ଦିଲ୍ଲୀ ମନ୍ତ୍ରୀ ଆତିଶୀଙ୍କୁ ମିଳିଲା ଆଉ ୩ ବିଭାଗ, ସଂଖ୍ୟା ୧୦ ଛୁଇଁଲା

ନୂଆଦିଲ୍ଲୀ : ମନୀଷ ସିସୋଦିଆ ଓ ସତ୍ୟେନ୍ଦ୍ର ଜୈନ ଜେଲ ଯିବା ପରେ ମନ୍ତ୍ରୀ ପଦ ପାଇଥିବା ଆପ୍‌ର ବରିଷ୍ଠ ନେତ୍ରୀ ଆତିଶୀଙ୍କୁ ଦିଲ୍ଲୀ ସରକାରରେ ଆଉ ୩ ବିଭାଗର ଅତିରିକ୍ତ ଦାୟିତ୍ୱ ମିଳିଛି। ଅର୍ଥ, ଯୋଜନା ଓ ରାଜସ୍ୱ ବିଭାଗର ମନ୍ତ୍ରୀ ଭାବେ ସେ ଦାୟିତ୍ୱ ପାଇଛନ୍ତି। ପୂର୍ବରୁ ଏହି ୩ ବିଭାଗ ଦାୟିତ୍ୱ କୈଳାସ ଗେହଲଟଙ୍କ ପାଖରେ ଥିଲା। କିନ୍ତୁ ଆଜି ଆତିଶୀଙ୍କୁ ଏହି ବିଭାଗ ଗୁଡ଼ିକର ଅତିରିକ୍ତ ଦାୟିତ୍ୱ ହସ୍ତାନ୍ତର କରାଯାଇଛି। ଏହାକୁ […]

ସଂପୂର୍ଣ୍ଣ ପଢନ୍ତୁ

ମେଟ୍ରୋରେ ଯାତ୍ରା କଲେ, ଲୋକଙ୍କ ସହ କଥା ହେଲେ ମୋଦି

ନୂଆଦିଲ୍ଲୀ : ଦିଲ୍ଲୀ ମେଟ୍ରୋରେ ଶୁକ୍ରବାର ଯାତ୍ରା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେ ମେଟ୍ରୋ ଯୋଗେ ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ପହଞ୍ଚି, ସେଠାରେ ଶିକ୍ଷାନୁଷ୍ଠାନର ୧୦୦ ବର୍ଷ ପୂର୍ତ୍ତି ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ ମୋଦି ମୁଖ୍ୟ ଅତିଥି ଭାବେ ସାମିଲ ହୋଇ ନିଜର ଅଭିଭାଷଣ ରଖିଛନ୍ତି। ତେବେ ଦିଲ୍ଲୀ ବିଶ୍ୱବିଦ୍ୟାଳୟକୁ ପ୍ରଧାନମନ୍ତ୍ରୀ ମୋଦି ମେଟ୍ରୋରେ ଯାଇଛନ୍ତି। ସେ ମେଟ୍ରୋରେ ଯାତ୍ରା କରିବା ବେଳର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ସେ କଡ଼ା […]

ସଂପୂର୍ଣ୍ଣ ପଢନ୍ତୁ

ଗ୍ୟାଙ୍ଗଷ୍ଟର କବଳରୁ ମୁକ୍ତ କରିଥିବା ଜମିରେ ଫ୍ଲାଟ ତିଆରି କରି ୭୬ ଜଣଙ୍କୁ ବାଣ୍ଟିଲେ ଯୋଗୀ ଆଦିତ୍ୟନାଥ

