ଏଏନଏମ୍‌ ପ୍ରଶ୍ନ ପତ୍ର ଲିକ୍‌ ପରେ ପରୀକ୍ଷା ବାତିଲ

ମାଲକାନଗିରି ରାଜ୍ୟ
Spread the love

ମାଲକାନଗିରି, ୫/୧୨: ମାଲକାନଗିରି ଜିଲାରେ ଏଏନଏମ୍‌ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ହେବା ପରେ ବାତିଲ୍ ହେଲା ଆଜିର ପରୀକ୍ଷା । ପରୀକ୍ଷାର ୩ ଘଣ୍ଟା ପୂର୍ବରୁ ଏଏନଏମ ପ୍ରଶ୍ନପତ୍ର ଲିକ୍ ହୋଇଥିବା ନେଇ ଅଭିଯୋଗ ହୋଇଛି । ଦ୍ୱିତୀୟ ବର୍ଷ ଛାତ୍ରଙ୍କ ପରୀକ୍ଷା ପୂର୍ବରୁ ପ୍ରଶ୍ନପତ୍ର ଲିକ୍ ହୋଇଛି । ଦିନ ୨ ଟାରେ ପରୀକ୍ଷା ଥିବା ବେଳେ ୧୧ ଟା ବେଳେ ପ୍ରଶ୍ନପତ୍ର ଲିକ୍ ହୋଇଥିବା ନେଇ ଅଭିଯୋଗ ହୋଇଛି । ଆଜି ମିଡ୍ ୱାଇଫେରି ବିଷୟରେ ହୋଇଥାନ୍ତା ପରୀକ୍ଷା । ପରୀକ୍ଷା ହଲରେ ପରୀକ୍ଷାର୍ଥୀ ପହଞ୍ଚିବା ପରେ ଉପଜିଲ୍ଲାପାଳ ଏହି ଘୋଷଣା କରିଛନ୍ତି ।

Leave a Reply

Your email address will not be published. Required fields are marked *