ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ ଓ ଆଦିତ୍ୟ ଚମ୍ପିଆନ

ଖେଳ ରାଜ୍ୟ
Spread the love

ଆଠଗଡ, ୮/୧୨: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପଠାରେ ୪ର୍ଥ ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏଥିରେ ବରିଷ୍ଠ ବିଭାଗରେ କଟକର ଚନ୍ଦନ ମହାପାତ୍ର ଏବଂ ଜୁନିୟର ବିଭାଗରେ କଟକର ଆଦିତ୍ୟ ନାୟକ ଚମ୍ପିଆନ ହୋଇ ପୁରସ୍କୃତ ହୋଇଥିଲେ।

ଆଠଗଡ ବାହୁକୁସ୍ତି ଆସୋସିଏସନର ସଭାପତି ଲକ୍ଷ୍ମୀନାରାୟଣ ଭଞ୍ଜ ମୁଖ୍ୟଅତିଥି ଭାବେ ଏହି ପ୍ରତିଯୋଗିତାକୁ ଉଦଘାଟନ କରିଥିଲେ। ଉଦଘାଟନୀ ଉତ୍ସବରେ ମନୋଜ ମୁଖୀ, ସାଗର ନାୟକ, ପ୍ରବୀର ଷଢଙ୍ଗୀ, ପ୍ରମୋଦ ମୁଖୀ, ରୁଦ୍ର ନାୟକ, ମନୋଜ ସିଂ ପ୍ରମୁଖ ଅତିଥି ରୂପେ ଉପସ୍ଥିତ ଥିଲେ। ଜୁନିୟର ବିଭାଗରେ ୫୦ କେଜିରୁ କମ, ୫୦ରୁ ୬୦ କେଜି, ୬୦ରୁ ୭୦ କେଜି , ୭୦ରୁ ୮୦ କେଜି, ୮୦ରୁ ୯୦ କେଜି ଓ ୯୦ କେଜିରୁ ଊର୍ଦ୍ଧ୍ବ ଖେଳାଳିଙ୍କ ମଧ୍ୟରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ସେହିପରି ବରିଷ୍ଠ ବିଭାଗରେ ୫୫ କେଜି, ୬୦ କେଜି, ୬୫ କେଜି, ୭୦ କେଜି, ୭୫ କେଜି , ୮୦ କେଜି, ୮୫ ଓ ୯୦ କେଜି ଖେଳାଳଙ୍କ ମଧ୍ୟରେ ପ୍ରତିଯୋଗିତା ଅନୁଷ୍ଠିତ ହେବା ପରେ କୃତି ପ୍ରତିଯୋଗୀଙ୍କ ନାମ ଘୋଷଣା କରାଯାଇଥିଲା

ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟଅତିଥି ଭାବେ ସଭାପତି ଭଞ୍ଜ ଯୋଗଦେଇ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରିଥିଲେ। ଏହି ପ୍ରତିଯୋଗିତାରେ ନବରଙ୍ଗପୁର, ରାୟଗଡା, ରାଉରକେଲା, ଭୂବନେଶ୍ୱର, କଟକ, ଖୋର୍ଦ୍ଧା, ପୁରୀ, ବ୍ରହ୍ମପୁର, ଭଦ୍ରକ ଆଦି ଅଞ୍ଚଳରୁ ୧୭୦ ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ।

Leave a Reply

Your email address will not be published. Required fields are marked *