ଓପିଏସ୍‌ସିରେ ୯୮ ର‌୍ୟାଙ୍କ୍ ରଖି ଅବିନାଶଙ୍କ କୃତିତ୍ୱ

ଜଗତସିଂହପୁର ଜିଲା ଖବର ରାଜ୍ୟ
Spread the love

ଝଙ୍କଡ :୨୯/୯: ଓଡ଼ିଶା ଲୋକସେବା ଆୟୋଗ ଦ୍ୱାରା ପରିଚାଳିତ ଓଡ଼ିଶା ସିଭିଲ୍ ସର୍ଭିସ୍‌-୨୦୨୩ ପରୀକ୍ଷାରେ ଜଗତସିଂହପୁର ଜିଲ୍ଲାର ଅବିନାଶ ମିଶ୍ର ୯୮ ର୍୳ ।ଙ୍କ ପାଇ ସଫଳତା ହାସଲ କରିଛନ୍ତି । ସେ କଟକ ଜିଲ୍ଲା ନେମାଳ ଅଚ୍ୟୁତାନନ୍ଦ ପୀଠ ମଙ୍ଗଳପୁର ନିବାସୀ ସଚ୍ଚିଦାନନ୍ଦ ମିଶ୍ର ଓ ଜାନକୀ ମିଶ୍ରଙ୍କ ପୁତ୍ର ଅବିନାଶ ଅଧ୍ୟବସାୟ ବଳରେ ଏହି ସଫଳତା ହାସଲ କରିଛନ୍ତି । ସେ ବର୍ତମାନ ଓଡ଼ିଶା ଲୋକସେବା ଭବନରେ ଏସ୍ଓ ଭାବେ କାର୍ଯ୍ୟରତ ଅଛନ୍ତି । ପିତା ସଚ୍ଚିଦାନନ୍ଦ ମିଶ୍ର ଅଟୋମୋବାଇଲ୍ ସେକ୍ଟରରେ କାର୍ଯ୍ୟରତ ଥିବା ବେଳେ ମାତା ଜାନକୀ ଜଣେ ସୁଗୃହିଣୀ । ଏହି ଖବର ପ୍ରଚାରିତ ହେବା ପରେ ସଚ୍ଚିଦାନନ୍ଦଙ୍କ ସହପାଠୀବର୍ଗ ଜଗତସିଂହପୁର ଜିଲ୍ଲା ଝଙ୍କଡ଼ ପ୍ରଗଣାର ସାରଦା ଏକାଡେମୀ ପୁରାତନ ଛାତ୍ର ସଂଘ ସ୍ମୃତିଗୌରବ-୮୧ର ସଭାପତି ତଥା ଜଳସେଚନ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଭକ୍ତରଂଜନ ମହାନ୍ତି, ସମ୍ପାଦକ ସମରେନ୍ଦ୍ର ସାହୁ, ପାରଳାମହାରାଜା କଲେଜର ଅଧ୍ୟକ୍ଷ ଚିତ୍ତରଂଜନ ମହାନ୍ତି, ସାମ୍ବାଦିକ ଭୈରବ ବ୍ରହ୍ମା, ଜୟଶ୍ରୀ ମହାନ୍ତି, ଅକ୍ଷୟ ତାରେଣିଆ, ଦିଲୀପ ଦାସ, ଗୋପବନ୍ଧୁ କୁଅଁର, ଅଞ୍ଜଳି ରାଉତ, ବିଭୁତିଭୂଷଣ ପଣ୍ଡା, କୁଞ୍ଜଲତା ବିଶ୍ୱାଳ, ସକୁନ୍ତଳା ଦାସ, ନିର୍ମଳା ବିଶ୍ୱାଳ, ରଂଜନ ମହାନ୍ତି, ଯଶୋବନ୍ତୀ ପଣ୍ଡାକୁନ୍ତଳା ଦାଶ, ଅଭୟ ସାହୁ ଓ ଅନ୍ୟମାନେ ଅବିନାଶଙ୍କ ପରିବାରକୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇବା ସହ ତାଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି ।

Leave a Reply

Your email address will not be published. Required fields are marked *