ପୂର୍ବତନ IFS ଅଭୟକାନ୍ତ ପାଠକଙ୍କ ସମ୍ପତ୍ତି ବାଜ୍ୟାପ୍ତ କଲା ଇଡି

ପୂର୍ବତନ IFS ଅଭୟକାନ୍ତ ପାଠକଙ୍କ ୬୬ ଲକ୍ଷ ଟଙ୍କାର ସଂପତ୍ତି ଆଟାଚ୍ କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)। ପ୍ରିଭେନସନ୍‌ ଅଫ୍‌ ମନିଲଣ୍ଡରିଂ ଆଇନ୍‌ ବଳରେ ଇଡି ସମ୍ପତ୍ତି ଆଟାଚ୍‌ କରିଛି। ଆୟବହିର୍ଭୂତ ସଂପତ୍ତି ଓ ଚାକିରି କରାଇ ଦେବା ନାଁରେ ଅର୍ଥ କାରବାର ମାମଲାର ତଦନ୍ତ ଏବେବି ଜାରି ରଖିଛି ଇଡି। ଆୟବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଅଭୟକାନ୍ତ ପାଠକ ଓ ତାଙ୍କ ପରିବାର ଲୋକଙ୍କ ନାଁରେ ଥିବା ୯ କୋଟି ୩୫ ଲକ୍ଷ ଟଙ୍କାର ସମ୍ପତ୍ତି […]

ସଂପୂର୍ଣ୍ଣ ପଢନ୍ତୁ

ଭୁବନେଶ୍ବରରେ ୩ଟି ଫିଫା ମାନର ଫୁଟବଲ ଟ୍ରେନିଂ ସେଣ୍ଟର୍ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ରାଜ୍ୟର ରାଜଧାନୀ ଭୁବନେଶ୍ବରରେ ବୁଧବାର ୩ଟି ଫିଫା ମାନର ଫୁଟବଲ ଟ୍ରେନିଂ ସେଣ୍ଟର୍ ଉଦ୍‌ଘାଟିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଟ୍ରେନିଂ ସେଣ୍ଟର୍ ଗୁଡ଼ିକୁ ଲୋକାର୍ପିତ କରିଛନ୍ତି। ୩ଟି ଟ୍ରେନିଂ ସେଣ୍ଟର ମଧ୍ୟରେ ରହିଛି ଭୁବନେଶ୍ୱର ଫୁଟବଲ ଏକାଡେମୀ, ଓଡ଼ିଶା ଫୁଟବଲ ଏକାଡେମୀ ଓ କ୍ୟାପିଟାଲ ଫୁଟବଲ ଏରେନା। ଏହି ଏକାଡେମୀଗୁଡ଼ିକରେ ପିଲାଙ୍କୁ ଫୁଟବଲ ଖେଳ ପାଇଁ ଟ୍ରେନିଂ ଦିଆଯିବ। ହକି ପରି ଓଡ଼ିଶାରେ ଫୁଟବଲକୁ ମଧ୍ୟ ଗୁରୁତ୍ଵ ଦେଇଛନ୍ତି ରାଜ୍ୟ ସରକାର ବୋଲି […]

ସଂପୂର୍ଣ୍ଣ ପଢନ୍ତୁ

କ୍ୟାନସର ପୀଡ଼ିତା ପତ୍ନୀଙ୍କ ଇଚ୍ଛା ପୂରଣ କଲେ ସିଦ୍ଧୁ

ଚଣ୍ଡୀଗଡ଼ : ନିଜ କ୍ୟାନସର ପୀଡ଼ିତା ପତ୍ନୀଙ୍କ ଇଚ୍ଛା ପୂରଣ କରିଛନ୍ତି କ୍ରିକେଟରରୁ ରାଜନେତା ପାଲଟିଥିବା ନବଜୋତ ସିଂ ସିଦ୍ଧୁ। ଋଷିକେଶ ପରି ପବିତ୍ର ସ୍ଥାନରେ ବୁଡ଼ ପକାଇଥିବା ପତ୍ନୀ ଇଚ୍ଛା କରିଥିବା ବେଳେ ଏହାକୁ ପୂରଣ କରିଛନ୍ତି ସିଦ୍ଧୁ। ଏଥିସହ ଋଷିକେଶରେ ସେ ପରିବାର ସହ ସମୟ ବିତାଉଥିବାର ଫଟୋ ସୋଶାଲ ମିଡିଆରେ ଏବେ ଖୁବ୍‌ ଭାଇରାଲ ହେବାରେ ଲାଗିଛି। ସିଦ୍ଧୁ ଜେଲ୍‌ରେ ଥିବା ବେଳେ ତାଙ୍କ ପତ୍ନୀ ନବଜୋତ କୌର ଷ୍ଟେଜ ୨ କ୍ୟାନସର […]

