ବାପା ଓ ମାଆଙ୍କୁ ହାଣିଲା ନୃଶଂସ ପୁଅ

ଅପରାଧ ଜିଲା ଖବର ଭଦ୍ରକ ରାଜ୍ୟ
Spread the love

ଚାନ୍ଦବାଲି: ପାରିବାରିକ କଳହରେ କରୁଣ ପରିଣତି ଦେଖିବାକୁ ମିଳିଛି । ସମ୍ପତ୍ତି ପାଇଁ ପୁଅ ଭୁଲିଗଲା ସମ୍ପର୍କ ।ଭଦ୍ରକ ଜିଲା ଚାନ୍ଦବାଲି ଥାନା ଅଧୀନ ଖେରଙ୍ଗ ପଂଚାୟତ ତଳବନ୍ଧ ଗାଁରେ ବାପା ଓ ମା କୁ ହାଣିଲା ନୃଶଂସ ପୁଅ । ଗୁରୁତୁର ଅବସ୍ଥାରେ ବୃଦ୍ଧ ବାପା ମାଙ୍କୁ ଉଦ୍ଧାର କରାଯାଇ ଚାନ୍ଦବାଲି ମେଡିକାଲରେ ଭର୍ତି କରାଯାଇଥିଲା। ଅବସ୍ଥା ସଂକଟପର୍ଣ୍ଣ ହେବାରୁ ପରେ ତାଙ୍କୁ କଟକ ବଡ଼ ମେଡିକାଲ କୁ ସ୍ଥାନାନ୍ତର କରାଯାଇଛି। ଅଭିଯୁକ୍ତ ପୁଅ ହେଉଛି ଖେରଙ୍ଗ ପଂଚାୟତ ତଳବନ୍ଧ ଗାଁ ମନୋଜ ନାୟକ । ଏହି ଘଟଣାରେ ପୁଲିସ ପହଂଚି ତଦନ୍ତ ଆରମ୍ଭ କରିଛି। ବୃଦ୍ଧ ପିତା ହେଉଛନ୍ତି ମଧୁସୂଦନ ନାୟକ ଓ ମାତା ମାଧୁରୀ ନାୟକ ବୋଲି ଜଣାପଡିଛି।

Leave a Reply

Your email address will not be published. Required fields are marked *