ସରକାର ଡରୁଛନ୍ତି କାହିଁକି: ଶରତ ପଟ୍ଟନାୟକ

ଭୁବନେଶ୍ୱର: ରତ୍ନଭଣ୍ଡାର ଖୋଲିବାକୁ ସରକାର ଡରୁଛନ୍ତି ବୋଲି ପ୍ରଶ୍ନ କଲେ ଶରତ । ରତ୍ନଭଣ୍ଡାର ପ୍ରସଙ୍ଗରେ ପିସିସି ଶରତ ପଟ୍ଟନାୟକ ଗଣମାଧ୍ୟମ ଆଗରେ ନିଜର ମନ୍ତବ୍ୟ ରଖିଛନ୍ତି । ଖୋଲିବାକୁ ଗଜପତି ମହାରାଜା, ଶଙ୍କରାଚାର୍ଯ୍ୟ ଓ ସେବାୟତ ଚାହୁଁଛନ୍ତି । ଯଦି ସମସ୍ତେ ଚାହୁଁଛନ୍ତି ତେବେ ସରକାର ରଙ୍କକ୍ସକ୍ଟ ହୋଇଯିବା କଥା । ହେଲେ ଚାବି ହଜିବା ବାହାନା କରି ସରକାର ଚୁପ୍ ବସିଛନ୍ତି କାହିଁକି । ବିଭ୍ରାଟ ହୋଇଥିବାରୁ ସରକାର ଏଭଳି କରୁଛନ୍ତି କହିଲେ ଶରତ […]

ସଂପୂର୍ଣ୍ଣ ପଢନ୍ତୁ

କଲମା ବ୍ୟାରେଜର ସମସ୍ତ ଗେଟ ଖୋଲିଲା ଛତିଶଗଡ଼

ସମ୍ବଲପୁର: ଉପର ମୁଣ୍ଡ଼ରେ ପ୍ରବଳ ବର୍ଷା କାରଣରୁ କଲମା ବ୍ୟାରେଜର ସମସ୍ତ ୬୬ଟି ଗେଟ ଖୋଲିଲା ଛତିଶଗଡ଼ । ସକାଳ ୯ଟା ସୁଦ୍ଧା କଲମା ବ୍ୟାରେଜ ଦେଇ ହିରାକୁଦକୁ ୭୨ହଜାର କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ବର୍ତ୍ତମାନ ସୁଦ୍ଧା ମହାନଦିକୁ ପ୍ରବେଶ କରୁଛି ୧.୧୮ ଲକ୍ଷ କ୍ୟୁସେକ ଜଳ । ସେପଟେ ପାଣି ମାଡ଼ି ଅାସୁଥିବାରୁ ବଢ଼ୁଛି ହିରାକୁଦର ଜଳସ୍ତର । ହିରାକୁଦ ଜଳଭଣ୍ଡ଼ାରରେ ଜଳସ୍ତର ବର୍ତ୍ତମାନ ୬୦୩.୬୭ ଫୁଟ ରହିଛି । ଅନ୍ୟପଟେ ଏବେ […]

ସଂପୂର୍ଣ୍ଣ ପଢନ୍ତୁ

ଡିୟୁ ଖାଲି ବିଶ୍ବବିଦ୍ୟାଳୟ ନୁହେଁ, ଏକ ଆନ୍ଦୋଳନ ମଧ୍ୟ: ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ଦିଲ୍ଲୀ ବିଶ୍ବବିଦ୍ୟାଳୟ (ଡିୟୁ) କେବଳ ବିଶ୍ବବିଦ୍ୟାଳୟ ନୁହେଁ, ଗୋଟାଏ ଆନ୍ଦୋଳନ ବୋଲି ଆଜି ଏହାର ଶତବାର୍ଷିକୀ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ବିଶ୍ବବିଦ୍ୟାଳୟର ନର୍ଥ ବ୍ଲକ୍‌ରେ ତିନୋଟି ଅଟ୍ଟାଳିକା ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନା କରିବା ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ଦିଲ୍ଲୀ ବିଶ୍ବବିଦ୍ୟାଳୟ, ଖାଲି ବିଶ୍ବବିଦ୍ୟାଳୟ ନୁହେଁ, ଏକ ଅନ୍ଦୋଳନ ମଧ୍ୟ। ଏ ବିଶ୍ବବିଦ୍ୟାଳୟ ପ୍ରତ୍ୟେକ ଆନ୍ଦୋଳନରେ ଅଂଶ ଗ୍ରହଣ କରି ସେ ଆନ୍ଦୋଳନଗୁଡ଼ିକୁ […]

