ଶ୍ରୀକ୍ଷେତ୍ର ପୁରୀ ରେ ନିଶାନିବାରଣ ସଚେତନତା କାର୍ଯ୍ୟକ୍ରମରେ ଯୋଗଦେଲେ, ଜଗତସିଂହପୁରର ଯୁବବର୍ଗ

ରାଜ୍ୟ
Spread the love

ଝଙ୍କଡ଼  : ଦେଶର ଭବିଷ୍ୟତ ଗଢିତୋଳିବା କ୍ଷେତ୍ରରେ ଯୁବ ଓ ଛାତ୍ର ଗୋଷ୍ଠୀ ର ପ୍ରମୁଖ ଭୂମିକା ଥିବାବେଳେ ବିଭିନ୍ନ ନିଶାଦ୍ରବ୍ୟ ସେବନ ସେମାନଙ୍କୁ ପଥଭ୍ରଷ୍ଟ କରୁଛି l ଏହି ବିପଦଜନକ ସ୍ଥିତି ରୁ ସମାଜକୁ ରକ୍ଷାକରିବା ପାଇଁ, ବାଣୀଧାରା ତରଫରୁ,WADA ( war Against Drug Abuse ) ଅଭିଯାନ ମାଧ୍ୟମରେ ଗତ ସ୍ୱାଧୀନତାଦିବସ ଠାରୁ ଅଗଷ୍ଟ ଉଣେଇଶ ପର୍ଯ୍ୟନ୍ତ ଏକ ସଚେତନତା ଅଭିଯାନ ପାରାଦ୍ୱୀପ ରୁ ବାହାରି ଜଗତସିଂହପୁର, କଟକ, ଭୁବନେଶ୍ୱର ରେ କାର୍ଯ୍ୟକ୍ରମ କରିବା ସହିତ, ପୁରୀ ରେ 17/18 ତାରିଖ ଦିନ ସମୁଦ୍ରବେଳାଭୂମି ରେ ପୋଷ୍ଟର ଲଗାଇ ଓ କରପତ୍ର ଦେଇ ପର୍ଯ୍ୟଟକ ମାନଙ୍କୁ ସଚେତନ କରାଇଥିଲେ l 19 ତାରିଖ ଦିନ ସକାଳୁ ଏହି ସଚେତନ ପଦଯାତ୍ରା ଶ୍ରୀଗୁଣ୍ଡିଚା ମନ୍ଦିର ନିକଟରୁ ଆରମ୍ଭହୋଇ, ମଧ୍ୟାହ୍ନରେ ପୁରୀସରକାରୀ ମହିଳା ମହାବିଦ୍ୟାଳୟ ରେ ” ଅବୈଧ ଡ୍ରଗ୍ସ ରୋକିବାରେ ଛାତ୍ରଛାତ୍ରୀ ମାନଙ୍କ ଭୂମିକା ” ଶୀର୍ଷକ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା l

ଏଥିରେ କଲେଜର ଅଧ୍ୟାକ୍ଷl ସ୍ମିତା ସାହୁ ସଭାପତିତ୍ବ କରିଥିବାବେଳେ ଆନ୍ତରାଷ୍ଟ୍ରୀୟ ସ୍କୁବାଡାଇଭର ଡ଼ ସବୀର ବକ୍ସ ମୁଖ୍ୟଅତିଥି ଓ ପୁରୀ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୌମ୍ୟରଞ୍ଜନ ମଲ୍ଲିକ ଯୋଗଦେଇ ଡ୍ରଗ୍ସ କୁ ନେଇ ଆଇନିଶୃଙ୍ଖଳା ବିଷୟରେ ପରାମର୍ଶ ଦେଇଥିଲେ l ଏହି WADA ଅଭିଯାନର ଅଖିଳ ଭାରତୀୟ ସଂଯୋଜକ ଗତିକୃଷ୍ଣ ଶତପଥୀ ଆୟୋଜିତ କାର୍ଯ୍ୟକ୍ରମ କୁ ସମସ୍ତଙ୍କୁ ସ୍ୱାଗତ କରିଥିଲେ l ଏଥିରେ ଜଗତସିଂହପୁର ଜିଲ୍ଲାର ନୃସିଂହ ଚରଣ ରାଉଳ, ଯୁବରାଜ ଖୁଣ୍ଟିଆ, ବିଶ୍ୱନାଥ ସ୍ୱାଇଁ, କାଳନ୍ଦୀ ଦାସ, ବଂଶୀଧର, ରାଜା, ପତିତ, ସନ୍ଦୀପ,ରମେଶ ଓ କଳ୍ପତରୁ ସ୍ୱାଇଁ ଙ୍କ ସମେତ ବହୁଯୁବକ ଓ ଛାତ୍ରଛାତ୍ରୀ ମାନେ ସକ୍ରିୟ ଅଂଶଗ୍ରହଣ କରିଥିବାର ଦେଖିବାକୁ ମିଳିଥିଲା l ସୂଚନା ଯୋଗ୍ୟ ଜିଲ୍ଲାର ବାଣୀଧାରା ଅନୁଷ୍ଠାନ ତରଫରୁ ଦୀର୍ଘବର୍ଷବର୍ଷ ଧରି ଏହି ଅଭିଯାନ ବିଭିନ୍ନସ୍ଥାନ ରେ କରାଯାଉଥିବାରୁ ସାଧାରଣରେ ଏହାର ଉଚ୍ଚପ୍ରଶଂସା କରାଯାଇଛି l

Leave a Reply

Your email address will not be published. Required fields are marked *