ଗୋବିନ୍ଦପୁର ପଞ୍ଚାୟତରେ ଆମବ୍ୟାଙ୍କର ଉଦଘାଟନ

ଝଙ୍କଡ଼  :  ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଗୋବିନ୍ଦପୁର ପଞ୍ଚାୟତରେ ଗତ ଗୁରୁବାର ଦିନ ଅପରାହ୍ନରେ  ସରପଞ୍ଚ ଶୁଭଶ୍ରୀ ନାୟକ ଙ୍କ ଦ୍ଵାରା  ପଞ୍ଚାୟତକାର୍ଯ୍ୟାଳୟ ପରିସରରେ , ଆମ ବ୍ୟାଙ୍କ କାର୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି । ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏହି କାର୍ଯ୍ୟକ୍ରମକୁ ଭର୍ଚୁଆଲ ଉଦଘାଟନ କରିବା ପରେ , ୟୁକୋ ବ୍ୟାଙ୍କର ଏକ ଶାଖା କୁ ଲୋକାର୍ପଣ କରଯାଇଥିଲା । ଏହି ଉପଲକ୍ଷେ ଆୟୋଜିତ ସମାବେଶରେ ବହୁ ସଂଖ୍ୟକ ଏସ ଏସ ଜି ମହିଳା, ଆଶା […]

ସଂପୂର୍ଣ୍ଣ ପଢନ୍ତୁ

ଦ୍ୱିତୀୟ ପର୍ଯ୍ୟାୟରେ ୨୮୮ ବ୍ଲକର ୨୦୦୦ ଗ୍ରାମ ପଞ୍ଚାୟତରେ ଖୋଲିଲା ‘ଆମ ବ୍ୟାଙ୍କ’

ଭୁବନେଶ୍ବର: ମୁଁ ଚାହେଁ କେହି ଜଣେ ବି ହିତାଧିକାରୀ ସରକାରୀ ସହାୟତା ପାଇବାରେ ହଇରାଣ ନ ହୁଅନ୍ତୁ। ଏଥି ପାଇଁ ‘ଆମ ବ୍ୟାଙ୍କ’ ଖୋଲା ଯାଉଛି। ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟରେ ଆଜି ୨୮୮ ବ୍ଲକର ୨୦୦୦ ଗ୍ରାମ ପଞ୍ଚାୟତରେ ‘ଆମ ବ୍ୟାଙ୍କ’ର ଶୁଭାରମ୍ଭ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା କହିଛନ୍ତି। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆଜି ବ୍ୟାଙ୍କ ଜନସେବାର ଗୁରୁତ୍ୱପୂର୍ଣ୍ଣ କେନ୍ଦ୍ରରେ ପରିଣତ ହୋଇଛି। ସମସ୍ତ ସରକାରୀ ସୁବିଧା ସିଧା ସଳଖ ହିତାଧିକାରୀଙ୍କ ବ୍ୟାଙ୍କ ଖାତାରେ […]

