Nayagarh 1731580289

ନିଖୋଜ ଯୁବତୀଙ୍କ ମୃତଦେହ ୬ ଦିନ ପରେ ପୋଖରୀରୁ ଉଦ୍ଧାର

ଦଶପଲ୍ଲା : କାହାକୁ କିଛି ନକହି ଘରୁ କେଉଁ ଆଡେ ଚାଲି ଯାଇଥିଲେ ୧୯ ବର୍ଷୀୟା ଯୁବତୀ। ନିଖୋଜ ହେବାର ୬ ଦିନ ପରେ ଗାଁ ପୋଖରୀରୁ ମିଳିଲା ଯୁବତୀଙ୍କ ମୃତଦେହ। ତେବେ ଏହା ହତ୍ୟା ନା ଆତ୍ମହତ୍ୟା, ତାହା ଜଣାପଡ଼ି ନାହିଁ। ପୁଲିସ୍‌ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି। ନୟାଗଡ଼ ଜିଲ୍ଲା ଦଶପଲ୍ଲା ଥାନା ଅଞ୍ଚଳରେ ଏପରି ଘଟଣା ଘଟିଛି। ଦଶପଲ୍ଲା ଥାନା ସରିଗଣ୍ଡା ଗାଁର ଚିରଞ୍ଜିବୀ ପ୍ରଧାନଙ୍କ ଏକ ମାତ୍ର […]

ସଂପୂର୍ଣ୍ଣ ପଢନ୍ତୁ
Matric 300x166

ଫେବ୍ରୁଆରୀ ୨୧ରୁ ମାଟ୍ରିକ ପରୀକ୍ଷା; ମାର୍ଚ୍ଚ ୬ ତାରିଖ ପର୍ଯ୍ୟନ୍ତ ଚାଲିବ

କଟକ : ଆସନ୍ତା ଫେବ୍ରୁଆରୀ ୨୧ ତାରିଖରୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା। ମାର୍ଚ୍ଚ ୬ ତାରିଖ ପର୍ଯ୍ୟନ୍ତ ପରୀକ୍ଷା ଚାଲିବ। ଆଜି ମାଟ୍ରିକ ପରୀକ୍ଷା ସୂଚୀ ପ୍ରକାଶ କରିଛି ମାଧ୍ୟମିକ ଶିକ୍ଷା ପରିଷଦ (ବିଏସ୍‌ଇ)। ୨୧ ତାରିଖରେ ପ୍ରଥମ ଭାଷା ଓଡ଼ିଆ ପରୀକ୍ଷା ହେବ। ୨୪ ତାରିଖରେ ଦ୍ୱିତୀୟ ଭାଷା ଇଂରାଜୀ ପରୀକ୍ଷା ହେବ। ୨୭ରେ ଗଣିତ ଓ ମାର୍ଚ୍ଚ ୧ରେ ବିଜ୍ଞାନ ପରୀକ୍ଷା ହେବ। ମାର୍ଚ୍ଚ ୩ରେ ସାମାଜିକ ବିଜ୍ଞାନ ଓ ୬ରେ ତୃତୀୟ […]

ସଂପୂର୍ଣ୍ଣ ପଢନ୍ତୁ
Manipur 1731585627

ପୁଣି ଅଶାନ୍ତ ହେଲାଣି ମଣିପୁର: ୫ ଜିଲ୍ଲାରେ ଲାଗୁ ହେଲା AFSPA

ଇମ୍ଫାଲ : ଆଦିବାସୀ ଓ ଅଣଆଦିବାସୀଙ୍କ ସଂଘର୍ଷ ଯୋଗୁ ପୁଣିଥରେ ଅଶାନ୍ତ ହୋଇ ଉଠିଛି ମଣିପୁର। ଏଥିପାଇଁ ୬ ପୁଲିସ୍‌ ଷ୍ଟେସନରେ ଥିବା ୫ ଜିଲ୍ଲାରେ ଆର୍ମଡ ଫୋର୍ସ ସ୍ପେଶାଲ ପାୱାର ଆକ୍ଟ ବା AFSPA ଲାଗୁ କରାଯାଇଛି। ଏହାର ଅର୍ଥ ଆଫସା ଲାଗୁ ହୋଇଥିବା ସ୍ଥାନରେ ସୁରକ୍ଷାକର୍ମୀ ସର୍ବୋଚ୍ଚ କ୍ଷମତାର ଅଧିକାରୀ ହୋଇଛନ୍ତି। ସେମାନେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ନିଜ ଇଚ୍ଛା ଅନୁସାରେ କଟକଣା ଲଗାଇ ପାରିବେ। ସେହିପରି ସ୍ୱତନ୍ତ୍ର ଅପରେସନ […]

