Image 1731675880

୮ ଘଣ୍ଟାର ଡିଜିଟାଲ ଆରେଷ୍ଟ କରି ନେଇଗଲେ ୧୦ କୋଟି ଟଙ୍କା

ସାଇବର ଠକେଇର ନୂଆ ଫଣ୍ଡା ଏବେ ଡିଜିଟାଲ ଆରେଷ୍ଟ ବା ଗିରଫଦାରୀ। ଠକମାନେ ବିଭିନ୍ନ ନିରୀହ ଲୋକଙ୍କୁ ଡିଜିଟାଲ ଆରେଷ୍ଟ ଜାଲରେ ଫସାଇ ସର୍ବସ୍ୱ ଲୁଟି ନେଉଛନ୍ତି। ଏହାର ଏକ ନିଚ୍ଛକ ଉଦାହରଣ ପୁଣି ସାମ୍ନାକୁ ଆସିଛି। ଏଥର ସାଇବର ଠକଙ୍କ ଡିଜାଟାଲ ଆରେଷ୍ଟର ଶିକାର ହୋଇ ସବୁ କିଛି ହରାଇଛନ୍ତି ଜଣେ ୭୨ ବର୍ଷୀୟ ଅବସରପ୍ରାପ୍ତ ଇଞ୍ଜିନିୟର। ଏହି ବୃଦ୍ଧଙ୍କୁ ସାଇବର ଠକମାନେ ଦୀର୍ଘ ୮ ଘଣ୍ଟା କାଳ ଡିଜିଟାଲ ଆରେଷ୍ଟ ନାଁରେ ଅଟକ ରଖିଥିଲେ। […]

ସଂପୂର୍ଣ୍ଣ ପଢନ୍ତୁ
Mkg Health Minist At Malkangiri

ଜଙ୍ଗଲ ଜମି ଉପରେ କେବଳ ଆଦିବାସୀଙ୍କର ଅଧିକାର ରହିଛି: ମନ୍ତ୍ରୀ

ମାଲକାନଗିରି: ରାଜ୍ୟ ସରକାର ମାଲକାନଗିରି ଜିଲ୍ଲା ତଥା ଏଠାରେ ବସବାସ କରୁଥିବା ଜନଜାତିଙ୍କ ସାମଗ୍ରିକ ବିକାଶ ସହ ସେମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ବଦ୍ଧ ପରିକର। ଜଙ୍ଗଲ ଜମି ଉପରେ କେବଳ ଆଦିବାସୀଙ୍କର ଅଧିକାର ରହିଛି। ଆଜି ସ୍ବାସ୍ଥ୍ୟ ବିଭାଗର ୨୪ ଟି ନୂତନ କୋଠା ନିର୍ମାଣର ଭିତ୍ତିପ୍ରସ୍ତର ସ୍ଥାପନ ସହ ମାଥିଲି ଓ ଚିତ୍ରକୋଣ୍ଡା ଉପଖଣ୍ଡ ଚିକିତ୍ସାଳୟରେ ଦୁଇଟି ଡ଼ାଏଲେସିସ ୟୁନିଟର ଶିଳାନ୍ୟାସ କରି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ […]

ସଂପୂର୍ଣ୍ଣ ପଢନ୍ତୁ
Police Van 750x430

ପରକୀୟା ପ୍ରିତି: ମାଆ ଆଗରେ ପୁଅଝିଅଙ୍କୁ ଚେଙ୍କ ଦେଲା ପ୍ରେମିକ

ଭୁବନେଶ୍ବର: ରାଜଧାନୀର ମୈତ୍ରୀ ବିହାର ଥାନା ଅନ୍ତର୍ଗତ ମହାବୀର ନଗର ବସ୍ତି ଅଞ୍ଚଳରୁ ନଜରକୁ ଆସିଛି ଛାତିଥରା ଘଟଣା। ବାପାର ଅନୁପସ୍ଥିତିରେ ମାଆ ପର ପୁରୁଷ ସହ ସମ୍ପର୍କ ରଖିଥିଲା। ଏମିତିକି ସବୁଦିନ ଘରକୁ କରୁଥିଲା ଯିବା ଆସିବା ଯୁବକଜଣକ। ହେଲେ ଏହି ସବୁକୁ ବରଦାସ୍ତ କରି ପାରିଲେନି ଭାଇ ଭଉଣୀ । ଏଘଟଣାକୁ ବିରୋଧ କରିବାରୁ ଦୁଷ୍ଟ ହେଉଥିବା ଆଳ ଦେଖାଇ ପ୍ରେମିକ ହାତରେ ଚେଙ୍କ ଦେଇଥିଲା ମାଆ। ଘଟଣା ସାମ୍ନାକୁ ଆସିବା ପରେ ପୁଲିସ […]