ଲକ୍ଷ୍ନୌ : ଦୁର୍ଦ୍ଦାନ୍ତ ଗ୍ୟାଙ୍ଗଷ୍ଟର ତଥା ରାଜନେତା ଅତିକ୍ ଅହମଦ ଦଖଲରେ ରଖିଥିବା ଜମିରେ ବୁଲଜର ଚଲାଇ ଏହାକୁ ଅକ୍ତିଆରକୁ ନେଇଥିବା ଉତ୍ତରପ୍ରଦେଶ ଯୋଗୀ ଆଦିତ୍ୟନାଥ ସରକାର ଏଠାରେ ପ୍ରଧାନମନ୍ତ୍ରୀ ଆବାସ ଘର ତିଆରି କରି ୭୬ ଜଣ ଗରିବ ଲୋକଙ୍କୁ ଆଜି ଏହାର ଚାବି ପ୍ରଦାନ କରିଛନ୍ତି। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରୟାଗରାଜଠାରେ ନିର୍ମିତ ଏହି ପ୍ରଧାନମନ୍ତ୍ରୀ ଆବାସ ଫ୍ଲାଟ୍‌କୁ ହିତାଧିକାରୀଙ୍କ ଭିତରେ ବାଣ୍ଟିଥିଲେ। ଏହି ଅବସରରେ ଯୋଗୀ ଆଦିତ୍ୟନାଥ କହିଥିଲେ ୨୦୧୭ରେ ଏହି […]

ସଂପୂର୍ଣ୍ଣ ପଢନ୍ତୁ

କୋକା କୋଲା ପିଉଥିଲେ ସାବଧାନ, ହୋଇପାରେ କ୍ୟାନସର

ନୂଆଦିଲ୍ଲୀ :ଯଦି ଆପଣ କୋକା କୋଲା ପିଉଉଛନ୍ତି, ତା’ହେଲେ ସାବଧାନ ହୋଇଯାଆନ୍ତୁ। କାରଣ ଏହାକୁ ପିଇବା ଦ୍ୱାରା କ୍ୟାନସର ଭଳି ମାରାତ୍ମକ ରୋଗ ହୋଇପାରେ। ଡାଏଟ କୋକୋ ଠାରୁ ଆରମ୍ଭ କରି ବିଭିନ୍ନ ଖାଦ୍ୟ ପଦାର୍ଥରେ ବ୍ୟବହାର ହେଉଥିବା କୃତ୍ରିମ ମିଠା ଆସପାର୍ଟେମ୍‌ ଶରୀର ପାଇଁ ଘାତକ। ଏହି ମିଠା ଦ୍ୱାରା କ୍ୟାନସର ହେବାର ଆଶଙ୍କା ଥିବା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଆଶଙ୍କା କରିଛି। ଏଥିପାଇଁ ସଂଗଠନର କ୍ୟାନସର ରିସର୍ଚ୍ଚ ସଂସ୍ଥା ଆସପାର୍ଟେମ୍‌କୁ ବିପଦଜନକ ତାଲିକାରେ ସାମିଲ […]

ସଂପୂର୍ଣ୍ଣ ପଢନ୍ତୁ

ଦିଲ୍ଲୀ ଅଧ୍ୟାଦେଶ ଅଣସାମ୍ୱିଧାନିକ ଅଭିଯୋଗ ନେଇ ସୁପ୍ରିମ୍‌କୋର୍ଟ ଗଲା ଆପ୍‌

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀରେ ପ୍ରଶାସନିକ ସେବା ଉପରେ ନିୟନ୍ତ୍ରଣ ରଖିବା ପାଇଁ କେନ୍ଦ୍ର ସରକାରଙ୍କ ଅଧ୍ୟାଦେଶ ବିରୋଧରେ ଆଜି ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିୱାଲଙ୍କ ଆପ୍‌ ଦଳ ସୁପ୍ରିମ୍‌କୋର୍ଟ ଯାଇଛି। ସରକାରଙ୍କ ଅଧ୍ୟାଦେଶ ବେଆଇନ ବୋଲି ସୁପ୍ରିମ୍‌କୋର୍ଟରେ ଆପ୍‌(ଆମ ଆଦମୀ ପାଟିଁ) ପିଆଇଏଲ୍ ଫାଇଲ୍‌ କରିଛି। ଏହି ଅଧ୍ୟାଦେଶକୁ ଅକାମୀ କରିବାକୁ କୋର୍ଟରେ ନିବେଦନ କରିଛି। ଏହି ଅଧ୍ୟାଦେଶ ସଂଘୀୟ ଗଣତନ୍ତ୍ରକୁ ଧ୍ୱଂସ କରିଦେବ ବୋଲି ଆପ୍‌ର ନେତା ଓ କେଜ୍ରିୱାଲ ବାରମ୍ବାର ସମାଲୋଚନା ସହ […]

