କଟକ ସଦର,୨୨/୧୧: ୪ ୨ ମୌଜା ଅନ୍ତର୍ଗତ ଝିଙ୍କିରିଆ ଗ୍ରାମର ଧର୍ମପରାୟଣ ବ୍ୟକ୍ତି ତଥା ଝିଙ୍କିରିଆ ବଜାରର ପୁରାତନ ବ୍ୟବସାୟୀ ଶିକାରୀ ପଣ୍ଡାଙ୍କ ୭୦ ବର୍ଷ ବୟସରେ ପରଲୋକ ହୋଇଯାଇଛି । ସ୍ୱାସ୍ଥ୍ୟଗତ କାରଣରୁ ଅସୁସ୍ଥତା ଥାଇ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ସେ ଚିକିତ୍ସିତ ହେଉଥିଲେ ।ସେ ଶାନ୍ତ,ସରଳ, ମିଷ୍ଟଭାଷୀ ଓ ପରୋପକାରୀ ବ୍ୟକ୍ତି ଥିଲେ ।ମୃତ୍ୟୁ ଶଯ୍ୟା ନିକଟରେ ପରିବାରର ସମସ୍ତ ସଦସ୍ୟ, ଜ୍ଞାତି କୁଟୁମ୍ବ ଓ ଝିଙ୍କୀରିଆ ଗ୍ରାମ୍ୟ ଉନ୍ନୟନ କମିଟିର ସଦସ୍ୟଙ୍କ ସହ ଗ୍ରାମବାସୀ ଉପସ୍ଥିତ ଥିଲେ ।ତାଙ୍କ ମରଶରୀରକୁ ଗ୍ରାମ ପରିକ୍ରମା ସହ ବଜାର ପରିକ୍ରମା କରାଯାଇଥିଲା । ତାଙ୍କ ପରଲୋକ ହେତୁ ଝିଙ୍କିରିଆ ବଜାର ଏକ ଦିନ ପାଇଁ ବନ୍ଦ ରହିଥିଲା । ଗ୍ରାମ ଶ୍ମସାନଠାରେ ତାଙ୍କର ଶେଷ କୃତ୍ୟ ସଂପନ୍ନ କରାଯାଇଛି । ଏକମାତ୍ର ପୁତ୍ର ସନ୍ତୋଷ ପଣ୍ଡା ମୁଖାଗ୍ନି ଦେଇଥିଲେ ।

ସ୍ୱର୍ଗତ ଆତ୍ମାର ଶାନ୍ତି ନିମନ୍ତେ ଗ୍ରାମର ଅଧିକାରୀ, ମହନ୍ତ, ଗ୍ରାମ୍ୟ ଉନ୍ନୟନ କମିଟିର ସମସ୍ତ ପଦାଧିକାରୀ, ସମସ୍ତ ସଦସ୍ୟ,ବଜାର କମିଟିର ସଭାପତି, ସଂପାଦକ,କୋଷଧକ୍ଷ ଓ ସମସ୍ତ ଦୋକାନୀ ଭାଇମାନେ ସମୂହ ଦୀପଦାନ କରିବା ସହିତ ଏହି ବିପତ୍ତି ସମୟରେ ତାଙ୍କ ପରିବାର କିପରି ଧର୍ଯ୍ୟ ସହ ମୁକାବିଲା କରିବେ ସେଥି ନିମନ୍ତେ ସମସ୍ତେ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଥିଲେ ।
