ଝଙ୍କଡ଼, ୨୯/୯: ଓଡ଼ିଶାର ପ୍ରସିଦ୍ଧ ପ୍ରାଚୀନ ଶକ୍ତିପୀଠ ତଥା ବାଣୀକ୍ଷେତ୍ର ଝଂକଡର ଅଧିଷ୍ଠାତ୍ରୀ ଦେବୀ ମା ସାରଳା ଠାକୁରାଣୀ ଙ୍କ ସାର୍ବଜନୀନ ଶାରଦୀୟ ପାର୍ବଣ ପୂଜା ଗତ ସେପ୍ଟେମ୍ବର ୧୪ ତାରିଖ ରବିବାର ମୂଳାଷ୍ଟମୀ ଦିନଠାରୁ ଆରମ୍ଭ ହୋଇ, ୨୯ ତାରିଖ ସୋମବାର ମହାଷ୍ଟମୀ ଦିନ ଶେଷ ହୋଇଛି। ଏହି ମହାଷ୍ଟମୀ ଦିନ ପ୍ରତ୍ୟୁଷ ରୁ ସହସ୍ରାଧିକ ଶ୍ରଦ୍ଧାଳୁ ଭକ୍ତମାନଙ୍କ ସମାଗମ ରେ ଚଳଚଞ୍ଚଳ ହୋଇଉଠିଥିଲା ମାଆଙ୍କ ପୀଠସ୍ଥଳି। ସାରଳା ହାଟ ରେ ରାସ୍ତାର ଉଭୟ ପାର୍ଶ୍ବ ଶିଲ କରି ଦିଆ ଯାଇଥିଵାରୁ, ଘଣ୍ଟା ଘଣ୍ଟା ଧରି ଯାତ୍ରୀ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଇଥିଲେ। ପଶ୍ଚିମ ଓଡିଶାର ନବାନ୍ନ ଭକ୍ଷଣ ପର୍ବଭଳି, ନୁଆ ଧାନ ରୁ ଚୁଡ଼ା ପ୍ରସ୍ତୁତ କରି, ଚାଷୀ ମାନେ ନିଜ ହାତରେ ଚୁଡ଼ାଘଷା ଭୋଗ ମାଆଙ୍କୁ ଅର୍ପଣ କରି, ପାରିବାର ଓ ପଡ଼ୋଶୀ ମାନଙ୍କୁ ବଣ୍ଟନ କରି ଭାଇଚାରା ସମ୍ପର୍କ କୁ ସୁଦୃଢ଼ କରିଥଲେ। ବ୍ରତଧାରି ମାନେ ମାଆଙ୍କ ପାଖରେ ମଣ୍ଡାଭୋଗ ପୂଜା କରିଥିଲେ। ସ୍ଵତନ୍ତ୍ର ନୀତି ଭାବରେ ଷୋଡଶଉପଚାର ପୂଜା, ବଡସିଂହାର, ସମୁହ ଚଣ୍ଡୀପାଠ, ବିଶ୍ଵଶାନ୍ତି ମହାଯଜ୍ଞ ରେ ଆହୂତି ପ୍ରଦାନ ସହିତ ସନ୍ଧ୍ୟାରେ ମାଆଙ୍କର ଅପୂର୍ବ ମନୋରମ ମହିସମର୍ଦ୍ଦିନୀ ବେଶ ଅନୁଷ୍ଠିତ ହେବା ପରେ, ନାଟ୍ୟମଣ୍ଡପରେ ଶୂଦ୍ରମୁନି ସାରଳା ଦାସ ଙ୍କ କୃତ ଚଣ୍ଡି ପୁରାଣ ପାଠ, ରାତ୍ର ୧୦ ଟା ବେଳେ ସମ୍ପୂର୍ଣ ସୁନାବେଶରେ ମାଆ ଭକ୍ତମାନଙ୍କୁ ଦର୍ଶନ ଦେଇଥିଲେ। ପରେ ପରେ ମାଆ ଦାଣ୍ଡଯାତ୍ରା ରେ ବିଜେ କରିବା ପରେ, କାଳୀକା ନୃତ୍ୟ ପୀଠ ପରିକ୍ରମା କରିଥିଲା । ଦାଣ୍ଡଯାତ୍ରାରେ ମାଆ ପ୍ରାଚୀନ ପୀଠ ସ୍ଥଳି ବଡ଼ଶାରୋଳ ଗ୍ରାମର ଲଣ୍ଡାଦେଉଳ ରୁ ଫେରିବା ପରେ, ମନ୍ଦିର ସୌଧ କରାଯାଇ, ବିଦ୍ୟୁତ୍ ସରବରାହ ବନ୍ଦ କରାଯାଇ ଥିଲା ଓ ସନ୍ଧିପୂଜା ବସିଥିଲା। ପୁର୍ବରୁ ଏହି ସନ୍ଧିପୂଜା ସମୟରେ ଏକ ଜୀବନ୍ତ ମହିଶ କୁ ବଳି ଦିଆ ଯାଉଥିଲା। ମାତ୍ର ୧୯୪୬ ମସିହାରେ ତିର୍ତ୍ତୋଲ ର ପୂର୍ବତନ ବିଧାୟକ ତଥା ସର୍ବଭାରତୀୟ ଶ୍ରମିକ ନେତା, ସ୍ଵାଧୀନତା ସଂଗ୍ରାମୀ ନିଶାମଣି ଖୁଣ୍ଟିଆ ଙ୍କ ଗଣ ଆନ୍ଦୋଳନ ଫଳରେ ଏହି କୁ ପ୍ରଥା ବିଲୁପ୍ତ ହୋଇ ଯାଇଛି। ପଶୁ ବଳି ପରିବର୍ତ୍ତେ ଏକ୍ ବଳିପଣା ହାଣ୍ଡି ସହିତ ୧୦୮ ପ୍ରକାରର ସୁମିଷ୍ଟ ଭୋଗ ଅର୍ପଣ କରାଯାଇ ଥିଲା ପ୍ରାତଃ ସମୟରେ ଷୋଳଦିନ ଚାଲିଥିବା ବିଶ୍ଵଶାନ୍ତି ମହାଯଜ୍ଞ ରେ ପୂର୍ଣ୍ଣାହୁତି ପ୍ରଦାନ ସହିତ ସନ୍ଧିପୂଜାର ମଧ୍ଯ ପରିସମାପ୍ତି ହୋଇ ଯାଇଛି, ସେପ୍ଟେମ୍ବର ୩୦ ତାରିଖ ଓ ଅକ୍ଟୋବର ୧ ତାରିଖ ଦୁଇଦିନ ବିଶ୍ରାମ ପଡୁଥିବାରୁ , ମନ୍ଦିରର ସମ୍ମୁଖ ଦ୍ଵାର ବନ୍ଦ ରହିବ, ଦକ୍ଷିଣ ପଶ୍ଚିମ ଦ୍ଵାର ଦେଇ ଭକ୍ତ ମାନେ ଦର୍ଶନ ଓ ପୂଜାର୍ଚ୍ଚନା କରି ପାରିବେ ଏହା ସହିତ ନୀତି କାନ୍ତି କାନ୍ତି ମଧ୍ଯ ଯଥା ରିତିନୀତି ରେ ଅନୁଷ୍ଠିତ ହେବ। ମାତ୍ର ମାଆ ବିଶ୍ରାମ ରେ ଥିବାରୁ ନିଶବ୍ଦ ପୂଜା କରାଯିବ, କୌଣସି ଘଣ୍ଟ ଘଣ୍ଟା କାହାଳୀ ବାଦ୍ୟ ବାଦନ ହେବନାହିଁ। ଗୁରୁବାର ଦଶହରା ଦିନ ଯଜ୍ଞଶାଳl ଓ ମୁଖ୍ୟଦ୍ଵାର ରେ ବସିଥିବା ସମାର୍ଯ୍ଯନୀ କଳସ ଏକ ପଟୁଆର ମଧ୍ୟରେ ବେଢା ପରିକ୍ରମା କରିବା ପରେ ଚନ୍ଦନ ପୁଷ୍କରିଣୀ ରେ ବିସର୍ଜନ କରାଯିବା ପରେ ଏହି ଶାରଦୀୟ ଦୁର୍ଗାପୂଜା ର ପରିସ ମାପ୍ତି ହେବ ବୋଲି ଜଣାଯାଇଛି।
