ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସଙ୍କ ଭିଡ଼

ଗଞ୍ଜାମ ମନୋରଞ୍ଜନ ରାଜ୍ୟ
Spread the love

ଗଞ୍ଜାମ, ୮/୧୨: ଶୀତର ଆଗମନରେ ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ ଅତିଥି ପକ୍ଷୀ ଧ୍ରୂବ ହଂସଙ୍କୁ ଦେଖିବାକୁ ମିଳିଛି। ଯାହାକୁ ନେଇ ପରିବେଶବିତଙ୍କ ମଧ୍ୟରେ ଖୁସିର ଲହରୀ ଦେଖିବାକୁ ମିଳିଛି। ବର୍ତ୍ତମାନ ବହୁ ସଂଖ୍ୟାରେ ଧ୍ରୂବହଂସ ହୁମ୍ମା ଅଞ୍ଚଳରେ ମଧ୍ୟ ଲୁଣାଜମିରେ ରହିଥିବା ଜଳାଶୟରେ ଜଳକ୍ରୀଡା କରିବା ସହ ଖାଦ୍ୟ ଆହାର କରୁଥିବା ଦେଖାଯାଇଛି। ନଭେମ୍ବର ମାସରେ ପ୍ରବଳ ଥଣ୍ଡା ସହି ନ ପାରି ମାଙ୍ଗୋଲିଆ, ଚୀନ, ପାକିସ୍ତାନ, ବାଂଲାଦେଶ, ମ୍ୟାନମାର, ସାଲିମାର ପ୍ରମୁଖ ଅଞ୍ଚଳରୁ ହଜାର ହଜାର କିଲୋମିଟର ଅତିକ୍ରମ କରି ଆକାଶ ମାର୍ଗରେ ଓଡିଶାକୁ ଆସିଥାନ୍ତି। ଦଳଗତ ଭାବେ ଜଳକ୍ରୀଡା, ବାଲୁକା ଶଯ୍ୟାରେ ଖାଦ୍ୟ ସଂଗ୍ରହ ଓ ଉଡିବାର ମନୋରମ ଦୃଶ୍ୟ ଶୀତ ଦିନେ ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିଥାଏ। ଆଗାମୀ ଦିନରେ ଏହି ପକ୍ଷୀଙ୍କ ସଂଖ୍ୟା ବୃଦ୍ଧି ଘଟିପାରେ ବୋଲି ଯୁବ ପରିବେଶବିତ ରବିନ୍ଦ୍ର ନାଥ ସାହୁ ପ୍ରକାଶ କରିଛନ୍ତି। ଗତ କିଛି ଦିନ ତଳେ ଦୁଇ ଦୁଇ ଥର ସାମୁଦ୍ରିକ ଝଡ଼ର ପ୍ରଭାବ ଯୋଗୁଁ ଏହି ପକ୍ଷୀ ଆସିବାରେ ବିଳମ୍ବ ଘଟିଥିବା ସାହୁ କହିଛନ୍ତି।

Leave a Reply

Your email address will not be published. Required fields are marked *