ସଂପୂର୍ଣ୍ଣ ପଢନ୍ତୁ

ପୁଣି ଦମ୍ଭ ଦେଖାଇଲେ ବ୍ରିଜ ଭୂଷଣ, ପ୍ରମାଣ ମିଳି ନଥିବା ଖବରକୁ ଖଣ୍ଡନ କଲା ଦିଲ୍ଲୀ ପୁଲିସ୍‌

ନୂଆଦିଲ୍ଲୀ : ଯୌନ ନିର୍ଯାତନା ଭଳି ସାଂଘାତିକ ଅଭିଯୋଗରେ ଫସିଥିବା କୁସ୍ତି ମହାସଂଘର ସଭାପତି ତଥା ବିଜେପି ସାଂସଦ ବ୍ରିଜ ଭୂଷଣ ଶରଣ ସିଂହ ଆଜି ପୁଣିଥରେ ଦମ୍ଭ ଦେଖାଇଛନ୍ତି। ଦେଶର ଷ୍ଟାର ରେସଲରମାନେ ତାଙ୍କ ବିରୋଧରେ ଯୌନ ନିର୍ଯାତନା ଭଳି ସାଂଘାତିକ ଅଭିଯୋଗ ଆଣିଥିଲେ ହେଁ ଏହାକୁ ସେ ବାଏଁବାଏଁ ଉଡ଼ାଇ ଦେଇଛନ୍ତି। ରେସଲରମାନେ ତାଙ୍କୁ ଗିରଫ ପାଇଁ ୫ ଦିନର ସମୟ ସରକାରଙ୍କୁ ଦେଇଥିବା ବେଳେ ଆଜି ବ୍ରିଜ ଭୂଷଣ ନିଜକୁ ନିର୍ଦ୍ଦୋଷ ବୋଲି […]

ସଂପୂର୍ଣ୍ଣ ପଢନ୍ତୁ

ବିନାଶ ଆଡ଼କୁ ନେଇଯିବ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ : ବିଶେଷଜ୍ଞଙ୍କ ଚେତାବନୀ

ନୂଆଦିଲ୍ଲୀ : ଏଆଇ (ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ)ର କେତେକ ସମ୍ଭାବ୍ୟ ବିପଦ ବିଷୟରେ ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତି । ଏହା ମଣିଷ ସଭ୍ୟତାର ଅସ୍ତିତ୍ୱ ପ୍ରତି ବିପଦ ସୃଷ୍ଟି କରିପାରେ ବୋଲି ସେମାନେ ଚେତାଇ ଦେଇଛନ୍ତି । ମଙ୍ଗଳବାର ଦିନ ଏଆଇର ବରିଷ୍ଠ ବୈଜ୍ଞାନିକ, ଗବେଷକ ଏବଂ ଅନ୍ୟ କିଛି ଲୋକ ଏଆଇ ଦ୍ୱାରା ସୃଷ୍ଟି ହେଉଥିବା ବିପଦ ବିଷୟରେ ଏକ ନୂତନ ଚେତାବନୀ ଜାରି କରି ଶତାଧିକ ସେଲିବ୍ରିଟିଙ୍କ ଦ୍ୱାରା ସ୍ୱାକ୍ଷରିତ ଏକ […]