ସଂପୂର୍ଣ୍ଣ ପଢନ୍ତୁ
Tax 1731583710

ମୋଦିଙ୍କ ଶାସନରେ କମିଛି ମଧ୍ୟବିତ୍ତଙ୍କ ମୁଣ୍ଡରୁ ଟିକସ ବୋଝ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଥମ ୧୦ ବର୍ଷର ଶାସନ ସମୟରେ ମଧ୍ୟବିତ୍ତଙ୍କୁ ମୁଣ୍ଡରୁ କମିଛି ଟିକସ ବୋଝ। ଯେଉଁ ବ୍ୟକ୍ତିମାନେ ବାର୍ଷିକ ୨୦ ଲକ୍ଷରୁ କମ ଟଙ୍କା ଆୟ କରନ୍ତି, ସେମାନେ ମଧ୍ୟବିତ୍ତ ବର୍ଗର ଲୋକ ଭାବେ ବିବେଚିତ ହୁଅନ୍ତି। ଏହି ବର୍ଗରେ ଥିବା ଲୋକଙ୍କ ମୁଣ୍ଡରୁ ଟିକସ ବୋଝ ମୋଦିଙ୍କ ପ୍ରଥମ ୧୦ ବର୍ଷର ଶାସନ ମଧ୍ୟରେ ହ୍ରାସ ପାଇଛି। ଅନ୍ୟପଟେ ମୋଦିଙ୍କ ୧୦ ବର୍ଷର ଶାସନ ମଧ୍ୟରେ ୫୦ ଲକ୍ଷରୁ ଅଧିକ […]

ସଂପୂର୍ଣ୍ଣ ପଢନ୍ତୁ
86 750x430

ଆଇଫୋନ୍‌ରେ ଏବେ ଯାଞ୍ଚ କରି ହେବ କର୍କଟ..

ନୂଆଦିଲ୍ଲୀ : ଆଇଫୋନ୍‌ ସାହାଯ୍ୟରେ ଗଳା କର୍କଟକୁ ମଧ୍ୟ ଯାଞ୍ଚ କରାଯାଇପାରିବ। ଗ୍ରାହକଙ୍କୁ ଲମ୍ବା ଲାଇନ୍‌ରେ ଅପେକ୍ଷା କରିବାକୁ ପଡିବ ନାହିଁ। ବ୍ରିଟେନର ଜାତୀୟ ସ୍ୱାସ୍ଥ୍ୟ ସେବା ଲୋକଙ୍କୁ ଲମ୍ବା ଧାଡିରେ ଅପେକ୍ଷା କରିବାର ସମସ୍ୟାରୁ ଦୂରେଇ ରଖିବା ପାଇଁ ଶୀଘ୍ର ଯାଞ୍ଚ କରିବା ପାଇଁ ଆଇଫୋନ୍‌ କର୍କଟ ରୋଗକୁ ଚିହ୍ନିବାର କାମ କରିବ ବୋଲି କୁହାଯାଇଛି । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଗତ କିଛି ବର୍ଷ ମଧ୍ୟରେ କର୍କଟ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ଦେଖାଯାଇଛି। […]

