Cm Mohan

ଆଦିବାସୀଙ୍କ ସମ୍ପତ୍ତି ହସ୍ତାନ୍ତର ନିଷ୍ପତ୍ତି ପ୍ରସ୍ତାବ ନାମଞ୍ଜୁର, ତର୍ଜମା ହେବ ପେସା ଚିଠା ରୁଲ୍

ଭୁବନେଶ୍ବର : ଆଦିବାସୀଙ୍କ ଜମିକୁ ଅଣଆଦିବାସୀଙ୍କୁ ହସ୍ତାନ୍ତର କରିବା ପାଇଁ ବିଜେଡି ସରକାର ଅମଳରେ ହୋଇଥିବା ତ୍ରୁଟିକୁ ସୁଧାରିଛନ୍ତି ବିଜେପି ସରକାର । ଏହାସହିତ ପେସା ଆଇନ-୧୯୯୬ର ଡ୍ରାଫ୍ଟ ରୁଲ ଉପରେ ଅଧିକ ତର୍ଜମା କରାଯିବାକୁ ମଧ୍ୟ ନିଷ୍ପତ୍ତି ହୋଇଛି । ଆସନ୍ତା ୫ତାରିଖରେ ମାଧୋ ସିଂ ହାତଖର୍ଚ୍ଚ ଯୋଜନାର ଶୁଭାରମ୍ଭ କରାଯିବ । ରାଜ୍ୟରେ ବିଜେପି ସରକାର କ୍ଷମତାକୁ ଆସିବା ପରେ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅପରାହ୍ନରେ ପ୍ରଥମ ଜନଜାତି ଉପଦେଷ୍ଟା […]

ସଂପୂର୍ଣ୍ଣ ପଢନ୍ତୁ
Nandan

୨୦୨୪ର ଶେଷ ଦିନରେ ନନ୍ଦନକାନନରେ ପ୍ରାୟ ୩୦ ହଜାର ପର୍ଯ୍ୟଟକ ବୁଲିଲେ ନନ୍ଦନକାନନ

ବାରଙ୍ଗ: ୨୦୨୪ର ଅନ୍ତିମ ଦିନରେ ନନ୍ଦନକାନନରେ ଜମିଲା ପର୍ଯ୍ୟଟକଙ୍କ ଭିଡ଼। ମଙ୍ଗଳବାର ରାଜ୍ୟ ତଥା ରାଜ୍ୟ ବାହାରୁ ନନ୍ଦନକାନନରେ ପର୍ଯ୍ୟଟକଙ୍କ ଭିଡ଼ ଲାଗିରହିଥିଲା। ସୂଚନା ଅନୁଯାୟୀ, ଚିଡ଼ିଆଖାନାକୁ ପ୍ରାୟ ୨୯ ହଜାର ୧୨୬ ଜଣ ପର୍ଯ୍ୟଟକ ବୁଲିଛନ୍ତି । ଅବଶ୍ୟ ଏହା ଗତ ବର୍ଷର ଶେଷ ଦିନରେ ଆସିଥିବା ୪୨,୮୩୨ ଜଣ ପର୍ଯ୍ୟଟକ ଠାରୁ ୧୩ ହଜାର ୭୦୬ କମ୍‌। ତଥାପି ପ୍ରାଣୀ ଉଦ୍ୟାନର ବାଘ, ଭାଲୁ, ସିଂହ, ହାତୀ, କୁମ୍ଭୀର, ଜିରାଫ୍ ଖୁଆଡ଼ ସମ୍ମୁଖରୁ ପର୍ଯ୍ୟଟକଙ୍କ […]

ସଂପୂର୍ଣ୍ଣ ପଢନ୍ତୁ
Habishyali Passes Away Inside Puri Jagannath Temple 678x430

ଆସନ୍ତା ଜାନୁଆରୀ ୨୦ ତାରିଖରୁ ଧାଡି ଦର୍ଶନ

ପୁରୀ ୩୧।୧୨: ନୂଆବର୍ଷ ଆସୁଥିବାରୁ ଶ୍ରୀମନ୍ଦିରରେ ଅସମ୍ଭାଳ ଭିଡ଼ ଦେଖିବାକୁ ମିଳିଛି । ଆସନ୍ତା ୨୦ ତାରିଖରେ ଧାଡ଼ି ଦର୍ଶନ ପ୍ରକ୍ରିୟା ଆରମ୍ଭ ହେବ ବୋଲି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି । ତେବେ ଆସନ୍ତା ୨୦ ତାରିଖ ମଧ୍ୟରେ ଧାଡ଼ି ଦର୍ଶନ ପାଇଁ ଟ୍ରାଏଲ ରନ୍ କରାଇବାକୁ ସରକାର ଚାହୁଁନାହାନ୍ତି ବୋଲି ମନ୍ତ୍ରୀ ପ୍ରକାଶ କରିଛନ୍ତି । ଏବେ ଟ୍ରାଏଲ୍ ରନ୍ କରିବା ସମ୍ଭବ ନୁହଁ ବୋଲି ମନ୍ତ୍ରୀ କହିଛନ୍ତି । ତେବେ ଶ୍ରୀମନ୍ଦିରରେ ଅସମ୍ଭାଳ ଭିଡ଼କୁ ଦୃଷ୍ଟିରେ ରଖି ବଡ଼ଦାଣ୍ଡରରୁ ଲାଗିଥିବା ଲମ୍ବା ଧାଡ଼ି କଡ଼ରେ ଫ୍ୟାନ, କୁଲର, ପିଇବା […]

ସଂପୂର୍ଣ୍ଣ ପଢନ୍ତୁ
ବପମ

ପ୍ରବାସୀ ଭାରତୀୟ ଦିବସ ସମାରୋହ: ମୁଖ୍ୟ ଅତିଥି ହେବେ ତ୍ରିନିଦାଦ ଓ ଟୋବାଗୋ ରାଷ୍ଟ୍ରପତି, ଓଡ଼ିଶା ଆସିବେ ୭ହଜାର ଅତିଥି

ଭୁବନେଶ୍ବର :ଆସନ୍ତା ୮ରୁ ୧୦ତାରିଖ ପର୍ଯ୍ୟନ୍ତ ୩ଦିନ ଧରି ଭୁବନେଶ୍ୱରର ଜନତା ମଇଦାନରେ ‘ପ୍ରବାସୀ ଭାରତୀୟ ଦିବସ’ ସମାରୋହ ପାଳିତ ହେବ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ତ୍ରିନିଦାଦ ଓ ଟୋବାଗୋ ରାଷ୍ଟ୍ରପତି କ୍ରିଷ୍ଟାଇନ୍ କାର୍ଲ କାଙ୍ଗାଲୁଙ୍କ ସମେତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଓ ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ୍ ପ୍ରମୁଖ ଯୋଗ ଦେବେ । ଏହି ସମାରୋହରେ ଦେଶବିଦେଶରୁ ପ୍ରାୟ […]

ସଂପୂର୍ଣ୍ଣ ପଢନ୍ତୁ
Cm Mohan Majhi 750x430 1

ସମ୍ପତ୍ତିରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ୨୨ରେ

ଭୁବନେଶ୍ବର : ଦେଶର ୩୧ ଜଣ ମୁଖ୍ୟମନ୍ତ୍ରୀଙ୍କ ସମ୍ପତ୍ତି ତାଲିକାର ଏକ ରିପୋର୍ଟ ପ୍ରକାଶ କରିଛି ଏଡିଆର- ଆସୋସିଏସନ୍ ଫର୍ ଡେମାକ୍ରାଟିକ୍ ରିଫର୍ମସ। ମୁଖ୍ୟମନ୍ତ୍ରୀମାନେ ସେମାନଙ୍କ ସମ୍ପତ୍ତି ଓ ଋଣକୁ ନେଇ ଦେଇଥିବା ସତ୍ୟପାଠକୁ ଆଧାର କରି ଏହି ରିପୋର୍ଟ ତିଆରି କରାଯାଇଛି। ସତ୍ୟପାଠକୁ ଦେଖିଲେ, ଦେଶର ସବୁଠାରୁ ଧନୀ ମୁଖ୍ୟମନ୍ତ୍ରୀ ହେଉଛନ୍ତି ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ। ତାଙ୍କ ପାଖରେ ସର୍ବାଧିକ ୯୩୧ କୋଟି ଟଙ୍କାର ସମ୍ପତ୍ତି ରହିଛି। ଦେଶର ଦ୍ୱିତୀୟ ଧନୀ ମୁଖ୍ୟମନ୍ତ୍ରୀ ହେଲେ […]

