ରୋଟାରୀ କ୍ଲବ ଅଫ୍ କଟକ ମିଲେନିୟମ୍ ପକ୍ଷରୁ ମେଗା ସ୍ୱାସ୍ଥ୍ୟ ଶିବିର

ରାଜ୍ୟ
Spread the love

କଟକ  : ରୋଟାରୀ କ୍ଲବ ଅଫ୍ କଟକ ମିଲେନିୟମ୍ ଆନୁକୂଲ୍ୟରେ ଜାଭିୟର ହାଇସ୍କୁଲ, ଗତିରାଉତ ପାଟଣା, କଟକ ଠାରେ ଏକ ମେଗା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଏସ୍.ସି.ବି. ଦନ୍ତ ବିଭାଗ, ଲିଙ୍କ୍ ଚକ୍ଷୁ ଚିକିତ୍ସାଳୟ ଏବଂ ଅଭିଞ୍କ ଭେଷଜ ବିଶେଷଞ୍କଙ୍କ ସହଯୋଗରେ ଅଢେଇ ଶହ ଛାତ୍ରଛାତ୍ରୀ, ଶିକ୍ଷକ ଓ କର୍ମଚାରୀଙ୍କ ଦନ୍ତ, ଚକ୍ଷୁ, ଏବଂ ଅନ୍ଯାନ୍ଯ ରୋଗ ପରୀକ୍ଷା କରାଯାଇ ଔଷଧ ବଣ୍ଟନ କରାଯାଇଥିଲା I ଶତାଧିକ ବ୍ଯକ୍ତିଙ୍କ ନିଶୁଳ୍କ ରକ୍ତ ଶର୍କରା ମଧ୍ଯ ପରୀକ୍ଷା କରାଯାଇଥିଲା I


ଏହି କାର୍ଯ୍ୟକ୍ରମରେ ରୋଟାରୀ କଟକ ମିଲେନିୟମ ପକ୍ଷରୁ ଡା. ଜଗନ୍ନାଥ ଦାସ, ଡା. ଶରତ ଚନ୍ଦ୍ର ଦାସ, ରୋଟାରିଆନ୍ ପ୍ରଦୀପ କୁମାର ମହାନ୍ତି, ରୋଟାରିଆନ୍ ବିଜୟ କୁମାର ଆଚାର୍ଯ୍ୟ, ରୋଟାରିଆନ୍ ଗଣେଶ ପ୍ରସାଦ ସାହୁ, ରୋଟାରିଆନ୍ ଦୀପକ କୁମାର ମହାନ୍ତ, ରୋଟାରିଆନ୍ ସୌମ୍ୟରଞ୍ଜନ ସାହୁ, ରୋଟାରିଆନ୍ ଅଲୋକ କୁମାର ସାହୁ, କାର୍ଯ୍ଯକାରୀ ସମ୍ପାଦକ ରୋଟାରିଆନ୍ ପ୍ରଥମ ପ୍ରିୟଦର୍ଶନ ମହାପାତ୍ର , ରୋଟାରିଆନ୍ ପ୍ରସନ୍ନ କୁମାର ସୁନ୍ଦରରାୟ ଉପସ୍ଥିତ ଥିଲେ ।
ଏସ୍.ସି.ବି. ଦନ୍ତ ବିଭାଗର ଅଭିଞ୍କ ଚିକତ୍ସକ ଡା.ପାୟଲ ମହାରଣା, ଡା.ସୁଶ୍ରୀ ଯୋଗମାୟା, ଡା. ଶିଲ୍ପିତା ଦାସ, ଡା. ନେହା ପ୍ରତାପ ସିଂ, ଡା.ସେଜଲ ନାୟକ ଦନ୍ତ ପରୀକ୍ଷା କରିଥିଲେ I କାର୍ଯ୍ଯକ୍ରମ ଶେଷରେ ଜାଭିୟର ବିଦ୍ଯାଳୟର ଅଧ୍ଯକ୍ଷା ସମସ୍ତ ରୋଟାରିଆନଙ୍କୁ ଉପଢୌକନ ଦେଇ ସମ୍ମାନୀତ କରିଥିଲେ I କଟକ ମିଲେନିୟମର ପୂର୍ବତନ ସଭାପତି ତଥା ସେବା ପ୍ରକଳ୍ପ ନିର୍ଦ୍ଦେଶକ ରୋଟାରିଆନ୍ ଦେବବ୍ରତ ରାୟଙ୍କ ତତ୍ତ୍ୱାବଧାନରେ କାର୍ଯ୍ଯକ୍ରମଟି ସୁଚାରୁରୂପେ ସମ୍ପାଦିତ ହୋଇଥିଲା I

Leave a Reply

Your email address will not be published. Required fields are marked *