କଲ୍ୟାଣପୁରରେ ଶ୍ରୀ ଶ୍ରୀ କାର୍ତ୍ତିକେଶ୍ୱରଙ୍କ ପୂଜା ଓ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ

କଟକ ଜିଲା ଖବର ରାଜ୍ୟ
Spread the love

ମାହାଙ୍ଗା, ୯ /୧୧ : ମାହାଙ୍ଗା ବ୍ଲକ କୁହୁଣ୍ଡା ପଞ୍ଚାୟତ କଲ୍ୟାଣପୁର ଗୋପାଳ ସାହିରେ ଶ୍ରୀ ଶ୍ରୀ କାର୍ତ୍ତିକେଶ୍ୱରଙ୍କ ପୂଜା ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ଯାଜପୁର ଅରାବଳ ଅଂଚଳର ସୁନାମଧନ୍ୟ ମହିଳା ପାଲା ଗାୟିକା ଅମ୍ରିତା ସାମଲ ଓ ତାଙ୍କର ସାଥିମାନେ ପାଲା ପରିବେଷଣ କରିଥିଲେ l ଆଧୁନିକତାକୁ ଯେତେ ଆପଣେଇଲେ ମଧ୍ୟ ଆଜି ବି ପ୍ରାଚୀନ ପାଲା ପ୍ରତି ସାଧାରଣ ଜନତାଙ୍କ ଆଦର ଅତୁଟ ରହିଛି l ବହୁ ଗ୍ରାମୀଣ ଦର୍ଶକ ଓ ଶ୍ରୋତା ଏହି ସାଂସ୍କୃତିକ ଓ ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ l ଏହି ଅବସରରେ “ଶ୍ରୀ ଶ୍ରୀ କାର୍ତ୍ତିକେଶ୍ୱର ପୂଜା କମିଟି” କଲ୍ୟାଣପୁର ପକ୍ଷରୁ ଗ୍ରାମର ମୁରବୀ ତଥା କଳା ଓ ସଂସ୍କୃତିପ୍ରେମୀ ବ୍ୟକ୍ତିମାନଙ୍କୁ ସମ୍ବର୍ଦ୍ଧିତ କରାଯିବା ଦେଖିବାକୁ ମିଳିଥିଲା l ବାଗ୍ମୀ ବିଶ୍ୱନାଥ ବିଦ୍ୟାନିକେତନ ମୂଳବସନ୍ତ ରୁ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ବିଶିଷ୍ଟ ଶିକ୍ଷାବିତ ବାବାଜୀ ଚରଣ ମହାନ୍ତି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଭାଇଚାରା ଓ ସଦଭାବନା ଆମ ସଂସ୍କୃତିର ମୂଳମନ୍ତ୍ର ବୋଲି କହିଥିଲେ l ସାହିତ୍ୟିକ ଅଖିଳେଶ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମ୍ବର୍ଦ୍ଧନା ଉତ୍ସବରେ ସର୍ବଶ୍ରୀ ଦତ୍ତହରୀ ଦାସ, ଯୁଧିଷ୍ଠିର ପଲେଇ, ଚୈତନ୍ୟ ପରିଡା, ରାମଚନ୍ଦ୍ର ବେହେରା, ବିଷ୍ଣୁ ଚରଣ ଦାସ, ଭାସ୍କର ଦାସ, ଭଗବାନ ପଲେଇ, କୈଳାସ ଚନ୍ଦ୍ର ଦାସ, ପ୍ରମୁଖଙ୍କୁ ଉତ୍ତରୀୟ, ପୁଷ୍ପଗୁଛ ପ୍ରଦାନ ପୂର୍ବକ ସମ୍ମାନିତ କରାଯାଇଥିଲା l ଏହି କାର୍ଯ୍ୟକ୍ରମକୁ ମହେନ୍ଦ୍ର କୁମାର ଦାସ,ରତିକାନ୍ତ ପରିଡା, ଚିତ୍ତରଞ୍ଜନ ଦାସ, ଚନ୍ଦ୍ରକାନ୍ତ ପରିଡା, ଜୟନ୍ତ କୁମାର ଦାସ,ସୁକାନ୍ତ କୁମାର ପରିଡା, ଶରତ ଦାସ,ରବୀନ୍ଦ୍ର ଦାସ,ଦିଲୀପ ଦାସ, ଧ୍ରୁବ ଚରଣ ପଲେଇ, ଅଶୋକ ଦାସ, ଦୀପକ ଦାସ, ସୁଦାମ ଦାସ,ଗୋଲଖ ଦାସ ନିରଞ୍ଜନ ଦାସ, ବିଜୟ କୁମାର ଦାସ, ଜଗନ୍ନାଥ ପଲେଇ, ରଘୁନାଥ ପଲେଇ,ରାଜେନ୍ଦ୍ର ବେହେରା, ସତ୍ୟାନନ୍ଦ ପଲେଇ, ଅନନ୍ତ ଦାସ, ଗୋବିନ୍ଦ ଦାସ ପ୍ରମୁଖ ପରିଚାଳନା କରିଥିଲେ l ଅନୁଷ୍ଠାନ ପକ୍ଷରୁ ଆୟୋଜିତ ହରି ହାଟରେ ଶ୍ରଦ୍ଧାଳୁ ମାନଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା l ପୂଜକ ଫକୀର ଚରଣ ପଣ୍ଡା ଶ୍ରୀ ଶ୍ରୀ କାର୍ତ୍ତିକେଶ୍ୱରଙ୍କ ବିଜେ ସ୍ଥଳୀରେ ଉପସ୍ଥିତ ରହି ପ୍ରଭୁଙ୍କ ସମସ୍ତ ନୀତିକାନ୍ତି ଓ ପୂଜାର୍ଚ୍ଚନା କରିଥିଲେ l

Leave a Reply

Your email address will not be published. Required fields are marked *