ସଂପୂର୍ଣ୍ଣ ପଢନ୍ତୁ
6734063beab7e Jharkhand Election 135150505 16x9 1 750x430

ଝାଡ଼ଖଣ୍ଡ ନିର୍ବାଚନରେ ୬୪.୮୩% ମତଦାନ: ନଭେମ୍ବର ୨୦ରେ ଦ୍ଵିତୀୟ ପର୍ଯ୍ୟାୟ ଭୋଟ୍

ରାଞ୍ଚି : ଝାଡଖଣ୍ଡ ବିଧାନସଭାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ବୁଧବାର ଶାନ୍ତି ଶୃଙ୍ଖଳାର ସହ ଭୋଟ ଗ୍ରହଣ ଶେଷ ହୋଇଛି। ପ୍ରଥମ ପର୍ଯ୍ୟାୟରେ ୪୩ଟି ଆସନ ପାଇଁ ଭୋଟ ଗ୍ରହଣ ହୋଇଛି। ଏହି ପର୍ଯ୍ୟାୟରେ ୬୪.୮୩% ମତଦାନ ହୋଇଛି। ଏହି ମତଦାନ ସହିତ ୬୮୨ଜଣ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମ୍‌ରେ ସିଲ୍‌ ହୋଇଛି। ସମସ୍ତ ମତଦାନ କେନ୍ଦ୍ରରେ ସକାଳ ୭ଟାରୁ ଅପରାହ୍ଣ ୫ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ ହୋଇଥିଲା। ତେବେ ୯୫୦ଟି ବୁଥରେ ଅପରାହ୍ଣ ୪ଟାରେ ଭୋଟ […]

ସଂପୂର୍ଣ୍ଣ ପଢନ୍ତୁ
Hegseth Trump 1 750x430

ସାମ୍ବାଦିକଙ୍କୁ ପ୍ରତିରକ୍ଷା ମନ୍ତ୍ରୀ ପଦବୀ; ଟ୍ରମ୍ପଙ୍କ ନିଷ୍ପତ୍ତି ଉପରେ ପ୍ରଶ୍ନ ଉଠାଇଲେ ଅବସରପ୍ରାପ୍ତ ସେନା ଅଧିକାରୀ

ନୂଆଦିଲ୍ଲୀ : ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ କ୍ୟାବିନେଟ ସାରା ବିଶ୍ଵରେ ଆଲୋଚନାର ପ୍ରସଙ୍ଗ ପାଲଟିଛି। ତେବେ ଟ୍ରମ୍ପଙ୍କ ୨ୟ କାର୍ଯ୍ୟକାଳରେ ପ୍ରତିରକ୍ଷା ମନ୍ତ୍ରୀ ଭାବେ ନିଯୁକ୍ତ ହୋଇଥିବା ପିଟ୍‌ ହେଗସେଥଙ୍କୁ ନେଇ ବିବାଦ ସୃଷ୍ଟି ହୋଇଛି। ଫକ୍ସ ଖବର ସରବରାହ ସଂସ୍ଥାର ସାମ୍ବାଦିକ ହେଗସେଥଙ୍କୁ ଆମେରିକା ପ୍ରତିରକ୍ଷା ମନ୍ତ୍ରୀ ଭାବେ ନିଯୁକ୍ତ ଦିଆଯିବା ଘଟଣାକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି ଲୋକେ। ଏହାର ପ୍ରତିବାଦ କରିଛନ୍ତି ଅବସରପ୍ରାପ୍ତ ସେନା ଅଧିକାରୀ। ଜଣେ ଅବସରପ୍ରାପ୍ତ ସେନା […]

ସଂପୂର୍ଣ୍ଣ ପଢନ୍ତୁ
Uppsc Students Strike 750x430

ଉତ୍ତରପ୍ରଦେଶରେ ତେଜୁଛି ଛାତ୍ର ଆନ୍ଦୋଳନ, ୟୁପିପିଏସସି ମୁଖ୍ୟାଳୟରେ ଧସେଇ ପଶିବାକୁ ଶତାଧିକ ଛାତ୍ରଙ୍କ ଉଦ୍ୟମ

