ଜୀବନ ଯାଉଯାଉ ୨୫ଲୋକଙ୍କୁ ବଞ୍ଚାଇ ଦେଲେ

ମାଲକାନଗିରି ରାଜ୍ୟ
Spread the love

ମାଲକାନଗିରି, ୨୦/୧୧: ଚଳନ୍ତା ବସରେ ବସ ଡ୍ରାଇଭରଙ୍କୁ ହୃଦଘାତ । ଏଭଳି ଅଭାବନୀୟ ଘଟଣା ଘଟିଛି ମାଲକାନଗିରି ଜିଲ୍ଲାରେ। ଡ୍ରାଇଭର ଜଣକ ନିଜେ ଚାଲିଗଲେ ହେଲେ ୨୫ ଜଣ ଯାତ୍ରୀଙ୍କ ଜୀବନ ବଞ୍ଚାଇଦେଲେ। ଆଜି ଜଣେ ଓଏସ୍‌ଆରଟିସି ବସ୍ ଡ୍ରାଇଭରଙ୍କ ହୃଦଘାତ ହୋଇଥିଲା। କିନ୍ତୁ ସେ ସାହସର ସହିତ ପ୍ରଥମେ ବସ୍‌ଟିକୁ ସୁରକ୍ଷିତ ଭାବରେ ରାସ୍ତା କଡ଼କୁ ସାଇଡ କରିଦେଇଥିଲେ। ଫଳରେ ବସ୍‌ରେ ଥିବା ସମସ୍ତ ୨୫ ଜଣ ଯାତ୍ରୀଙ୍କ ଜୀବନ ବଞ୍ଚିଯାଇଥିଲା। ମୃତକ ମାଲକାନଗିରି ଜିଲ୍ଲାର ପି.ସାଇକୃଷ୍ଣ ବୋଲି ଜଣାପଡିଛି।ଓଏସ୍‌ଆରଟିସି ବସ୍‌ଟି ବିଜୟନଗରମରୁ ମାଲକାନଗିରି ଆସୁଥିବା ବେଳେ ବିଳମ୍ବିତ ରାତିରେ ଡ୍ରାଇଭର ପି.ସାଇକୃଷ୍ଣଙ୍କୁ ହୃଦଘାତ ହୋଇଥିଲା । କୁନ୍ଦୁଲି ନିକଟରେ ଛାତିରେ ଯନ୍ତ୍ରଣା ହେବାରୁ ରାସ୍ତା କଡରେ ବସଟିକୁ ସାଇଡ୍ କରିଦେଇଥିଲେ। ତୁରନ୍ତ ତାଙ୍କୁ ଉଦ୍ଧାର କରାଯାଇ କୋରାପୁଟ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ହେଲେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ବସରେ ୨୫ ଜଣ ଯାତ୍ରୀ ଥିଲେ। ଆଉ ସେମାନେ ଅଳ୍ପକେ ବର୍ତ୍ତିଗଲେ।

Leave a Reply

Your email address will not be published. Required fields are marked *