅଛି l ଏହାର ଅସ୍ଥାୟୀ ପ୍ରତିକାର ନିମନ୍ତେ ଆମେ ଚେଷ୍ଟl କରୁଛୁ l ମାତ୍ର ଏହାର ସ୍ଥାୟୀ ପ୍ରତିକାର କରାଯିବ ବୋଲି କହିଥିଲେ l

Leave a Reply

Your email address will not be published. Required fields are marked *