ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଗଞ୍ଜାମ ରାଜ୍ୟ
Spread the love

ଦିଗପହଣ୍ଡି, ୭/୧୨: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା ଘଟିଛି। ନଦୀକୁ ଗାଧୋଇବାକୁ ଯାଇ ଦୁଇ ଜଣ ସାଙ୍ଗ ବୁଡିଯାଇଛନ୍ତି। ଉଭୟଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଅନ୍ୟ ଜଣଙ୍କୁ ଗୁରୁତର ଭାବେ ଉଦ୍ଧାର କରାଯାଇଛି। ଗୁରୁତର ଅବସ୍ଥାରେ ପ୍ରଥମେ ଦିଗପହଣ୍ଡି ମେଡିକାଲରେ ଭର୍ତ୍ତି କରାଯାଇଥିଲା। ହେଲେ ପରେ ଅବସ୍ଥା ସଙ୍କଟାପର୍ଣ୍ଣ ହେବାରୁ ତାଙ୍କୁ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଗାଧୋଇବାବେଳେ ପ୍ରଥମେ ଜଣେ ସାଙ୍ଗ ବୁଡିଯାଉଥିବାବେଳେ ଅନ୍ୟ ଜଣେ ତାଙ୍କୁ ବଞ୍ଚାଇବାକୁ ଯାଇ ବୁଡି ଯାଇଛି।

Leave a Reply

Your email address will not be published. Required fields are marked *