Db2756dc B661 4d22 8c97 B0c99a4574ca

ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ରାଜ୍ୟ
Spread the love

କଟକ ସଦର   : କଟକ ସଦର ଉରାଳି ପଞ୍ଚାୟତ ଅନ୍ତର୍ଗତ ଡିହନଚ୍ଛିପୁର ଠାରେ ଗ୍ରାମବାସୀ ମାନଙ୍କ ପକ୍ଷରୁ ଆୟୋଜିତ ସବୁଜିମା ଭରା ପରିବେଶ ସୃଷ୍ଟି କରିବା ଉଦ୍ଦେଶ୍ୟରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସବୁଜିମା ଭରା କାର୍ଯ୍ୟ କ୍ରମରେ ଯୋଗଦେଲେ ୟୁନିଅନ ଫର କଟକ ସଦର ଡେଭଲପମେଣ୍ଟର ସଭାପତି ପ୍ରଫେସର ଶ୍ରୀଯୁକ୍ତ ମନୋଜ କୁମାର ନାୟକ (ଟୁଟନ ଭାଇ)ମହୋଦୟ ,ଆମ ଅଞ୍ଚଳର ବୁଦ୍ଧିଜୀବୀ, ସମାଜସେବୀ, ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ଯୁବକ ବଂନ୍ଧୁ ଏବଂ ଗ୍ରାମର ମୁରବି ମାନେ ଉପସ୍ଥିତ ରହି ଉକ୍ତ କାର୍ଯ୍ୟକୁ ସାଫଲ୍ୟ ମଣ୍ଡିତ କରିଥିଲେ | ଗ୍ରାମବାସୀ ଙ୍କ ତରଫରୁ ଏଭଳି ସାମାଜିକ କାର୍ଯ୍ୟ ରେ ନିଜର ବହୁ ମୁଲ୍ୟ ସମୟ ଦେଇଥିବା ରୁ ସମସ୍ତଙ୍କୁ ଆନ୍ତରିକ ଧନ୍ୟବାଦ ଅର୍ପଣ କରାଯାଇଥିଲା |

Leave a Reply

Your email address will not be published. Required fields are marked *