ଝଙ୍କଡ : ତିର୍ତ୍ତୋଲ ସ୍ଥିତ ଆଦିକବି ସାରଳା ଦାସ କଲେଜ ରେ ଶକ୍ତି ଶ୍ରୀ ସେଲ ତରଫରୁ ବାଳିକା ଆତ୍ମ ସୁରକ୍ଷା ପ୍ରଶିକ୍ଷଣ ର ଉଦ୍ଘାଟନ କାର୍ଯ୍ୟକ୍ରମ ଅଧ୍ୟକ୍ଷ ପ୍ରଫେସର ଅନନ୍ତ ଚରଣ ଆଚାର୍ଯ୍ୟଙ୍କ ପୌରାହିତ୍ୟ ରେ ଅନୁଷ୍ଠିତ ହୋଇ ଯାଇଛି l ଏହି କାର୍ଯ୍ୟକ୍ରମ ରେଁ ବରିଷ୍ଠ ପ୍ରାଧ୍ୟାପିକା ଡ. ଦୀପ୍ତି ରେଣୁ ମହାନ୍ତି ଯୋଗ ଦେଇ ବର୍ତ୍ତମାନ ସମୟ ରେ ବାଳିକା ମାନେ ସମସ୍ତ ଆତ୍ମ ସୁରକ୍ଷା ପ୍ରତି ସଚେତନ ହୋଇ ନିର୍ଭିକ ଭାବେ ସମସ୍ତ କୌଶଳ ଶିକ୍ଷା କରିବା ଏକାନ୍ତ ଆବଶ୍ୟକ ବୋଲି କହିଥିଲେ l
ପ୍ରଶିକ୍ଷିକା ଭାବେ ପ୍ରଣତିକା ମହାନ୍ତି ଯୋଗ ଦେଇ ବାଳିକା ମାନଙ୍କ ପାଇଁ ଗୁରୁତ୍ୱ ପୂର୍ଣ୍ଣ ବିଭିନ୍ନ ସୁରକ୍ଷା କୌଶଳ ଶିକ୍ଷା ଦେଇଥିଲେ l ଅଧ୍ୟାପିକା ସାଗରୀକା ପୁଷ୍ଟି, ଅଧ୍ୟାପକ ମନୋଜ ସ୍ୱାଇଁ, ଅଧ୍ୟାପିକା ପ୍ରିୟଙ୍କା ଦାସ, ଅଧ୍ୟାପିକା ମୌସୁମୀ ମିଶ୍ର, ଅଧ୍ୟାପକ ବିଦ୍ୟା ପ୍ରକାଶ ମନ୍ମୟ କୁମାର, ଝାଟୁ ଚରଣ ଦାସ ପ୍ରମୁଖ ପରିଚାଳନା କରିଥିଲେ l ଏକ ସପ୍ତାହ ଧରି ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମ ରେ +୩ ର ଛାତ୍ରୀ ମାନେ ଯୋଗ ଦେଇ ପ୍ରଶିକ୍ଷଣ ଗ୍ରହଣ କରିଥଲେ.l