ସଂପୂର୍ଣ୍ଣ ପଢନ୍ତୁ

ବିଶୃଙ୍ଖଳିତ ଆଚରଣ ମହଙ୍ଗା ପଡ଼ିଲା; ବହିଷ୍କୃତ ହେଲେ ଭିସୁଟ ଅଧ୍ୟାପକ

ସମ୍ବଲପୁର : ବିଶୃଙ୍ଖଳିତ ଆଚରଣ ପାଇଁ ଚାକିରିରୁ ବହିଷ୍କୃତ ହେଲେ ବୁର୍ଲା ଭିସୁଟର ସହକାରୀ ଅଧ୍ୟାପକ । ଇଲେକ୍ଟ୍ରିକାଲ୍ ଇଞ୍ଜିନିୟରିଂ ବିଭାଗର ସହକାରୀ ଅଧ୍ୟାପକ ଶିବ ପ୍ରସାଦ ପାଣିଗ୍ରାହୀଙ୍କୁ ବାହାରର ରାସ୍ତା ଦେଖାଇଛନ୍ତି ଭିସୁଟ କର୍ତ୍ତୃପକ୍ଷ । ବିଶ୍ୱବିଦ୍ୟାଳୟର ବୋର୍ଡ ମ୍ୟାନେଜମେଣ୍ଟ ବୈଠକ ପରେ ଏହି ପଦକ୍ଷପ ଗ୍ରହଣ କରାଯାଇଛି। ସହକାରୀ ଅଧ୍ୟାପକ ଶିବ ପ୍ରସାଦ ପାଣିଗ୍ରାହୀ ସୋଶାଲ ମିଡିଆରେ ଭିସୁଟ କର୍ତ୍ତୃପକ୍ଷଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ନିନ୍ଦନୀୟ ଆଚରଣ କରିବା ନେଇ ଭିଡିଓ […]

ସଂପୂର୍ଣ୍ଣ ପଢନ୍ତୁ

ମାର୍ଚ୍ଚ ୫ରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର: ମାର୍ଚ୍ଚ ୫ ତାରିଖରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏନେଇ ରାଜ୍ୟ ବିଜେପି ସହପ୍ରଭାରୀ ଲତା ଉସେଣ୍ଡି ଆଜି ଏହି ସୂଚନା ଦେଇଛନ୍ତି। ହେଲେ ଏ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀଙ୍କ କୌଣସି କାର୍ଯ୍ୟସୂଚୀ ପ୍ରସ୍ତୁତ ହୋଇନାହିଁ ବୋଲି ସେ କହିଛନ୍ତି। ସୂଚନା ଅନୁଯାୟୀ, ମାର୍ଚ୍ଚ ୫ ତାରିଖରେ ପ୍ରଧାନମନ୍ତ୍ରୀ ଦିନିକିଆ ଓଡ଼ିଶା ଗସ୍ତରେ ଆସିବେ। ଏହି ଗସ୍ତ ସମୟରେ ଚଣ୍ଡିଖୋଲ ଯିବାର କାର୍ଯ୍ୟକ୍ରମ ରହିଛି। ସେଠାରେ ଏକ ସାଧାରଣ ସଭାରେ ମୋଦି ଉଦବୋଧନ ଦେବେ। ଏହାସହ […]

ସଂପୂର୍ଣ୍ଣ ପଢନ୍ତୁ

ଆବାସିକ ବିଦ୍ୟାଳୟ ଓ ହଷ୍ଟେଲରେ ଜଳିବନି କାଠ; ରୋଷେଇଶାଳରେ ସଂଯୋଗ ହେବ ଏଲ୍‌ପିଜି ସିଲିଣ୍ଡର

ଭୁବନେଶ୍ୱର: ରାଜ୍ୟ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ଅଧୀନରେ ଥିବା ସମସ୍ତ ଆବାସିକ ବିଦ୍ୟାଳୟ ଓ ହଷ୍ଟେଲଗୁଡ଼ିକ ପରିବେଶ ଅନୁକୂଳ ହେବ। ଏଥି ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି। ସମସ୍ତ ଆବାସିକ ବିଦ୍ୟାଳୟ ତଥା ହଷ୍ଟେଲଗୁଡ଼ିକରେ ଆଉ କାଠ ଚୂଲି ବ୍ୟବହାର ହେବ ନାହିଁ। କାଠ ବଦଳରେ ଏଲ୍‌ପିଜି ସଂଯୋଗ କରାଯିବ। ବିଭାଗ ଦ୍ୱାରା ପରିଚାଳିତ ୧୭୩୬ଟି ଆବାସିକ ବିଦ୍ୟାଳୟ ଏବଂ ଅନ୍ୱେଷା ଓ ଆକାଂକ୍ଷା କାର୍ଯ୍ୟକ୍ରମ ଅଧିନରେ ପରିଚାଳିତ ପ୍ରାୟ ୬୦୦୦ […]

