ଭିତର ରତ୍ନଭଣ୍ଡାରକୁ ସ୍ଥାନାନ୍ତର ହେଲା ମହାପ୍ରଭୁଙ୍କ ରତ୍ନ ଅଳଙ୍କାର

ଜିଲା ଖବର ପୁରୀ ରାଜ୍ୟ
Spread the love

ପୁରୀ, ୨୩/୯: ମହାପ୍ରଭୁଙ୍କ ରତ୍ନଭଣ୍ଡାରକୁ ଆଜି ରତ୍ନ ଅଳଙ୍କାର ଅସ୍ଥାୟୀ ରତ୍ନଭଣ୍ଡାରରୁ ସ୍ଥାନାନ୍ତରିତ କରାଯାଇଛି। ଶ୍ରୀଜିଉଙ୍କ ରତ୍ନ ଅଳଙ୍କାର ସ୍ଥାନାନ୍ତର ପ୍ରକ୍ରିୟା ମଙ୍ଗଳବାର ପୂର୍ବାହ୍‌ଣ ୧୦ଟା ୫୫ରେ ଆରମ୍ଭ ହୋଇଥିଲା। ଏହି ପ୍ରକ୍ରିୟା ଅପରାହ୍‌ଣ ୨ଟା ୫୫ରେ ଶେଷ ହୋଇଛି। ଭିତର ରତ୍ନଭଣ୍ଡାରରେ ମହାପ୍ରଭୁଙ୍କର ରତ୍ନ ଅଳଙ୍କାର ସ୍ଥାନାନ୍ତରିତ ହେଲା ପରେ ଏହାକୁ ସିଲ୍‌ କରିଦିଆଯାଇଛି। ତାପରେ ଦୁଇଟି ତାଲା ଲଗାଯାଇଛି। ଏହି ତାଲାଗୁଡ଼ିକର ଚାବି ଟ୍ରେଜେରିରେ ରଖାଯିବ। ସରକାରଙ୍କ ଏସ୍‌ଓପି ଅନୁଯାୟୀ ରତ୍ନଭଣ୍ଡାରକୁ ରତ୍ନ ଅଳଙ୍କାର ସ୍ଥାନାନ୍ତରିତ କରାଯାଇଛି। ସମସ୍ତ ସ୍ଥାନାନ୍ତର ପ୍ରକ୍ରିୟାର ଭିଡିଓଗ୍ରାଫି କରାଯାଇଛି। ପରବର୍ତ୍ତୀ ସମୟରେ ବାହାର ରତ୍ନଭଣ୍ଡାରରେ ଅଳଙ୍କାର ସ୍ଥାନାନ୍ତର କରାଯିବ।

ଶ୍ରୀଜିଉଙ୍କ ରତ୍ନ ଅଳଙ୍କାର ସ୍ଥାନାନ୍ତର ପ୍ରକ୍ରିୟା ମଙ୍ଗଳବାର ପୂର୍ବାହ୍‌ଣ ୧୦ଟା ୫୫ରେ ଆରମ୍ଭ ହୋଇଥିଲା। ଏହି ପ୍ରକ୍ରିୟା ଅପରାହ୍‌ଣ ୨ଟା ୫୫ରେ ଶେଷ ହୋଇଛି।

ସୂଚନାଯୋଗ୍ୟ, ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଭକ୍ତମାନଙ୍କ ପାଇଁ ମୁଖ୍ୟ ଦେଉଳ ତଥା ଝୁଲଣମଣ୍ଡପକୁ ପ୍ରବେଶ ବାରଣ କରାଯାଇଥିଲା। ଏହି ସମୟରେ ଭକ୍ତମାନଙ୍କର ବେଢ଼ା ପରିକ୍ରମା ଉପରେ ମଧ୍ୟ କଟକଣା ଲଗାଯାଇଥିଲା। ଏହି କଟକଣା ରତ୍ନ ଅଳଙ୍କାର ସ୍ଥାନାନ୍ତର ଶେଷ ହେବା ପର୍ଯ୍ୟନ୍ତ ବଳବତ୍ତର ଥିଲା। ଶ୍ରୀମନ୍ଦିର ପ୍ରଶାସନ ତରଫରୁ ପ୍ରାଧିକୃତ ଜଷ୍ଟିସ୍ ବିଶ୍ବନାଥ ରଥଙ୍କ ସମେତ ୧୧ ଜଣିଆ ଟିମ୍ ରତ୍ନ ଅଳଙ୍କାର ସ୍ଥାନାନ୍ତର ପାଇଁ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିଥିଲେ। ଏଣେ ଶ୍ରୀଜିଉଙ୍କ ଅଳଙ୍କାର ସ୍ଥାନାନ୍ତର ପ୍ରକ୍ରିୟା ସରିବା ପରେ ଶ୍ରୀଜୀଉଙ୍କ ଦର୍ଶନ ସ୍ବାଭାବିକ ହୋଇଛି। ୨୦୨୪ ଶ୍ରୀଗୁଣ୍ଡିଚା ଯାତ୍ରା ତଥା ଜୁଲାଇ ୧୪ରେ ରତ୍ନଭଣ୍ଡାର ଖୋଲିବା ସହ ପ୍ରଥମେ ବାହାର ରତ୍ନଭଣ୍ଡାରର ସମସ୍ତ ଅଳଙ୍କାର ଚାଙ୍ଗଡ଼ା ଘରକୁ ସ୍ଥାନାନ୍ତରିତ ହୋଇଥିଲା। ଜିଲ୍ଲା ଟ୍ରେଜେରିରୁ ଆସିଥିବା ଚାବିରେ ଭିତର ରତ୍ନଭଣ୍ଡାରର ତାଲା ନ ଖୋଲିବାରୁ ତାଲା ଭଙ୍ଗାଯାଇ ଜୁଲାଇ ୧୮ରେ ଭିତର ରତ୍ନଭଣ୍ଡାର ଖୋଲାଯାଇ ଦଶ ଫୁଟ ଦୂରରେ ଥିବା ଖଟଶେଯ ଘରକୁ ସ୍ଥାନାନ୍ତର କରାଯାଇଥିଲା। ଏଏସ୍‌ଆଇ ରତ୍ନଭଣ୍ଡାରର ସଂରକ୍ଷଣ କାର୍ଯ୍ୟ ଡିସେମ୍ବର ୧୭ରୁ ଆରମ୍ଭ କରି ଚଳିତ ବର୍ଷ ଜୁଲାଇ ୭ରେ ଶେଷ କରିଥିଲା।

Leave a Reply

Your email address will not be published. Required fields are marked *