ସଂପୂର୍ଣ୍ଣ ପଢନ୍ତୁ

କଂଗ୍ରେସର ‘ଗ୍ୟାରେଣ୍ଟୀ ଫର୍ମୁଲା’ ଦେଶକୁ ଦେବାଳିଆ କରିଦେବ: ପ୍ରଧାନମନ୍ତ୍ରୀ ମୋଦି

ଜୟପୁର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ରାଜସ୍ଥାନରେ କଂଗ୍ରେସକୁ ତାଚ୍ଛଲ୍ୟ କରିଛନ୍ତି। ଏଥିସହ କଂଗ୍ରେସ ନିର୍ବାଚନ ଜିତିବା ପାଇଁ ପାଇଁ ଦେଉଥିବା ଗ୍ୟାରେଣ୍ଟୀ ଫର୍ମୁଲା ଓ କଂଗ୍ରେସ ସରକାରର ସ୍ଥିରତା ନେଇ ମଧ୍ୟ ମୋଦି ପ୍ରଶ୍ନ ଉଠାଇଛନ୍ତି। ବିଜେପିର ଜନସମ୍ପର୍କ ଅଭିଯାନ କାର୍ଯ୍ୟକ୍ରମ ପାଇଁ ଆଜି ପ୍ରଧାନମନ୍ତ୍ରୀ ଆଜେମର ଓ ପୁଷ୍କର ଯାଇଥିଲେ। ଏହି ସମୟରେ ସେ ସାଧାରଣ ସଭାକୁ ସମ୍ବୋଧନ କରି ଦୁର୍ନୀତି ପ୍ରସଙ୍ଗରେ କଂଗ୍ରେସକୁ ଟାର୍ଗେଟ କରିଥିଲେ। କର୍ଣ୍ଣାଟକାରେ କଂଗ୍ରେସ ୫ ପ୍ରତିଶ୍ରୁତି […]

ସଂପୂର୍ଣ୍ଣ ପଢନ୍ତୁ

କେନ୍ଦ୍ର କ୍ୟାବିନେଟ ନିଷ୍ପତ୍ତି : ପ୍ରତି ବ୍ଲକରେ ସ୍ଥାପନ କରାଯିବ ୨୦୦୦ ଟନ କ୍ଷମତାର ଗୋଦାମ

ନୂଆଦିଲ୍ଲୀ : କେନ୍ଦ୍ର କ୍ୟାବିନେଟ୍ ଆଜି ବିଶ୍ୱର ସର୍ବବୃହତ ଖାଦ୍ୟ ଭଣ୍ଡାରଣ ଯୋଜନାକୁ ଅନୁମୋଦନ ଦେଇଛି । ଏହି ଯୋଜନା ଅଧିନରେ ଦେଶର ଖାଦ୍ୟଶସ୍ୟ ଭଣ୍ଡାରଣ କ୍ଷମତାକୁ ବୃଦ୍ଧି କରିବାକୁ ପ୍ରତି ବ୍ଲକରେ ୨ ହଜାର ଟନ କ୍ଷମତାର ଗୋଦାମ ନିର୍ମାଣ କରାଯିବ । ଏ ସଂପର୍କରେ ସୂଚନା ଦେଇ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି, ଆଜି କ୍ୟାବିନେଟ୍ ବୈଠକରେ ସମବାୟ କ୍ଷେତ୍ରରେ ବିଶ୍ୱର ସର୍ବବୃହତ ଷ୍ଟୋରେଜ୍ ଯୋଜନାକୁ ଅନୁମୋଦନ ମିଳିଛି। ବର୍ତ୍ତମାନ ଦେଶ ଖାଦ୍ୟଶସ୍ୟ ଭଣ୍ଡାରଣ […]