ସଂପୂର୍ଣ୍ଣ ପଢନ୍ତୁ
Pm Modi 1731674384

ଦିଲ୍ଲୀରୁ ବିମାନ ଆସିବା ପରେ ଫେରିଲେ ପ୍ରଧାନମନ୍ତ୍ରୀ ମୋଦି

ଝାରଖଣ୍ଡର ଦେଓଘର ଏୟାରପୋର୍ଟରେ ଦୁଇ ଘଣ୍ଟାରୁ ଅଧିକ ସମୟ ଅପେକ୍ଷା କରିବା ପରେ ଦିଲ୍ଲୀ ଫେରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦିଲ୍ଲୀରୁ ଗୋଟିଏ ସ୍ୱତନ୍ତ୍ର ବିମାନ ଦେଓଘର ଏୟାରପୋର୍ଟରେ ପହଞ୍ଚିବା ପରେ ମୋଦି ସେଥିରେ ଦିଲ୍ଲୀ ଫେରିଛନ୍ତି। ବାସ୍ତବରେ ମୋଦି ଯେଉଁ ବିମାରେ ଦେଓଘର ରାଲିକୁ ଯାଇଥିଲେ, ସେଥିରେ ସେ ଦିଲ୍ଲୀ ଫେରିବାର ଥିଲା। କିନ୍ତୁ ଉକ୍ତ ବିମାନରେ ବୈଷୟିକ ତ୍ରୁଟି ଦେଖାଯାଇଥିଲା। ଏଥିଯୋଗୁ ଭାରତୀୟ ବାୟୁ ସେନାର ଆଉ ଗୋଟିଏ ବିମାନ ମୋଦିଙ୍କୁ ଆଣିବା […]

ସଂପୂର୍ଣ୍ଣ ପଢନ୍ତୁ
Zuvay2kh2hazcaijf2yo

ମାସେ ଭିତରେ ୨ ଶହରୁ ଊର୍ଦ୍ଧ୍ବ ଚେନ୍‌ ଲୁଟେରା ଧରାପଡ଼ିଛନ୍ତି: ପିନାକ ମିଶ୍ର

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ଦିନକୁ ଦିନ ହିଂସାର ମାତ୍ରା ବଢ଼ିବାରେ ଲାଗିଛି। ଚୋରି, ଠକେଇ, ଲୁଟ୍‌, ରାହାଜାନୀ ଆଦି ଘଟଣା ବଢ଼ିଚାଲିଛି। ସେହିପରି ଘରୋଇ କଳି ଓ ପାରିବାରିକ ହିଂସା ମଧ୍ୟ ସୀମା ଅତିକ୍ରମ କରିଛି। ବ୍ରାଉନ୍‌ସୁଗାର ବ୍ୟାପର, ମଦ-ଗଂଜେଇ କାରବାର ମଧ୍ୟ କିଛି କମ୍‌ ନୁହେଁ। ସନ୍ଧ୍ୟା ପରେ ଜଣେ ମହିଳା ଏକାକୀ ଚାଲିବା ମଧ୍ୟ ସୁରକ୍ଷିତ ମନେ କରୁନାହାନ୍ତି। ରାଜଧାନୀରେ ବାରମ୍ବାର ହେଉଥିବା ଚେନ୍‌ ଲୁଟ୍‌କୁ ନେଇ ଭୁବନେଶ୍ୱର ଡିସିପି ପିନାକ ମିଶ୍ର ପ୍ରତିକ୍ରିୟା […]