ସଂପୂର୍ଣ୍ଣ ପଢନ୍ତୁ

ବୋରିଗୁମ୍ମାର ପୋଖରୀରେ ବୁଡ଼ିଗଲେ ଉତ୍ତର ପ୍ରଦେଶର ଯୁବକ

ବୋରିଗୁମ୍ମା: କୋରାପୁଟ ଜିଲ୍ଲା ‌ବୋରିଗୁମ୍ମା ଥାନା ଝିଲିମିଲ ନିକଟସ୍ଥ ଏକ ପୋଖରୀରେ ବୁଡ଼ି ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତ ଯୁବକ ହେଉଛନ୍ତି ତେଜ ସିଂ। ସେ ଉତ୍ତରପ୍ରଦେଶ ନିବାସୀ ବୋଲି ଜଣାପଡ଼ିଛି। ସୂଚନା ଅନୁସାରେ ତେଜ୍‌ ସିଂ ହେଉଛନ୍ତି ଉତ୍ତର ପ୍ରଦେଶର ମୂଳ ନିବାସୀ। ସେ ଅନ୍ୟମାନଙ୍କ ସହିତ ଆସି ବୋରିଗୁମ୍ମାରେ ରହୁଥିଲେ। ଏହି ଅଞ୍ଚଳରେ ସାଇକେଲରେ ‌ଜିନିଷପତ୍ର ବିକ୍ରି କରି ପେଟ ପୋଷୁଥିଲେ। ଆଜି ପୋଖରୀରେ ଗାଧୋଇବା ସମୟରେ ହଠାତ ତାଙ୍କର ଗୋଡ଼ ଖସିଯାଇଥିଲା। […]

ସଂପୂର୍ଣ୍ଣ ପଢନ୍ତୁ

ବିଜେପିରେ ମିଶିଲେ ବାହୁବଳୀ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ

ଭୁବନେଶ୍ୱର: ଶେଷରେ ସବୁ ଚର୍ଚ୍ଚା-ଆଲୋଚନାରେ ପୂର୍ଣ୍ଣଛେଦ ପକାଇ ବିଜେପିରେ ଯୋଗ ଦେଇଛନ୍ତି ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ | ପ୍ରଶାନ୍ତଙ୍କୁ ଉତ୍ତରୀୟ ସହ ଟୋପି ପିନ୍ଧାଇ ଦଳକୁ ସ୍ୱାଗତ କରିଛନ୍ତି ରାଜ୍ୟ ସହ ପ୍ରଭାରୀ ଲତା ଉସେଣ୍ଡି | ଏହି ମିଶ୍ରଣ ପର୍ବରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଉପସ୍ଥିତ ଥିବାବେଳେ ପ୍ରଶାନ୍ତଙ୍କ ସହ ଜିଲ୍ଲାପରିଷଦ ସଦସ୍ୟ ତଥା ବିଜେଡିର ବ୍ଲକ ସଭାପତି ଅନାଦି ସାହୁ, ବିଜେଡି ନେତା ଭବାନୀ ଜଗଦ୍ଦେବ ମହାପାତ୍ର, ବିଜେଡି ଖୋର୍ଦ୍ଧା ଜିଲ୍ଲା […]

ସଂପୂର୍ଣ୍ଣ ପଢନ୍ତୁ

ଉତ୍କଳ ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀ ଦେଶ-ବିଦେଶରେ ସୁନାମ ଆଣିଛନ୍ତି: ରାଷ୍ଟ୍ରପତି