ସଂପୂର୍ଣ୍ଣ ପଢନ୍ତୁ

ବିଜେଡି ନେତାଙ୍କର ସାମାନ୍ୟତମ ସ୍ୱାଭିମାନ ଥିଲେ, ୫ଟି ସଚିବଙ୍କ ଗସ୍ତକୁ ସମର୍ଥନ କରନ୍ତେ ନାହିଁ

ଭୁବନେଶ୍ଵର: ୫ଟି ସଚିବ ଭି କେ ପାଣ୍ଡିଆନଙ୍କ ଜିଲ୍ଲା ଗସ୍ତକୁ ନେଇ ପୁଣି ବିଜେଡି ଉପରେ ବର୍ଷିଛି ବିଜେପି। ଆଜି ବିଜେପି ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି,  ଯେତେବେଳେ ସରକାର ମୁଣ୍ଡବିହୀନ ହୋଇଯାଏ, ସେତେବେଳେ ଏହିଭଳି ବିଲକ୍ଷଣ ଦେଖିବାକୁ ମିଳିଥାଏ। ଆଜି ଓଡ଼ିଶା ସରକାର ମୁଣ୍ଡବିହୀନ ହୋଇଯାଇଛି। ପ୍ରଛଦପଟ୍ଟରେ ରହୁଥିବା ଲୋକମାନେ ଆସି ଶାସନ ଚଳାଇବା ଆରମ୍ଭ କରିଛନ୍ତି। ରାଜନୈତିକ ଦୃଷ୍ଟିକୋଣରୁ ବିଜେଡି ନେତାମାନେ ପ୍ରୋତ୍ସାହନ ଏବଂ ସମର୍ଥନ ଦେଉଛନ୍ତି, ସେମାନଙ୍କ ସ୍ୱାଭିମାନ ତାଙ୍କୁ ପ୍ରଶ୍ନ […]

ସଂପୂର୍ଣ୍ଣ ପଢନ୍ତୁ

5T ସଚିବ ଭି. କେ ପାଣ୍ଡିଆନଙ୍କ ଜଗତସିଂହପୁର ଗସ୍ତର ଦ୍ଵିତୀୟ ଦିନ

ଜଗତସିଂହପୁର : ଜଗତସିଂହପୁର ଜିଲ୍ଲା ଗସ୍ତରେ 5T ସଚିବ ଭି. କେ ପାଣ୍ଡିଆନ । 5T ସଚିବ ଭି. କେ ପାଣ୍ଡିଆନଙ୍କ ଗସ୍ତର ଆଜି ୨ୟ ଦିନ । ୨ୟ ଦିନରେ ଜଗତସିଂହପୁର ସଦର ମହକୁମାର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରି ଚିକିତ୍ସାଳୟର ସମସ୍ୟା ଉପରେ ଅଧିକାରୀ ମାନଙ୍କ ସହିତ ସବିଶେଷ ଆଲୋଚନା କରିଥିଲେ। ଗସ୍ତ ସମୟରେ ବିଭିନ୍ନ ଲୋକଙ୍କ ସମସ୍ୟା ସମ୍ପର୍କିତ ଅଭିଯୋଗ ପତ୍ର ଗ୍ରହଣ କରି ଚିକିତ୍ସାଳୟର ବିକାଶ ନିମନ୍ତେ ରହିଥିବା ଆବଶ୍ୟକତାକୁ […]