ସଂପୂର୍ଣ୍ଣ ପଢନ୍ତୁ

ଶ୍ରୀଜିଉଙ୍କ ଅଧରପଣା ନୀତି ସଂପନ୍ନ

ପୁରୀ: ଶ୍ରୀଜିଉଙ୍କୁ ଲାଗି ହେଲା ଅଧର ପଣା । ତିନି ରଥ ଉପରେ ଭଙ୍ଗାଗଲା ଅଧର ହାଣ୍ଡି । ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ପଣାକୁ ଶ୍ରୀବିଗ୍ରହଙ୍କ ଅଧର ପର୍ଯ୍ୟନ୍ତ ନିର୍ମିତ ତିନିଟି ଲେଖାଏଁ ତୁମ୍ଭାକାର ହାଣ୍ଡିରେ ପ୍ରସ୍ତୁତ କରାଯାଇଥିଲା । ସିଂହଦ୍ୱାର ସମ୍ମୁଖ ଛାଉଣୀମଠର କୂଅରୁ ପାଣିଆ ଆପଟ ସେବକମାନେ ବାଘମୁଖା ପିନ୍ଧି ପଣା ପାଇଁ ପାଣି ଯୋଗାଇଥିଲେ । ପରେ ପତ୍ରିବଡୁ, ସୁଆର ବଡ଼ୁ, ଗରାବଡୁ ସେବକ ତିନିରଥରେ ପଣା ପ୍ରସ୍ତୁତ କରିବା ସହ ପୂଜାପଣ୍ଡା […]

ସଂପୂର୍ଣ୍ଣ ପଢନ୍ତୁ

ଗୁଜୁରାଟରେ ବର୍ଷା ଆଣିଲା ବିତ୍ପାତ, ୨ ଦିନରେ ନେଲେଣି ୯ ଜୀବନ

ଗାନ୍ଧୀନଗର : ଗୁଜୁରାଟରେ ବର୍ଷା ଆଣିଲା ବିତ୍ପାତ, ୨ ଦିନ ଭିତରେ ୯ ଜୀବନ ନେଲେଣି। ସୂଚନା ମୁତାବକ ଗତ ୩୦ ଘଣ୍ଟା ଭିତରେ ଏଠାରେ ପ୍ରାୟ ୨୦୦ ମିଲିମିଟର ବର୍ଷା ହୋଇଛି। ମୂଷଳ ଧାରା ବର୍ଷା ଯୋଗୁ ବହୁ ଅଞ୍ଚଳ ଜଳମଗ୍ନ ହୋଇଯାଇଛି। ଆସନ୍ତା ଶନିବାର, ରବିବାର ଓ ସୋମବାର ମଧ୍ୟ ଏଠାରେ ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି। ଜୁନାଗଡ଼, ଜାମନଗର, ମୋରବି, କଚ୍ଛ, ସୁରଟ, ତାପି […]