ଲକ୍ଷ୍ନୌ : ଉତ୍ତର ପ୍ରଦେଶ ଲୋକସେବା ଆୟୋଗ(ୟୁପିପିଏସସି) ଦ୍ଵାରା ଆୟୋଜିତ ପ୍ରଶାସନିକ ସେବା ଏବଂ ଆରଓ-ଏଆରଓ ପରୀକ୍ଷାକୁ ଦୁଇଟି ଦିନରେ ସମ୍ପନ୍ନ କରିବାକୁ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ବିରୋଧରେ ଆରମ୍ଭ ହୋଇଥିବା ଛାତ୍ର ଆନ୍ଦୋଳନ ତୀବ୍ର ହେବାରେ ଲାଗିଛି। ୩ ଦିନ ଧରି ବିକ୍ଷୋଭ ପ୍ରଦର୍ଶନ କରୁଥିବା ହଜାର ହଜାର ଛାତ୍ରୀଛାତ୍ର ଶୁକ୍ରବାର ୪ର୍ଥ ଦିନରେ ବାରିକେଡ୍‌ ଭାଙ୍ଗି ଆୟୋଗଙ୍କ ମୁଖ୍ୟାଳୟ ଭିତରେ ଧସେଇ ପଶିବାକୁ ଛାତ୍ରଛାତ୍ରୀମାନେ ଉଦ୍ୟମ କରିଛନ୍ତି। ସେମାନଙ୍କୁ ରୋକିବାକୁ ପୁଲିସକୁ ଲାଠି ଚାଳନା […]

ସଂପୂର୍ଣ୍ଣ ପଢନ୍ତୁ
Image 1731570702

ସ୍କୁଟର୍‌ ଡିକିରେ ଲୁଚାଇ ନେଉଥିଲେ ଦେଢ଼ କୋଟି, ମାଡ଼ି ବସିଲା ପୁଲିସ

ନୂଆଦିଲ୍ଲୀ : ପାଖେଇ ଆସିଲାଣି ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ତାରିଖ। ଆଉ ମାତ୍ର ଦିନ କେଇଟା ପରେ ପଡ଼ିବ ଭୋଟ୍‌। ଏଥିପାଇଁ ଜୋର୍‌ସୋର୍‌ରେ ସମସ୍ତ ରାଜନୈତିକ ଦଳ ପ୍ରଚାର ପ୍ରସାରରେ ଲାଗିପଡିଛନ୍ତି। ସେପେଟେ ନିର୍ବାଚନ ଆଚରଣ ବିଧି ମଧ୍ୟରେ ଘନ ଘନ ଚେକିଂ କରୁଛି ପୁଲିସ। ଏହାରି ଭିତରେ ଜବତ ହୋଇଛି ପୁଳାପୁଳା ଟଙ୍କା। ଜଣେ ବ୍ୟକ୍ତି ସ୍କୁଟର୍‌ ଡ଼ିକିରେ ଦେଢ଼ କୋଟି ଟଙ୍କା ଲୁଚାଇ ନେଇ ଯାଉଥିବା ବେଳେ ତାଙ୍କୁ ପୁଲିସ ଧରିଛି। ମହାଷ୍ଟ୍ରର ନାଗପୁର […]

ସଂପୂର୍ଣ୍ଣ ପଢନ୍ତୁ
Pm Modi

ଡୋମିନିକାର ସର୍ବୋଚ୍ଚ ସମ୍ମାନ ପାଇବେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ : ଡୋମିନିକାର ସର୍ବୋଚ୍ଚ ସମ୍ମାନ ପାଇବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଗୁରୁବାର ଏହି କାରବୀୟ ଆଇଲ୍ୟାଣ୍ଡ ପକ୍ଷରୁ ଦେଶର ସର୍ବୋଚ୍ଚ ସମ୍ମାନ ‘ଦି ଡୋମିନିକା ଆୱର୍ଡ ଅଫ୍ ଅନର୍’ ଘୋଷଣା କରାଯାଇଛି। କୋଭିଡ୍-୧୯ ସମୟରେ ଭାରତରୁ ୭୦ ହଜାର କୋଭିଡ୍ ଟିକା ଡୋମିନିକା ପଠାଯାଇଥିଲା। ଏହି ଅବଦାନକୁ ସମ୍ମାନ ଜଣାଇ ଡୋମିନିକା ଏହାର ସର୍ବୋଚ୍ଚ ସମ୍ମାନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନାଁ ଘୋଷଣା କରିଛି। ଚଳିତ ନଭେମ୍ବର ୧୯ରୁ ୨୧ ତାରିଖ ପର୍ଯ୍ୟନ୍ତ ଗୁୟାନାର […]

ସଂପୂର୍ଣ୍ଣ ପଢନ୍ତୁ