ସଂପୂର୍ଣ୍ଣ ପଢନ୍ତୁ

ବାହାନଗା ରେଳ ଦୁର୍ଘଟଣା; ଆସିଲା ୨୯ ମୃତଦେହର ଡିଏନ୍‌ଏ ରିପୋର୍ଟ

ଭୁବନେଶ୍ୱର: ବାଲେଶ୍ୱର ବାହାନଗା ରେଳ ଦୁର୍ଘଟଣାକୁ ୨୮ ଦିନ ପୂରିଥିବା ବେଳେ ଆଜି ୨୯ ମୃତଦେହଙ୍କର DNA ରିପୋର୍ଟ ଆସିଛି। ଏହି ରିପୋର୍ଟ ଆଧାରରେ ଆଜି ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯିବ ବୋଲି ସୂଚନା ମିଳିଛି। ସେପଟେ ଘଟଣାକୁ ପାଖାପାଖି ଏକ ମାସ ପୂରିଯାଇଥିବା ବେଳେ ମୃତଦେହ ଅପେକ୍ଷାରେ ପରିବାର ଲୋକେ ଏବେ ବି ଚାହିଁ ରହିଛନ୍ତି। ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ମୋଟ ମୃତକଙ୍କ ମଧ୍ୟରୁ ୮୧ ଜଣଙ୍କ ଶବ ଚିହ୍ନଟ ହୋଇପାରି ନଥିଲା। ଏଗୁଡ଼ିକୁ […]

ସଂପୂର୍ଣ୍ଣ ପଢନ୍ତୁ

ଧୋଇଗଲା ଧବଳେଶ୍ୱର ଅସ୍ଥାୟୀ ରାସ୍ତା, ଦର୍ଶନରୁ ବଞ୍ଚିତ ଭକ୍ତ

ଆଠଗଡ଼  : ଧୋଇଗଲା ଧବଳେଶ୍ୱର ଅସ୍ଥାୟୀ ରାସ୍ତା। ଧବଳେଶ୍ୱରକୁ ସଂଯୋଗ କରୁଥିବା ଅସ୍ଥାୟୀ ରାସ୍ତା ଭାସିଯାଇଛି। ମହାନଦୀରେ ଅଧିକ ବର୍ଷା ପାଣି ଆସିବାରୁ ଅସ୍ଥାୟୀ ରାସ୍ତାଟି ଧୋଇଯାଇଛି। ଫଳରେ ବାବା ଧବଳେଶ୍ୱରଙ୍କ ଦର୍ଶନରୁ ବଞ୍ଚିତ ହୋଇଛନ୍ତି ଶ୍ରଦ୍ଧାଳୁ। ମଞ୍ଚେଶ୍ୱର ନଦୀ ଘାଟରୁ ପାଇକରାପୁର ପଠା ଏବଂ ସେଠାରୁ ଧବଳେଶ୍ୱର ପଠାକୁ ସଂଯୋଗ କରୁଥିଲା ଅସ୍ଥାୟୀ ରାସ୍ତା। ଶ୍ରଦ୍ଧାଳୁ ମାନେ ଏହି ରାସ୍ତାରେ ଆସି ବାବା ଧବଳେଶ୍ୱରଙ୍କର ଦର୍ଶନ କରୁଥିଲେ। ଝୁଲାପୋଲ ବନ୍ଦ ରହିଥିବାରୁ ବାବା ଧବଳେଶ୍ୱରଙ୍କ ପୀଠକୁ ରାସ୍ତା […]

