ଶିକ୍ଷକଙ୍କ ଆନ୍ଦୋଳନ ୩ୟ ଦିନରେ ପହଞ୍ଚଲା

ଭୁବନେଶ୍ୱର ରାଜ୍ୟ
Spread the love

ଭୁବନେଶ୍ୱର, ୭/୧୨ : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ ଓଡିଶା ପ୍ରାଥମିକ ଶିକ୍ଷକ ମହାସଂଘର ଆନ୍ଦୋଳନ ଜାରି ରହିଛି। ଆନ୍ଦୋଳନର ତୃତୀୟ ଦିନରେ ମହାସଂଘକୁ ନିଖିଳ ଉତ୍କଳ ନିମ୍ନ ମାଧ୍ୟମିକ ଶିକ୍ଷକ ସଂଘ (ଓଲ୍‌ଷ୍ଟା) ପକ୍ଷରୁ ସମର୍ଥନ ଜଣାଯାଇଛି। ୪୨୦୦ ଗ୍ରେଡ଼ ପେ, ୬ ବର୍ଷରେ ୬ଟି ନୋସନାଲ ଇନ୍‌କ୍ରିମେଣ୍ଟ ପ୍ରଦାନ ଦାବିରେ ଆନ୍ଦୋଳନ କରାଯାଉଛି। ସରକାର ଦାବି ନ ଶୁଣିବା ପର୍ଯ୍ୟନ୍ତ ସ୍କୁଲ ଫେରିବେନି ବୋଲି ଶିକ୍ଷକମାନେ ଚେତାବନୀ ଦେଇଛନ୍ତି। ରାଜ୍ୟର ବିଭିନ୍ନ ଜିଲାରୁ ହଜାର ହଜାର ପ୍ରାଥମିକ ଶିକ୍ଷକ ଶିକ୍ଷୟିତ୍ରୀ ଶୀତକାକରରେ ଗାନ୍ଧୀମାର୍ଗରେ ଅହୋରାତ୍ର ଧାରଣାରେ ବସିଛନ୍ତି।

Leave a Reply

Your email address will not be published. Required fields are marked *