ଭୁବନେଶ୍ବର: ଉତ୍କଳ ବିଶ୍ବବିଦ୍ୟାଳୟ ଦେଶର ଗୁରୁତ୍ବପୂର୍ଣ୍ଣ ଶିକ୍ଷାନୁଷ୍ଠାନଗୁଡ଼ିକ ମଧ୍ୟରୁ ଅନ୍ୟତମ। ଏହି ବିଶ୍ବବିଦ୍ୟାଳୟରେ ଛାତ୍ରୀଙ୍କ ସଂଖ୍ୟା ଅଧିକ ଥିବା ଜାଣି ଖୁସି ଲାଗୁଛି। ଛାତ୍ରୀମାନେ ପୂର୍ବରୁ ପଛରେ ଥିଲେ, ଏବେ ସେମାନେ ଆଗକୁ ବଢୁଛନ୍ତି। ସେମାନେ ଜାଗ୍ରତ ହୋଇଛନ୍ତି। ସେମାନଙ୍କ ପାଖରେ ଥିବା ଶକ୍ତି ବଢ଼ିଛି। ଦେଶକୁ ଆଗେଇ ନେବାରେ ଅର୍ଥାତ ଆର୍ଥିକ, ସାମାଜିକ ଅଗ୍ରଗତି କ୍ଷେତ୍ରରେ ଛାତ୍ରୀମାନଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିବ। ଉତ୍କଳ ବିଶ୍ବବିଦ୍ୟାଳୟର ୫୩ତମ ସମାବର୍ତ୍ତନ ଉତ୍ସବରେ ଯୋଗଦେଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହା […]

ସଂପୂର୍ଣ୍ଣ ପଢନ୍ତୁ

ରତ୍ନଭଣ୍ଡାର ଅଳଙ୍କାର ତଦାରଖ ପାଇଁ ଗଠନ ହେଲା କମିଟି; ଜଷ୍ଟିସ ପଶାୟତ ଅଧ୍ୟକ୍ଷ

ଭୁବନେଶ୍ବର : ଶ୍ରୀମନ୍ଦିର ରତ୍ନଭଣ୍ଡାର ଅଳଙ୍କାରର ତାଲିକା ପ୍ରସ୍ତୁତିର ତଦାରଖ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କମିଟି ଗଠନ କରିଛନ୍ତି। ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ଅରିଜିତ୍ ପଶାୟତ ଅଧ୍ୟକ୍ଷତାରେ କମିଟି ଗଠନ କରାଯାଇଛି। ଏହି କମିଟିରେ ଅଧ୍ୟକ୍ଷଙ୍କ ସହ ରହିଛନ୍ତି ମୋଟ ୧୨ ଜଣ ସଦସ୍ୟ। କମିଟିରେ ପ୍ରସିଦ୍ଧ ହୃଦରୋଗ ବିଶେଷଜ୍ଞ ଡାକ୍ତର ରମାକାନ୍ତ ପଣ୍ଡାଙ୍କୁ ଉପାଧ୍ୟକ୍ଷ ଭାବେ ଦାୟିତ୍ୱ ଦିଆଯାଇଛି। ସେହିପରି କମିଟିରେ ଆଲ୍ଲାହାବାଦ ବ୍ୟାଙ୍କର ପୂର୍ବତନ CMD ଡକ୍ଟର ବିଧୁଭୂଷଣ ସାମଲ […]

ସଂପୂର୍ଣ୍ଣ ପଢନ୍ତୁ

ସ୍ୱାସ୍ଥ୍ୟ ବିଭାଗର ୬ ପ୍ରସ୍ତାବ ସମେତ ୮ ପ୍ରସ୍ତାବକୁ କ୍ୟାବିନେଟ୍ ମଞ୍ଜୁରୀ

ଭୁବନେଶ୍ବର :ରାଜ୍ୟ କ୍ୟାବିନେଟର ଆଜି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସି ସ୍ୱାସ୍ଥ୍ୟ ବିଭାଗର ୬ଟି ପ୍ରସ୍ତାବ ସମେତ ମୋଟ ୮ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି । ଜଳସମ୍ପଦ, ମହିଳା ଓ ଶିଶୁ ବିକାଶ ବିଭାଗର ଗୋଟିଏ ଲେଖାଏଁ ପ୍ରସ୍ତାବ ଏଥିରେ ସାମିଲ ଅଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ସନ୍ଧ୍ୟାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍ ବୈଠକ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ରାଜ୍ୟ ମୁଖ୍ୟ ସଚିବ ପ୍ରଦୀପ କୁମାର ଜେନା କହିଛନ୍ତି ଯେ, ଆଜି […]

ସଂପୂର୍ଣ୍ଣ ପଢନ୍ତୁ