ସଂପୂର୍ଣ୍ଣ ପଢନ୍ତୁ

ଶୃଙ୍ଗାରଗୌରୀ ପୂଜା ପ୍ରସଙ୍ଗରେ ମୁସଲମାନ ପକ୍ଷର ଆବେଦନ ଆହ୍ଲାବାଦ ହାଇକୋର୍ଟରେ ଖାରଜ

ଆହ୍ଲାବାଦ : ବାରଣାସୀରେ ମା’ ଶୃଙ୍ଗାରଗୌରୀଙ୍କ ନିୟମିତ ପୂଜା ମାମଲାରେ ମୁସଲମାନ ପକ୍ଷ ପକ୍ଷରୁ ଦାୟର ଆବେଦନକୁ ଆହ୍ଲାବାଦ ହାଇକୋର୍ଟ ଖାରଜ କରିଦେଇଛନ୍ତି। ଶୃଙ୍ଗାରଗୌରୀଙ୍କ ନିୟମିତ ପୂଜା କରିବା ପାଇଁ ଅନୁମତି ଲୋଡ଼ି ରାକ୍ଷୀ ସିଂହ ଅନ୍ୟ ୪ ଜଣ ମହିଳା ବାରାଣାସୀ କୋର୍ଟରେ ଏକ ପିଟିସନ୍ ଦାଖଲ କରିଥିଲେ । ଗତ ବର୍ଷ ସେପ୍ଟେମ୍ବର ମାସରେ ଶୃଙ୍ଗାରଗୌରୀରେ ନିୟମିତ ପୂଜା ଅଧିକାର ନେଇ ବାରଣାସୀ ଜିଲ୍ଲା ଅଦାଲତ ଦେଇଥିବା ରାୟକୁ ଚ୍ୟାଲେଞ୍ଜ କରିଥିବା ଏକ ପିଟିସନର […]

ସଂପୂର୍ଣ୍ଣ ପଢନ୍ତୁ

ବଦଳିବ ଅହମଦନଗରର ନାଁ, ହେବ ଅହିଲ୍ୟାନଗର

ମୁମ୍ବାଇ : ବଦଳିବ ମହାରାଷ୍ଟ୍ରର ଅହମଦନଗର ନାଁ। ଉକ୍ତ ସହର ଅହିଲ୍ୟାନଗର ଭାବେ ପରିଚୟ ହାସଲ କରିବ ବୋଲି ନିଜେ ମୁଖ୍ୟମନ୍ତ୍ରୀ ଏନନାଥ ସିନ୍ଦେ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ସିନ୍ଦେ ଯେଉଁ କାର୍ଯ୍ୟକ୍ରମରେ ଏସମ୍ପର୍କରେ ଘୋଷଣା କରିଛନ୍ତି, ସେଥିରେ ମହାରାଷ୍ଟ୍ରର ଉପ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ, ମନ୍ତ୍ରୀ ରାଧାକୃଷ୍ଣ ଭିଖେ ପାଟିଏ ଓ ବିଜେପି ବିଧାୟକ ଗୋପୀଚାନ୍ଦ ପାଡାଲକର ପ୍ରମୁଖ ଯୋଗ ଦେଇଥିଲେ। ସର୍ବସମ୍ମୁଖରେ ମୁଖ୍ୟମନ୍ତ୍ରୀ ସିନ୍ଦେ ଅହମଦନଗରର ନାଁ ବଦଳିବ ବୋଲି ଘୋଷଣା କରିଛନ୍ତି। ତାଙ୍କ […]

ସଂପୂର୍ଣ୍ଣ ପଢନ୍ତୁ

‘ଭାରତ ଯୋଡ଼ୋ ଯାତ୍ରାକୁ ବନ୍ଦ କରିବାକୁ ଚାପ ପକାଉଥିଲେ ମୋଦି, କିନ୍ତୁ…’

ନୂଆଦିଲ୍ଲୀ : ସାତ ଦରିଆ ପାରିରେ ବି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ କରିବାକୁ ପଛାଇ ନାହାନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧି। ନିଜ ଆମେରିକା ଗସ୍ତ କାଳରେ ମୋଦି ସରକାର ଉପରେ ଶାଣିତ ଆକ୍ରମଣ କରିବାକୁ ପଛାଇ ନାହାନ୍ତି ଏହି କଂଗ୍ରେସ ନେତା। ନିଜ ଭାରତ ଯୋଡ଼ୋ ଯାତ୍ରା ସମ୍ପର୍କରେ ଉଲ୍ଲେଖ କରି ରାହୁଲ ଗାନ୍ଧି କହିଛନ୍ତି, ଆମ ଯାତ୍ରା ରୋକିବାକୁ ମୋଦି ନିଜର ସମସ୍ତ ଶକ୍ତି ଲଗାଇ ଦେଇଥିଲେ। କିନ୍ତୁ କିଛି ବି ଫରକ ପଡ଼ିଲାନି, […]

ସଂପୂର୍ଣ୍ଣ ପଢନ୍ତୁ