ସଂପୂର୍ଣ୍ଣ ପଢନ୍ତୁ

ଖୁବ୍ ଶୀଘ୍ର କାର୍ଯ୍ୟାନୁଷ୍ଠାନ ହେବା ଉଚିତ୍‌: ଜୁଏଲ ଓରାମ

ଭୁବନେଶ୍ୱର: ୫ଟି ସଚିବଙ୍କ ବିଭିନ୍ନ ଜିଲ୍ଲା ଗସ୍ତକୁ ସାଂସଦ ଜୁଏଲ ଓରାମଙ୍କ ବିରୋଧ । ଅପରାଜିତା ଷଢଙ୍ଗୀ ଉଠାଇଥିବା ପ୍ରସଙ୍ଗକୁ ଠିକ୍ କହିଲେ ଜୁଏଲ୍ । ଆଇଏଏସ୍ ଅଡଫିସର କିଭଳି ଭାବେ ସିଧାସଳଖ ରାଜନୀତି କରୁଛନ୍ତି ପଶ୍ନ କରିଛନ୍ତି ସାଂସଦ। ଏଥିପାଇଁ ଖୁବ୍ ଶୀଘ୍ର କାର୍ଯ୍ୟାନୁଷ୍ଠାନ ହେବା ଉଚିତ୍ କହିଲେ ସାଂସଦ ଜୁଏଲ୍ ।

ସଂପୂର୍ଣ୍ଣ ପଢନ୍ତୁ

ରୂପାରେ ଆଚ୍ଛାଦିତ ହେଲା ସିଂହଦ୍ୱାର

ପୁରୀ: ଶ୍ରୀମନ୍ଦିରର ମୁଖ୍ୟ ପ୍ରବେଶ ଦ୍ୱାର ସିଂହଦ୍ୱାର ରୂପା ଛାଉଣୀରେ ଆଚ୍ଛାଦିତ ହେବା କାମ ଶେଷ ହୋଇଛି। ଭାଇ-ଭଉଣୀ ମନ୍ଦିର ଭିତରେ ପ୍ରବେଶ କରିବା ପୂର୍ବରୁ ଶେଷ ହୋଇଛି କାମ। ମୁମ୍ବାଇରୁ ଆସିଥିବା କାରିଗରମାନେ ନିର୍ଦ୍ଧାରିତ ସମୟ ମଧ୍ୟରେ କାମ ଶେଷ କରିଥିଲେ। ପ୍ରାଚୀନ ଉତ୍କଳୀୟ ସ୍ଥାପତ୍ୟ ଅନୁସାରେ ରୂପା କଳସ ନିର୍ମାଣ କରାଯାଇଛି ସିହଂଦ୍ୱାରରେ। ଏଥିପାଇଁ ମୁମ୍ବାଇର ଜଣେ ଶ୍ରୀଜଗନ୍ନାଥ ଭକ୍ତ ୫୦୦ କିଲୋ ରୂପା ଦାନ କରିଥିଲେ। ସିଂହଦ୍ୱାରରେ ହୋଇଥିବା ଏହି କାମ କରିବାର […]

ସଂପୂର୍ଣ୍ଣ ପଢନ୍ତୁ

ଭାରସାମ୍ୟ ହରାଇ ଗଛକୁ ପିଟିହେଲା କାର, ଦୁର୍ଘଟଣାରେ ୩ ମୃତ

ଉମରକୋଟ : ପୁଣି ମର୍ମନ୍ତୁଦ ଦୁର୍ଘଟଣା। ଭାରସାମ୍ୟ ହାରଇ ଗଛକୁ ପିଟିଲା କାର, ୩ ମୃତ। ନବରଙ୍ଗପୁର ଜିଲ୍ଲା ଉମରକୋଟ-ଝରିଗାଁ ରାସ୍ତାର ବାସିନୀ ଛକରେ ଘଟିଛି ଏହି ମର୍ମନ୍ତୁଦ ଦୁର୍ଘଟଣା। ଜଣେ ଗୁରୁତରଙ୍କୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ ରାତି ପ୍ରାୟ ୨.୩୦ ମିନିଟ ରେ ଭାରସାମ୍ଯ ହରାଇ ଗଛକୁ ପିଟିଲା କାର । ଏହି ଦୁର୍ଘଟଣାରେ ତିନି ଜଣଙ୍କ ମୃତ ହୋଇଥିବା ବେଳେ ଓ ଜଣେ ଗୁରୁତର ହୋଇଛନ୍ତି । ମୃତକ […]

ସଂପୂର୍ଣ୍ଣ ପଢନ୍ତୁ