ଝଙ୍କଡ଼ : ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଗୋବିନ୍ଦପୁର ପଞ୍ଚାୟତରେ ଗତ ଗୁରୁବାର ଦିନ ଅପରାହ୍ନରେ ସରପଞ୍ଚ ଶୁଭଶ୍ରୀ ନାୟକ ଙ୍କ ଦ୍ଵାରା ପଞ୍ଚାୟତକାର୍ଯ୍ୟାଳୟ ପରିସରରେ , ଆମ ବ୍ୟାଙ୍କ କାର୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି । ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏହି କାର୍ଯ୍ୟକ୍ରମକୁ ଭର୍ଚୁଆଲ ଉଦଘାଟନ କରିବା ପରେ , ୟୁକୋ ବ୍ୟାଙ୍କର ଏକ ଶାଖା କୁ ଲୋକାର୍ପଣ କରଯାଇଥିଲା । ଏହି ଉପଲକ୍ଷେ ଆୟୋଜିତ ସମାବେଶରେ ବହୁ ସଂଖ୍ୟକ ଏସ ଏସ ଜି ମହିଳା, ଆଶା କର୍ମୀ ଙ୍କ ସମେତ ସ୍ଥାନୀୟ ଅଞ୍ଚଳର ଅଧିବାସୀ ମାନେ ଯୋଗଦେଇ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ। ସମାଜସେବୀ ଭାସ୍କର ଚନ୍ଦ୍ର ନାୟକ ଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଆୟୋଜିତ ଏହି ସଭାରେ ରମାକାନ୍ତ ରାଉଳ ମଞ୍ଚ ପରିଚାଳନା କରିଥିବା ବେଳେ, ସମ୍ମାନୀତ ଅତିଥି ଭାବେ ସୂର୍ଯ୍ୟକାନ୍ତ କାନୁନଗୋ, ଶଶି ଭୂଷଣ ଦାଶ , ବିମଳେନ୍ଦୁ ନନ୍ଦ , ପ୍ରବୋଧ କାନୁନଗୋ , ବିମଳେନ୍ଦୁ ଲେଙ୍କା ପ୍ରମୁଖ ଯୋଗଦେଇ ନବୀନ ସରକାର , ଗ୍ରାମ୍ୟାଞ୍ଚଲ୍ ର ଅଧିବାସୀ ମାନଙ୍କ ଅର୍ଥନୈତିକ ଅଭିବୃଦ୍ଧି ପାଇଁ ଏହି ଯୁଗାନ୍ତକାରୀ ଆମ ବ୍ୟାଙ୍କ୍ ର ଆବଶ୍ୟକତା ଉପରେ ତଥ୍ୟଭିତ୍ତିକ ବକ୍ତବ୍ୟ ପ୍ରଦାନ କରିଥିଲେ।
ଜି ଆର୍ ଏସ ଶୁଭେନ୍ଦୁ ପଣ୍ଡା, ଏମ ବି କେ ମାମିନା ତାରିଣୀଆ ଙ୍କ ସମେତ ୟୁକୋ ବ୍ୟାଙ୍କ ମ୍ୟାନେଜର ମାନସ ରଞ୍ଜନ ପାତ୍ର , ବ୍ୟାଙ୍କମିତ୍ର ଭବାନୀ ଶଙ୍କର ସ୍ଵାଇଁ ଓ ସହକାରୀ ଜୟଶ୍ରୀ ସ୍ୱାଇଁ ପ୍ରମୁଖ ଏହି ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିବା କ୍ଷେତ୍ରରେ ସକ୍ରିୟ ସହଯୋଗ କରିଥିବାର ଦେଖିବାକୁ ମିଳିଥିଲା |