88bb4d13 D0d0 4fa1 95a5 827ccfacc867

କୁଳସରିଚୁଆଁରେ ଆଞ୍ଚଳିକ ସମସ୍ୟା ଆଲୋଚନାଚକ୍ର

ରାଜ୍ୟ
Spread the love

ବୟାଳିଶମୌଜା : ୪୨ମୌଜାର ଅଗ୍ରଣୀ ସଂଗଠନ ୟୂନିୟନ ଫର୍ କଟକ ସଦର ଡେଭଲପମେଣ୍ଟର ସଭାପତି ମନୋଜ କୁମାର ନାୟକଙ୍କ ସଭାପତିତ୍ବରେ ଏକ ଆଞ୍ଚଳିକ ସମସ୍ୟା ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଅଛି। ଅନୁଷ୍ଠାନ ପକ୍ଷରୁ କୁଳସରିଚୁଆଁ ହାଇସ୍କୁଲ ଛକରେ ରବିବାର ଅବସରରେ ଅଞ୍ଚଳର ବହୁ ସଦସ୍ୟ ମାନଙ୍କୁ ନେଇ ଏହି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ୪୨ ମୌଜାର ବନ୍ଦ ହୋଇ ରହିଥିବା ଶୀତଳ ଭଣ୍ଡାର, ବିଦ୍ୟୁତ୍ ବିଭ୍ରାଟ, ୪୨ ମୌଜାର ପ୍ରସ୍ତାବିତ ଆଇତଳଙ୍ଗ ସେତୁ, ତଇଲିପଡ଼ା ସେତୁ ଓ ମୁଖ୍ୟ ସେତୁ ସହିତ ଅନ୍ୟାନ୍ୟ ସମସ୍ୟା ସମ୍ପର୍କରେ ଅନୁଧ୍ୟାନ ଆଲୋଚନା କରା ଯାଇଥିଲା।

ଏହି ଆଲୋଚନାଚକ୍ରରେ ୪୨ ମୌଜାର ବହୁ ବୁଦ୍ଧିଜୀବୀ ଯୋଗ ଦେଇଥିବା ବେଳେ ଅନୁଷ୍ଠାନ ପକ୍ଷରୁ ବରିଷ୍ଟ ଉପଦେଷ୍ଟା ବିଜୟ କୁମାର ନାୟକ ଓ ଅନ୍ୟ ସଦସ୍ୟ ମାନେ ସଭା ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *