କ୍ବେଟା: ଗୋଟିଏ ପଟେ ପାକିସ୍ତାନ ଭାରତର ସମ୍ଭାବ୍ୟ ଆକ୍ରମଣକୁ ନେଇ ଆଶଙ୍କିତ ଥିବାବେଳେ ଅନ୍ୟପଟେ ବଲୋଚ ବିଦ୍ରୋହୀମାନେ ପାକିସ୍ତାନ ସେନା ଉପରେ ଏକ ବଡ଼ ଆକ୍ରମଣ କରିଛନ୍ତି । ବିଏଲଏ ପକ୍ଷରୁ କ୍ୱେଟାର ମାର୍ଗତ ଅଞ୍ଚଳରେ ପାକ ସୈନିକ ଥିବା ଏକ ଟ୍ରକକୁ ଆଇଇଡି ମାଧ୍ୟମରେ ଉଡ଼ାଇଦିଆଯାଇଛି । ଏହା ଫଳରେ ୧୦ ଜଣ ପାକ୍ ସୈନ୍ୟ ମୃତ୍ୟୁବରଣ କରିଛନ୍ତି ବୋଲି କୁହାଯାଉଛି । କିନ୍ତୁ ପାକ୍ ସେନା ପକ୍ଷରୁ ଏପର୍ଯ୍ୟନ୍ତ ଏହି ମୃତ୍ୟୁସଂଖ୍ୟାକୁ ସ୍ପଷ୍ଟ କରାଯାଇନାହିଁ ।
ଏହି ଆକ୍ରମଣ ଏକ ରିମୋଟ୍-କଣ୍ଟ୍ରୋଲ୍ ଆଇଇଡି ବ୍ୟବହାର କରି କରାଯାଇଥିଲା, ଯେଉଁଥିରେ ଏକ ସେନା ଗାଡ଼ି ସମ୍ପୂର୍ଣ୍ଣ ଧ୍ୱଂସ ହୋଇଯାଇଥିଲା। ବିଏଲଏ ଆକ୍ରମଣ ପାଇଁ ଦାୟୀ ବୋଲି ନିଜେ ଏକ ବିବୃତ୍ତି ଜାରି କରିଛି।
ଏହି ଆକ୍ରମଣ ଏକ ରିମୋଟ୍-କଣ୍ଟ୍ରୋଲ୍ ଆଇଇଡି ବ୍ୟବହାର କରି କରାଯାଇଥିଲା, ଯେଉଁଥିରେ ଏକ ସେନା ଗାଡ଼ି ସମ୍ପୂର୍ଣ୍ଣ ଧ୍ୱଂସ ହୋଇଯାଇଥିଲା। ବିଏଲଏ ଆକ୍ରମଣ ପାଇଁ ଦାୟୀ ବୋଲି ଏକ ବିବୃତ୍ତି ଜାରି କରିଛି। ସଂଗଠନର ମୁଖପାତ୍ର ଜିୟାନ୍ଦ ବାଲୋଚ୍ କହିଛନ୍ତି, “ଏହି ଆକ୍ରମଣ ପାକିସ୍ତାନୀ ଦଖଲକାରୀ ସେନା ବିରୁଦ୍ଧରେ ଆମର ଚାଲିଥିବା ସଂଘର୍ଷର ଏକ ଅଂଶ। ଆକ୍ରମଣରେ ମୃତ ସୈନିକଙ୍କ ମଧ୍ୟରେ ସୁବେଦାର ଶାହଜାଦ ଅମିନ, ନାଏବ ସୁବେଦାର ଆବାସ, ସିପାହୀ ଖଲିଲ, ସିପାହୀ ଜାହିଦ, ସିପାହୀ ଖୁରମ ସଲିମ ଏବଂ ଅନ୍ୟମାନେ ଅଛନ୍ତି। ବିଏଲଏ ତାର ବିବୃତ୍ତିରେ କହିଛି, “ବାଲୋଚ୍ ଭୂମି ଦଖଲ କରୁଥିବା ସେନା ସମ୍ପୂର୍ଣ୍ଣ ଭାବରେ ନଷ୍ଟ ନହେବା ପର୍ଯ୍ୟନ୍ତ ଆମର ଅଭିଯାନ ଜାରି ରହିବ।”
ଦୁଇଦିନ ପୂର୍ବେ ବିଏଲଏ ପକ୍ଷରୁ ବେଲୋଚିସ୍ତାନର କଲାତ ଜିଲ୍ଲାର ମଙ୍ଗଚୋର ସହର ଉପରେ ଆକ୍ରମଣ କରି ତାହାକୁ ନିଜ ନିୟନ୍ତ୍ରଣକୁ ନେଇଯାଇଥିବା ଦାବି କରାଯାଇଥିଲା ।
