ମାହାଙ୍ଗା : ବିଶିଷ୍ଟ ଶିକ୍ଷାବିତ, ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ପୋଡାମରାଇ ଗ୍ରାମର ଗନ୍ଧର୍ବ ପ୍ରଧାନଙ୍କ (୭୮) ବର୍ଷ ବୟସରେ ଶୁକ୍ରବାର ଅପରାହ୍ନରେ ସଦଗୁରୁ ହସ୍ପିଟାଲରେ ଚିକିତ୍ସିତ ଅବସ୍ଥାରେ ଦେହାନ୍ତ ଘଟିଛି l
ସେ ଜଣେ ଛାତ୍ର ବତ୍ସଳ, ପରୋପକାରୀ, ଧର୍ମପ୍ରାଣ, ମିଷ୍ଟଭାଷୀ ପୁରୁଷ ଥିଲେ l
ତାଙ୍କ ବିୟୋଗରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଛି l
ମୃତ୍ୟୁ ଶଯ୍ୟା ନିକଟରେ ପତ୍ନୀ ମିନା କୁମାରୀ ରାଉତ, ସାନଭାଇ ପୁରୁଷୋତ୍ତମ ପ୍ରଧାନ,ପୁତ୍ର ଦିପ୍ତୀରଂଜନ,ପୁତୁରା ସାଇରଞ୍ଜନ,ଜ୍ଞାନରଞ୍ଜନ, ଅମୀୟ ରଞ୍ଜନ, ମନୋରଞ୍ଜନ, ଝିଅ କବିତା, ଶଶୀରେଖା, ଜ୍ୱାଇଁ ନେତ୍ରାନନ୍ଦ, କମଳାକାନ୍ତ ପ୍ରମୁଖ ଉପସ୍ଥିତ ଥିଲେ l
ସ୍ବର୍ଗତ ପ୍ରଧାନଙ୍କ ବିୟୋଗରେ ଡକ୍ଟର ଭାବଗ୍ରାହୀ ରାଉତ, ଡକ୍ଟର ଏକାଦଶୀ ପ୍ରଧାନ, ଡକ୍ଟର ଜୟରାମ ସ୍ୱାଇଁ,ଡକ୍ଟର ଭୁବନାନନ୍ଦ ସାହୁ, ଡକ୍ଟର ଅଖିଳେଶ ମହାନ୍ତି, ସାମ୍ବାଦିକ ଭକ୍ତ ଚରଣ ସାହୁ,ଡକ୍ଟର ଅମରେନ୍ଦ୍ର ମହାନ୍ତି,କବି ପ୍ରଫୁଲ୍ଲ କୁମାର ସାହୁ,କବି ପ୍ରଶାନ୍ତ କୁମାର କର,ଅରକ୍ଷିତ ପ୍ରଧାନ, ଦାଶରଥି ପ୍ରଧାନ, ବାସୁଦେବ ପ୍ରଧାନ, ବଂଶୀଧର ପ୍ରଧାନ, ନାରାୟଣ ରାଉତ, ଅଜୟ କୁମାର ରାଉତ, ସାମ୍ବାଦିକ ବିଜୟ କୁଅଁର,ପ୍ରମୁଖ ଶୋକବ୍ୟକ୍ତ କରିବାସହ ଦିବଂଗତ ପୁରୁଷଙ୍କ ଅମର ଆତ୍ମାର ସଦଗତି କାମନା କରିଥିଲେ l
