ଭଗବତୀ ବିଦ୍ୟାପୀଠ ଶୁକ୍ଳେଶ୍ୱରର ୧୯୮୨ ମାଟ୍ରିକ ବ୍ୟାଚ୍‌ର ବନ୍ଧୁ ମିଳନ

ରାଜ୍ୟ
Spread the love
ମାହାଙ୍ଗା (ନଗର ଖବର) :  କଟକ ଜିଲ୍ଲା ମାହାଙ୍ଗା ବ୍ଲକ ଅନ୍ତର୍ଗତ ଶୁକ୍ଳେଶ୍ୱର ଠାରେ ଅବସ୍ଥିତ ଭଗବତୀ ବିଦ୍ୟାପୀଠର ୧୯୮୨ ମାଟ୍ରିକ ବ୍ୟାଚର ଏକ ବନ୍ଧୁ ମିଳନ ସ୍ଥାନୀୟ ଜଗନ୍ନାଥ ମଣ୍ଡପ, ଖନ୍ଦୋଳ ଠାରେ ଗତ ବୁଧବାର ଦିନ ଆନନ୍ଦ ଉଲ୍ଲାସର ସହ ଦିବସ ବ୍ୟାପୀ ଅନୁଷ୍ଠିତ ହୋଇଯାଇଛି।  ପ୍ରାରମ୍ଭରେ ଶ୍ରୀ ସୁରଥ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଦିବଂଗତ ବନ୍ଧୁ ମାନଙ୍କ ପାଇଁ ଏକ ଶୋକସଭା ଅନୁଷ୍ଠିତ ହୋଇ ଅମର ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା।  ଉକ୍ତ ବନ୍ଧୁ ମିଳନରେ ​ଅବସରପ୍ରାପ୍ତ ଅଧକ୍ଷ ପ୍ରମୋଦ କୁମାର ମିଶ୍ର, ଦାଶରଥୀ ସାହୁ, ଜଗବନ୍ଧୁ ରାଉତ, ଭିକାରୀ ପ୍ରଧାନ, ବେଣୁଧର ରାଉତ, ପ୍ରଶାନ୍ତ ନାୟକ, ​ଆଡ୍‌ଭୋକେଟ୍ ଆଲୋକ କୁମାର ନାୟକ, ପ୍ରମୋଦ କୁମାର ବେହୁରା, ​ଅଧ୍ୟାପକ ରବି ନାରାୟଣ ବାରିକ, ମନୋଜ କୁମାର ପଣ୍ଡା,
​ଅବସରପ୍ରାପ୍ତ ବ୍ଲକ ଶିକ୍ଷା ଅଧିକାରୀ ଶତ୍ରୁଘ୍ନ ବେହେରା  ​ଶିକ୍ଷକ ସୁରେଶ ଚନ୍ଦ୍ର ଭଞ୍ଜ, ରାଜାରାମ ଷଡ଼ଙ୍ଗୀ, ଯାଜପୁର ଜିଲ୍ଲା ​ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ କାମିନୀ ରଞ୍ଜନ ପଟ୍ଟନାୟକ, ସୁରେଶ ଚନ୍ଦ୍ର ଦାସ, ଗୌତମ ରାଉତରାୟ, ଧରଣୀଧର ଦାସ, ପ୍ରମୋଦ କୁମାର ଦାସ, ପ୍ରମୋଦ କୁମାର ମହାନ୍ତି, କମଳ କୁମାର ଗୋଛାୟତ, ବିଷ୍ଣୁ ଚରଣ  ଭୋଇ, ରମେଶ ଚନ୍ଦ୍ର ସ୍ୱାଇଁ, ବିଜୟ କୁମାର ବଳ, ଫକୀର ଚରଣ ବେହେରା, ଇ. ପ୍ରଭାତ କୁମାର ବେହେରା, ବିଜୟ କୁମାର ସାମଲ, ବିଜୟ କୁମାର ରାଉତରାୟ, ବିଧୁ ଭୂଷଣ ପାତ୍ର, ପ୍ରଦୀପ୍ତ କୁମାର ଦାସ, ବିଜୟ କୁମାର ରାଉତ, ବିକ୍ରମ କିଶୋର ରାଉତ, ନଳିନୀକାନ୍ତ ମହାପାତ୍ର, ସଂଜୀବ କୁମାର ମହାପାତ୍ର, ଲାଲଟେନ୍ଦୁ ଭୂଷଣ ମହାନ୍ତି, ପଞ୍ଚାନନ ଶତପଥୀ, ଡା. ମାନସ କୁମାର ଦାସ, ପୂର୍ଣ୍ଣ ଚନ୍ଦ୍ର ଜଟ , ପୂର୍ଣ୍ଣାନନ୍ଦ ମିଶ୍ର, ସଚ୍ଚିଦାନନ୍ଦ ଦାସ, କେଶବ ଚନ୍ଦ୍ର ବେହେରା, ହୃଷିକେଶ ପୁଟିଆ ପ୍ରଭୃତି ଯୋଗଦେଇ ବିଦ୍ୟାଳୟ ସମୟର ସ୍ମୃତି ରୋମନ୍ଥନ କରିଥିଲେ। ନିଜନିଜର ପରିବାର, ପୁଅ ଝିଅ, ଚାକିରୀ ତଥା ବ୍ୟବସାୟିକ ଅଭିଜ୍ଞତା ସମର୍କରେ ଭାବ ଆଦାନ ପ୍ରଦାନ କରିଥିଲେ।ପ୍ରତିବର୍ଷ ଅନ୍ୟୁନ ଗୋଟିଏ ଦିନ ସମସ୍ତେ ଉପସ୍ଥିତ ରହି ବନ୍ଧୁ ମିଳନ ରେ ଯୋଗ ଦେବାକୁ ନିଷ୍ପତି ହୋଇଥିଲା।
ପୁରାତନ ଛାତ୍ର ତଥା ସଂସଦର ସମ୍ପାଦକ ଶ୍ରୀ ଅଞ୍ଜନ କୁମାର ମିଶ୍ର ଏହି ବନ୍ଧୁମିଳନ କାର୍ଯ୍ୟକ୍ରମକୁ ସୁନ୍ଦର ଭାବେ ଆୟୋଜନ କରିବା ସହିତ ସର୍ବଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *