କଟକ ସଦର, ୨୧/୧୧: ୪୨ ମୌଜା ପାଟଣା ଗ୍ରାମର ସର୍ବ ପୁରାତନ ଅଗ୍ରଣୀ ସାମାଜିକ ସଂଗଠନ ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ ତରଫ ରୁ ଉପଦେଷ୍ଟା ଶାନ୍ତି କମିଟି ର ସଭାପତି ଶରତ କୁମାର ରାୟ , ସଭାପତି ସରୋଜ ନଳିନୀ ପରିଜା, କାର୍ଯ୍ୟକାରୀ ସଭାପତି ଶିକ୍ଷକ ରତ୍ନ ଅଭୟ କୁମାର ଦାସ, ମହାସଚିବ ରୁଦ୍ର ନାରାୟଣ ଦାସ, ସାଧାରଣ ସଂପାଦକ ସଂଗଠକ ନାରାୟଣ ଚନ୍ଦ୍ର ମହାନ୍ତି,ଉତ୍କଳ କେଶରୀ ଡକ୍ଟର ହରେ କୃଷ୍ଣ ମହତାବ ଙ୍କ ୧୨୭ ତମ ଜନ୍ମ ଜୟନ୍ତୀ ରେ ସ୍ମୃତି ଚାରଣ କରି ବକ୍ତବ୍ୟ ରଖିଥିଲେ ହରେକୃଷ୍ଣ ମହତାବ ୧୯୪୬ ରୁ ୧୯୫୦ ଏବଂ ୧୯୫୬ ରୁ ୧୯୬୧ ପର୍ଯ୍ୟନ୍ତ ଓଡ଼ିଶା ର ମୁଖ୍ୟ ମନ୍ତ୍ରୀ ଥାଇ ଗଡ ଜାତ ମିଶ୍ରଣ ,ଭୁବନେଶ୍ୱର ରେ ରାଜଧାନୀ ପ୍ରତିଷ୍ଠା , ହୀରାକୁଦ ରେ ବନ୍ଧ ନିର୍ମାଣ, ବାରବାଟି ଷ୍ଟାଡିୟମ୍ ନିର୍ମାଣ ରେ ପ୍ରମୁଖ ଭୂମିକା ଥିଲା । ଏଣୁ ଏତା ଦୃଷ କାର୍ଯ୍ୟ ପାଇଁ ସେ ଉତ୍କଳ କେଶରୀ ଉପାଧି ପାଇଥିଲେ। ଅନୁଷ୍ଠାନ ର ସମସ୍ତ କର୍ମକର୍ତ୍ତା ଓ ଷ୍ଟଡି ସର୍କଲ ର ଶିକ୍ଷକ ମିହିର କୁମାର ନାୟକ, ଏବଂ ଛାତ୍ର ଛାତ୍ରୀ ମାନେ ପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ନିକଟ ରେ ପ୍ରଦୀପ ପ୍ରଜ୍ବଳନ କରି ଗଭିରତମ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।