ସଂପୂର୍ଣ୍ଣ ପଢନ୍ତୁ

ବଢିଲା ସ୍ବଳ୍ପ ସଂଚୟ ସ୍କିମର ସୁଧହାର

ନୂଆଦିଲ୍ଲୀ : କ୍ଷୁଦ୍ର ସଞ୍ଚୟ ଯୋଜନା ଗୁଡ଼ିକରେ ନିବେଶ କରୁଥିବା ନାଗରିକଙ୍କୁ ସରକାର ଖୁସି ଖବର ଆଣିଦେଇଛନ୍ତି । ଚଳିତ ଆର୍ଥିକ ବର୍ଷର ଦ୍ବିତୀୟ ତ୍ରୟମାସ ପାଇଁ ସରକାର କେତେକ ସ୍ବଳ୍ପ ସଂଚୟ ଯୋଜନା ଉପରେ ସୁଧ ହାର ୦.୩ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ସରକାର ୨ ବର୍ଷିଆ ଡାକଘର ଜମା ଉପରେ ୦.୧୦ ପ୍ରତିଶତ ବୃଦ୍ଧି ଘୋଷଣା କରିଥିବା ବେଳେ ୫ ବର୍ଷର ରିକରିଂ ଡିପୋଜିଟ୍ ଉପରେ ୦.୩୦ ପ୍ରତିଶତ ବୃଦ୍ଧି ଘୋଷଣା କରିଛନ୍ତି। […]

ସଂପୂର୍ଣ୍ଣ ପଢନ୍ତୁ

ଟ୍ୱିଟରକୁ ଝଟକା ଦେଲେ କର୍ଣ୍ଣାଟକ ହାଇକୋର୍ଟ, ସରକାରଙ୍କ ନିର୍ଦ୍ଦେଶ ନ ମାନିବାରୁ ଦେବ ୫୦ ଲକ୍ଷ ଟଙ୍କାର ଜରିମାନା

ବେଙ୍ଗାଲୁରୁ: କର୍ଣ୍ଣାଟକ ହାଇକୋର୍ଟ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ୱିଟରକୁ ଏକ ବଡ଼ ଝଟକା ଦେଇଛନ୍ତି। ଟ୍ୱିଟରର ଆବେଦନକୁ ଖାରଜ କରି କୋର୍ଟ କହିଛନ୍ତି ଯେ ବର୍ଷେ ଧରି କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ପାଳନ ନକରିବାରୁ ୫୦ ଲକ୍ଷ ଟଙ୍କାର ଜରିମାନା ଦେବାକୁ ପଡିବ | ମିଳିଥିବା ସୂଚନା ମୁତାବକ ଫେବୃଆରୀ ୨୦୨୧ ରୁ ୨୦୨୨ ପର୍ଯ୍ୟନ୍ତ କେନ୍ଦ୍ର ସରକାର ଟ୍ୱିଟରକୁ କିଛି ଆକାଉଣ୍ଟ ବନ୍ଦ କରିବା ସହିତ ଅନେକ ନିର୍ଦ୍ଦେଶ ଦେଇଥିଲେ, କିନ୍ତୁ ଟ୍ୱିଟର ଏହି ନିର୍ଦ୍ଦେଶ […]

ସଂପୂର୍ଣ୍ଣ ପଢନ୍ତୁ

ରାଜ୍ୟର ବିଭିନ୍ନ ଜିଲ୍ଲାରେ ଜୁଲାଇ ୩ ଓ ୪ରେ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର: ଭିଜିବ ଓଡ଼ିଶା । ଜୁଲାଇ ୩ରୁ ହେବ ପ୍ରବଳ ବର୍ଷା । ରାଜ୍ୟର ବିଭିନ୍ନ ଜିଲ୍ଲାରେ ଜୁଲାଇ ୩ ଓ ୪ରେ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗ ୟେଲୋ ୱାର୍ଣ୍ଣିଂ ଜାରି କରିଛି । ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ, ୨ ତାରିଖରେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ମୟୂରଭଞ୍ଜ, କେନ୍ଦୁଝର, ଖୋର୍ଦ୍ଧା, ପୁରୀ, ନୟାଗଡ଼ ଓ ଢେଙ୍କାନାଳ ଜିଲ୍ଲାରେ ଘଡ଼ଘଡ଼ି ବର୍ଷା ହେବ । ଏସବୁ ଜିଲ୍ଲାକୁ ୟେଲୋ […]

ସଂପୂର୍ଣ୍ଣ ପଢନ୍ତୁ