ସଂପୂର୍ଣ୍ଣ ପଢନ୍ତୁ
Mumbai 1735656059

ସରକାରୀ ସ୍ୱାସ୍ଥ୍ୟ ସେବାର ଆଉ ବିକଳ ଚେହେରା : ମହିଳାଙ୍କ ECG କରୁଥିଲେ ସଫେଇ କର୍ମଚାରୀ

ମୁମ୍ବାଇ : ସରକାରୀ ସ୍ୱାସ୍ଥ୍ୟ ସେବାର ଆଉ ବିକଳ ଚେହେରା ସାମ୍ନାକୁ ଆସିଛି। ମୁମ୍ବାଇର ଏକ ସରକାରୀ ହସ୍ପିଟାଲରେ ସଫେଇ କର୍ମଚାରୀ କରୁଛନ୍ତି ECG। ସଫେଇ କର୍ମଚାରୀ ଜଣଙ୍କ ଜଣେ ମହିଳାଙ୍କ ECG କରୁଥିବା ବେଳେ ତାଙ୍କୁ ହଠାତ୍‌ ଧରିଛନ୍ତି ଜଣେ ପୂର୍ବତନ ମହିଳା କର୍ପୋରେଟର। ଘଟଣାର ଭିଡିଓ ଭାଇରାଲ ହେବା ପରେ ସରକାରୀ ହସ୍ପିଟାଲ ପକ୍ଷରୁ ଜଣେ ଆସିସଷ୍ଟାଣ୍ଟ ପିଜିକସିଆନଙ୍କୁ ଇସିଜି ପାଇଁ ତରବରିଆ ଭାବେ ନିଯୁକ୍ତି କରାଯାଇଛି। ପୂରା ଘଟଣା ଡିସେମ୍ବର ୨୮ରେ ଘଟିଥିଲା। […]

ସଂପୂର୍ଣ୍ଣ ପଢନ୍ତୁ
କକପ

୨୦୨୫କୁ ନେଇ ସମାନ ଭବିଷ୍ୟବାଣୀ କରିଛନ୍ତି ବାବା ଭେଙ୍ଗା ଓ ନୋଷ୍ଟ୍ରାଡାମସ

ନୂଆଦିଲ୍ଲୀ : ବର୍ଷ ୨୦୨୫ ଆରମ୍ଭ ହେବାକୁ ଯାଉଛି। ନୂଆ ବର୍ଷକୁ ନେଇ ସମସ୍ତେ ଉତ୍ସାହିତ। ଏହାରି ଭିତରେ ସଠିକ୍ ଭବିଷ୍ୟବାଣୀ ପାଇଁ ଜଣାଶୁଣା ବାବା ଭେଙ୍ଗା ଏବଂ ନୋଷ୍ଟ୍ରାଡାମସଙ୍କର କିଛି ଭବିଷ୍ୟବାଣୀ ସମସ୍ତଙ୍କୁ ଚକିତ କରିଛି। ଆଶ୍ଚର୍ଯ୍ୟଜନକ କଥା ହେଉଛି, ଉଭୟଙ୍କ ଭବିଷ୍ୟବାଣୀରେ ଅନେକ କଥା ମେଳ ଖାଉଛି। ୨୦୨୫ରେ ମଣିଷ ସହିତ ଏଲିୟନ ସମ୍ପର୍କରେ ଆସିବେ, ଭ୍ଲାଦିମିର ପୁଟିନଙ୍କ ଉପରେ ହତ୍ୟା ଉଦ୍ୟମ ହେବ, ୟୁରୋପରେ ଆତଙ୍କବାଦୀ ଆକ୍ରମଣ ଏବଂ ରାଜା ଚାର୍ଲ୍ସଙ୍କ ପାଇଁ […]

