ଶ୍ରୀ ସତ୍ୟସାଇଙ୍କ ପ୍ରେମ ପ୍ରଵାହିନୀ ରଥକୁ ତିର୍ତ୍ତୋଲରେ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା

ରାଜ୍ୟ
Spread the love

ଝଙ୍କଡ :  ଭଗବାନ ଶ୍ରୀ ସତ୍ୟ ସାଇ ବାବା ଙ୍କ ଜନ୍ମ ଶତ ବାର୍ଷିକୀ ଅବସରରେ ଶ୍ରୀ ସତ୍ୟ ସାଇ ବାବାଙ୍କ ପ୍ରେମ ପ୍ରବାହିନୀ ରଥ ଭାରତ ପରିକ୍ରମା ପ୍ରରିପେକ୍ଷି ରେ ରଥ ଯାତ୍ରା ଶ୍ରୀ ସତ୍ୟ ସାଇ ସେବା ସମିତିର ଜିଲା ସଭାପତି ଦାମୋଦର ସ୍ବାଇଁଙ୍କ ତତ୍ତ୍ଵାବଧାନରେ ଜିଲା ପରିକ୍ରମା କରୁଅଛି l ଆଜି ଏହି ରଥ ଯାତ୍ରା ତିର୍ତ୍ତୋଲ ରେ ପହଞ୍ଚି ଥିବାବେଳେ ଶ୍ରୀ ସତ୍ୟ ସାଇ ସେବା ସମିତି ତିର୍ତ୍ତୋଲ ପକ୍ଷ ରୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି l ତିର୍ତ୍ତୋଲ ବ୍ଲକ ଛକ ଠାରେ ରଥ କୁ ପୂଜାର୍ଚ୍ଚନା ସହ ବନ୍ଦାପନା କରାଯିବା ପରେ ଏକ ଶୋଭାଯାତ୍ରା ରେ ସମିତିର କର୍ମ କର୍ତ୍ତା ମାନେ ରଥ କୁ ନେହେରୁ ବଜାର ହନୁମାନ ମନ୍ଦିର ପର୍ଯ୍ୟଂତ ନେଇଥିଲେ l ସେଠାରେ ରଥ କୁ ସ୍ୱାଗତ ସମ୍ବର୍ଦ୍ଧନା ସହ ପୂଜାର୍ଚ୍ଚନା ବନ୍ଦାପନା ଭଜନ କୀର୍ତ୍ତନ କରାଯାଇଥିଲା l

ବହୁ ସଂଖ୍ୟାରେ ମହିଳା ଶ୍ରଦ୍ଧାଳୁ ଉପସ୍ଥିତ ଥିଲେ l ପରେ ସନ୍ଧ୍ୟାରେ ରଥ ଯାତ୍ରା ରାହାମା ଅଭିମୁଖେ ବାହାରିଥିଲା l

Leave a Reply

Your email address will not be published. Required fields are marked *