ସଂପୂର୍ଣ୍ଣ ପଢନ୍ତୁ
Amit Shah 1731669576

ପ୍ରଶ୍ନ କରିଥିଲେ ଉଦ୍ଧବ ଠାକରେ, ଯାଞ୍ଚ ହେଲା ଅମିତ ଶାହଙ୍କ ହେଲିକପ୍ଟର

ମହାରାଷ୍ଟ୍ରର ହିଙ୍ଗୋଲି ଜିଲ୍ଲାକୁ ପ୍ରଚାର ପାଇଁ ଯାଇଥିବା ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ହେଲିକପ୍ଟର ଓ ଏହା ମଧ୍ୟରେ ଥିବା ବ୍ୟାଗକୁ ଯାଞ୍ଚ କରାଯାଇଛି। ନିର୍ବାଚନ ବେଳେ ଟଙ୍କା କିମ୍ବା ଅନ୍ୟାନ୍ୟ ଜିନିଷ ଲୋକଙ୍କୁ ଦେବା ଭଳି କାମ ଉପରେ ରୋକ ଲଗାଇବା ପାଇଁ ନିୟୋଜିତ ନିର୍ବାଚନ ଅଧିକାରୀମାନେ ଏପରି ଯାଞ୍ଚ କରିଛନ୍ତି। ଏହାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଥିବା ମହାରାଷ୍ଟ୍ରରେ ଏବେ ଜୋରଦାର ପ୍ରଚାର ଚାଲିଛି। ନିକଟରେ ନିର୍ବାଚନ ଅଧିକାରୀମାନେ ଶିବସେନା […]

ସଂପୂର୍ଣ୍ଣ ପଢନ୍ତୁ
Image 1731646116 750x430 1

ରେଳ ଧାରଣାରୁ ବ୍ୟାଙ୍କ କର୍ମଚାରୀଙ୍କ ମୃତଦେହ ଉଦ୍ଧାର

ଭଦ୍ରକ: ରେଳ ଧାରଣାରୁ ବ୍ୟାଙ୍କ କର୍ମଚାରୀଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ଉଦ୍ଧାର। ଭଦ୍ରକ କେନ୍ଦୁଆପଦା ରେଳ ଷ୍ଟେସନ ନିକଟସ୍ଥ ଧାରଣାରୁ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ସାବରଙ୍ଗ ଥାନା ଅଧିନ କେଦାରପୁର ପଞ୍ଚାୟତ ଶେରପୁର ଗ୍ରାମର ଲଲାଟେନ୍ଦୁ ବାରିକ। ତେବେ ତାଙ୍କ ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି। ସେ ୟୁନିୟନ ବ୍ୟାଙ୍କରେ ଚାକିରି କରୁଥିଲେ । ଗତ କାଲି ସନ୍ଧ୍ୟାରେ ସେ ବ୍ୟାଙ୍କରୁ ବାହାରିଥିଲେ, ମାତ୍ର ଘରେ ପହଞ୍ଚି ନଥିଲେ। ପରିବାର ଲୋକେ ବହୁ ଖୋଜାଖୋଜି କରି ବିଳମ୍ବିତ […]

ସଂପୂର୍ଣ୍ଣ ପଢନ୍ତୁ
Pesa

ଖୁବ୍ ଶୀଘ୍ର ରାଜ୍ୟରେ ଲାଗୁ ହେବାକୁ ଯାଉଛି ପେସା ଆଇନ୍

ଭୁବନେଶ୍ବର: ଖୁବ୍ ଶୀଘ୍ର ରାଜ୍ୟରେ ଲାଗୁ ହେବାକୁ ଯାଉଛି ପେସା ଆଇନ୍ । ଏହି ପେସା ଆଇନ୍ ଲାଗୁ ପୂର୍ବରୁ ଲୋକଙ୍କ ମତ ନେବେ ରାଜ୍ୟ ସରକାର । ଏହା ଲାଗୁ ପାଇଁ ଲୋକଙ୍କ ମତ ନେବା ସହ ସଚେତନତା ସଭା କରିବେ ସରକାର । ଆଜି ଜନତା ମଇଦାନରେ ଜନଜାତୀୟ ଗୌରବ ଦିବସରେ ଏଡି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ପ୍ରତି ଗାଁରେ ପେସା ଆଇନ ସଚେତନତା […]