ସଂପୂର୍ଣ୍ଣ ପଢନ୍ତୁ
India Politics

୨୦୨୪ ବର୍ଷ ଲାଗି ଭାରତୀୟ ରାଜନୀତି ପରିକ୍ରମା

ନୂଆଦିଲ୍ଲୀ : ୨୦୨୪ ବର୍ଷ ଭାରତୀୟ ରାଜନୀତି ପାଇଁ ଗୁରୁତ୍ୱପୂର୍ଣ୍ଣ ଥିଲା କାରଣ ନିର୍ବାଚନ ଆୟୋଗ ବିଶ୍ୱର ସର୍ବବୃହତ ନିର୍ବାଚନୀ ଆୟୋଜନ କରିଥିଲେ ଏବଂ ଆଗାମୀ ପାଞ୍ଚ ବର୍ଷ ପାଇଁ ଦେଶରେ କିଏ ଶାସନ କରିବ ତାହା ସ୍ଥିର କରିବା ପାଇଁ ୬୪୨ ନିୟୁତ ଲୋକ ଭୋଟ୍ ଦେଇଥିଲେ। ଏପ୍ରିଲରୁ ଜୁନ୍ ମଧ୍ୟରେ ସାତଟି ପର୍ଯ୍ୟାୟରେ ଏହି ନିର୍ବାଚନ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ହଜାର ହଜାର ସରକାରୀ କର୍ମକର୍ତ୍ତା ସାରା ଦେଶରେ ୧୦.୫ ଲକ୍ଷ ପୋଲିଂ ବୁଥ୍ […]

ସଂପୂର୍ଣ୍ଣ ପଢନ୍ତୁ
Image 1735625489

କେରଳ ନର୍ସଙ୍କ ମୃତ୍ୟୁ ଦଣ୍ଡକୁ ୟେମେନ ରାଷ୍ଟ୍ରପତିଙ୍କ ଅନୁମୋଦନ, ପ୍ରତିକ୍ରିୟା ରଖିଲା ଭାରତ

ନୂଆଦିଲ୍ଲୀ : ୟେମେନରେ ଜଣେ ନାଗରିକଙ୍କ ହତ୍ୟା ମାମଲାରେ କେରଳର ନର୍ସ ନିମିଷା ପ୍ରିୟାଙ୍କୁ ସେଠାରେ ମୃତ୍ୟୁ ଦଣ୍ଡାଦେଶ ମିଳିଛି। ନିମିଷାଙ୍କ ପରିବାର ନିଜ ଝିଅକୁ ବଞ୍ଚାଇବାକୁ ସମସ୍ତ ପ୍ରକାର ପ୍ରୟାସ କରୁଛନ୍ତି। ହେଲେ ସୋମବାର ୟେମେନ ରାଷ୍ଟ୍ରପତି ଅଲ-ଅଲିମି ନିମିଷାଙ୍କ ମୃତ୍ୟୁ ଦଣ୍ଡକୁ ଅନୁମୋଦନ କରିବା ପରେ ପରିବାରର ସବୁ ଆଶା ମଉଳି ଯାଇଛି। ଏପଟେ ଆଜି ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ନିମିଷାଙ୍କୁ ବଞ୍ଚାଇବାକୁ ତାଙ୍କ ପରିବାରକୁ ସମସ୍ତ ପ୍ରକାର ସହଯୋଗ ଯୋଗାଇ […]

ସଂପୂର୍ଣ୍ଣ ପଢନ୍ତୁ
ନପ

କନ୍ୟାକୁମାରୀଠାରେ ସମୁଦ୍ର ଉପରେ ଦେଶର ପ୍ରଥମ କାଚ ବ୍ରିଜ୍ ଉଦଘାଟିତ

ଚେନ୍ନାଇ : ତାମିଲନାଡୁର କନ୍ୟାକୁମାରୀଠାରେ ସମୁଦ୍ର ଉପରେ ଦେଶର ପ୍ରଥମ କାଚ ବ୍ରିଜ ନିର୍ମାଣ କରାଯାଇଛି। ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ ଏହି ଗ୍ଲାସ ବ୍ରିଜକୁ ଉଦଘାଟନ କରିଛନ୍ତି। ଏହି ବ୍ରିଜ ଦେଇ ପର୍ଯ୍ୟଟକମାନେ ବର୍ତ୍ତମାନ ବିବେକାନନ୍ଦ ସ୍ମାରକୀରୁ ଥିରୁଭଲ୍ଲୁଭରଙ୍କ ପ୍ରତିମୂର୍ତ୍ତି ସ୍ଥଳକୁ ପହଞ୍ଚି ପାରିବେ। ଏବେ ବିବେକାନନ୍ଦ ସ୍ମାରକୀରୁ ଥିରୁଭଲ୍ଲୁଭର୍ ପ୍ରତିମୂର୍ତ୍ତି ସ୍ଥଳକୁ ଯିବା ପାଇଁ ପର୍ଯ୍ୟଟକମାନଙ୍କୁ ଆଉ ଡଙ୍ଗାର ଆବଶ୍ୟକତା ପଡିବ ନାହିଁ। ଏହି କାଚ ବ୍ରିଜକୁ ୩୭ କୋଟି ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଛି। […]

ସଂପୂର୍ଣ୍ଣ ପଢନ୍ତୁ