ସଂପୂର୍ଣ୍ଣ ପଢନ୍ତୁ
Image 1731647090

ନ୍ୟୁଜିଲ୍ୟାଣ୍ଡ ସଂସଦରେ ହଙ୍ଗାମା; ବିଲ୍ ଚିରି ଫିଙ୍ଗିଦେଇ ନାଚିଲେ ସାଂସଦ

ନ୍ୟୁଜିଲ୍ୟାଣ୍ଡ ସଂସଦରେ ପ୍ରବଳ ହଟ୍ଟଗୋଳ ଦେଖିବାକୁ ମିଳିଛି। ପୁଣି ଥରେ ସଂସଦରେ ଦେଶର ସର୍ବ କନିଷ୍ଠ ସାଂସଦ ହାନା-ରାୱହିତି କାରିଆରିକି ମ୍ୟାପି-କ୍ଲାର୍କ ପାରମ୍ପରିକ ନୃତ୍ୟ ପ୍ରଦର୍ଶନ କରି ପ୍ରତିବାଦ କରିଛନ୍ତି। ଏଥିସହ ସେ ଗୃହରେ ଏକ ବିଲକୁ ମଧ୍ୟ ଚିରି ଫିଙ୍ଗି ଦେଇଛନ୍ତି। ଏହି ସମୟରେ ନ୍ୟୁଜିଲ୍ୟାଣ୍ଡ ଗୃହରେ ହୋହଲ୍ଲା ପରିସ୍ଥିତି ସୃଷ୍ଟି ହୋଇଥିଲା। ହାନା-ରାୱହିତିଙ୍କ ସହ ଦଳର ଅନ୍ୟ ସାଂସଦମାନେ ମଧ୍ୟ ତାଙ୍କ ସହ ତାଳ ଦେଇ ମାୱରୀ ଆଦିବାସୀ ସମ୍ପ୍ରଦାୟର ପାରମ୍ପରିକ ହାକା ନୃତ୍ୟ ପରିବେଷଣ କରିଥିଲେ। ଗତ […]

ସଂପୂର୍ଣ୍ଣ ପଢନ୍ତୁ
9muznjho2ilvh7uiceqm

ଶିମିଳିପାଳ ନର୍ଥ ଚହଲା ନିକଟ ସଫ୍ଟ ଏନକ୍ଲୋଜରରେ ମହାରାଷ୍ଟ୍ରର ବାଘୁଣୀ ଜିନ୍ନତ

ବାରିପଦା: ଶିମିଳିପାଳ ନର୍ଥ ଚହଲା ନିକଟ ସଫ୍ଟ ଏନକ୍ଲୋଜରରେ ବାଘୁଣୀ ଜିନ୍ନତକୁ ଛଡ଼ାଯାଇଛି। ଏନକ୍ଲୋଜର ଭିତରେ ପ୍ରବେଶ ବେଳର ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି। ମହାରାଷ୍ଟ୍ରରୁ ଆସିଥିବା ବାଘୁଣୀର ବୟସ ୩ ବର୍ଷ ହୋଇଥିବା ବେଳେ ଏହାର ନାମ ଜିନତ ରଖାଯାଇଛି। ବନ ବିଭାଗର ସ୍ବତନ୍ତ୍ର ଗାଡ଼ିରେ ଗୁରୁବାର ଜିନତ ଶିମିଳିପାଳରେ ପହଞ୍ଚିଥିଲ।, ଆଜି ବାଘୁଣୀକୁ ସ୍ପେଶାଲ ଏନକ୍ଲୋଜରରେ ଛଡ଼ାଯାଇଛି। ମହାରାଷ୍ଟ୍ର ତଡ଼ବା ଅନ୍ଧେରୀ ଅଭୟାରଣ୍ୟରୁ ଏହି ବାଘୁଣୀକୁ ଶିମିଳିପାଳକୁ ଅଣାଯାଇଛି । କିଛି ଦିନ ତଳେ […]

ସଂପୂର୍ଣ୍ଣ ପଢନ୍ତୁ